ଡିସ୍‌ ଟିଭି ସ୍ମାର୍ଟ+ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୯।୫: ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡିସି ଟିଭି ପକ୍ଷରୁ ବୁଧବାର ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବିଜ୍‌ନେସ୍‌ ହେଡ୍‌ ସୁଗାତୋ ବାନାର୍ଜୀ ଏବଂ କମ୍ପାନୀ ବିଜ୍‌ନେସ ଆସୋସିଏଟ ସଂଗ୍ରାମ କେଶରୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ସହ ଓଡ଼ିଶା ବଜାରରେ ସେବାର ଉପଲବ୍ଧ କରାଇଥିଲେ।

ଏ ସମ୍ପର୍କରେ ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ସିଇଓ ମନୋଜ ଦୋଭାଲ କହିଛନ୍ତି, ‘ଡିସ୍‌ ଟିଭିର ପ୍ରତିଷ୍ଠା ପରଠାରୁ ମନୋରଞ୍ଜନ ବ୍ୟବହାର କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ଏବଂ ଲୋକମାନଙ୍କୁ ସେମାନଙ୍କ ପ୍ରିୟ ବିଷୟବସ୍ତୁ ଉପଭୋଗ କରାଇବାର ନୂତନ ଉପାୟ ଆରମ୍ଭ କରିଛି। ଏହି ନୂତନ ପ୍ରସ୍ତାବ ସହିତ ଆମେ ଆହୁରି ଅଧିକ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଅଛୁ। ଏପରିକି ଆକଷର୍ଣୀୟ ଏବଂ ଉପଲବ୍ଧ ମନୋରଞ୍ଜନ ଅନୁଭୂତି ପାଇଁ ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥିର କରୁଛୁ।

ସେହିଭଳି ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବିଜ୍‌ନେସ୍‌ ହେଡ୍‌ ସୁଗାତୋ ବାନାର୍ଜୀ କହିଛନ୍ତି, ଡିସ୍‌ ଟିଭି ସ୍ମାର୍ଟ+ ସର୍ଭିସେସ୍‌ ସହିତ ଆମେ କେବଳ ଏକ ନୂଆ ପ୍ରସ୍ତାବ ଉପସ୍ଥାପନ କରୁନାହୁଁ। ଆମେ ମନୋରଞ୍ଜନ ବ୍ୟବହାରରେ ଏକ ଆଦର୍ଶ ପରିବର୍ତ୍ତନର ନେତୃତ୍ୱ ନେଉଛୁ। ଏପରିକି ଆମର ମଲ୍ଟି-ଚ୍ୟାନେଲ ମାର୍କେଟିଂ ଆଭିମୁଖ୍ୟ ମାଧ୍ୟମରେ ଆମେ ଉପଭୋକ୍ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ବ୍ୟାପକ ସଚେତନତା ଏବଂ ଗ୍ରହଣ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri