ରୁଚି ଫୁଡ୍‌ଲାଇନର ନୂତନ ଟିଭିସି ଲୋକାର୍ପିତ

ଭୁବନେଶ୍ୱର,୯।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ‘ରୁଚି ଫୁଡ୍‌ଲାଇନ୍‌’ର ବହୁ ପ୍ରତୀକ୍ଷିତ ତଥା ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ବା ଟେଲିଭିଜନ କମର୍ସିଆଲ (ଟିଭିସି)ର ଆନୁଷ୍ଠାନିକ ଲୋକାର୍ପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଖବରଦାତା ସମ୍ମିଳନୀ ବୁଧବାର ଭୁବନେଶ୍ୱରର ଏକ ହୋଟେଲଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଲୋକ ସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ମାର୍କେଟିଂ ହେଡ୍‌ ଦେବବ୍ରତ ପଟ୍ଟନାୟକଙ୍କ ସମେତ ଅଭିନେତ୍ରୀ ଅଙ୍କିତା ଓ ଅଭିନେତା ଦୀପାନ୍ବିତ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ରୁଚି ଫୁଡ୍‌ଲାଇନ ଦ୍ୱାରା ରୁଚି ଚା’ ଜରିଆରେ ଏହି ନୂତନ ଟିଭିସିର ପ୍ରଚାରପ୍ରସାର କରାଯାଇଛି। ଏପରିକି ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟରଙ୍କୁ ସଚେତନ କରାଇବା ସହିତ କାହା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ମୂଲ୍ୟବାନ୍‌ ଭୋଟ ଦେବାକୁ ମଧ୍ୟ ଏହି ବିଜ୍ଞାପନ ବାର୍ତ୍ତାରେ ବିସ୍ତୃତ ଭାବେ କୁହାଯାଇଛି। ବିଶେଷକରି ସ୍ବତଃପ୍ରବୃତ ଭାବେ ନିଜର ନିଷ୍ପତ୍ତି ନିଜେ ନେବାକୁ ରୁଚି ନିଜର ଟ୍ୟାଗ୍‌ ଲାଇନରେ ‘ଆମ ଭୋଟ୍‌-ଆମ ରୁଚି’ ବାର୍ତ୍ତା ଦେଇଛି। ସେହିଭଳି ଅଳ୍ପଦିନ ମଧ୍ୟରେ ରୁଚି ଚା’ ନିଜର ସ୍ବାଦ ଓ ଗୁଣାମତ୍କ ମାନ ଯୋଗୁ ଗ୍ରାହକମାନଙ୍କ ଦ୍ୱାରା ବେଶ୍‌ ଆଦୃତି ହୋଇପାରିଛି। ବ୍ରାଣ୍ଡ୍‌ର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏଭଳି ଏକ ଅଭିନବ ବିଜ୍ଞାପନ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

ଏ ସମ୍ପର୍କରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ .ଶରତ କୁମାର ସାହୁ କହିଥିଲେ, ଓଡ଼ିଶାର ପ୍ରିୟ ଗ୍ରାହକମାନଙ୍କୁ ସବୁବେଳେ ନୂଆ ସ୍ବାଦ ଓ ଚଏସ୍‌ର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ ହୋଇଥିବାବେଳେ ଉଚ୍ଚ ଗୁଣମାନଯୁକ୍ତ ବିଶୁଦ୍ଧ ଓ ବେଶ୍‌ ସ୍ବାସ୍ଥ୍ୟ ଉପଯୋଗୀ ରୁଚି ଚା’ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିଛି।

ସେହିଭଳି ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ,ବର୍ତ୍ତମାନ ସମୟରେ ଯୁବବର୍ଗ ସମେତ ସବୁଶ୍ରେଣୀର ଗ୍ରାହକମାନଙ୍କୁ ଆମେ ଏକ ସଚେତନ ବାର୍ତ୍ତା ଦେଇ ନିଜର ଠିକ୍‌ ଓ ଉଚିତ ନିଷ୍ପତ୍ତି ନେବା ପାଇଁ ଏହି ବିଜ୍ଞାପନ ମାଧ୍ୟମରେ ନିବେଦନ କରିଛୁ। ପୂର୍ବଭାରତରେ ଉପତ୍ାଦିତ ହେଉଥିବା ସବୁଠାରୁ ଭଲ ଚା’ ରୁଚି ପକ୍ଷରୁ ଆମଦାନି କରାଯାଇ ଆବଶ୍ୟକ ପ୍ରଣାଳୀ ପରେ ସେ ସବୁକୁ ବଜାର ପ୍ରବେଶ କରାଯାଉଛି। ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁଶ୍ରେଣୀର ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ‘ରୁଚି’ ବର୍ତ୍ତମାନ ୩୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପତ୍ାଦନ ଓ ବିପଣନ କରୁଛି। ଅନ୍ୟମାନଙ୍କ ମଧ୍ୟରେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri