Posted inଜାତୀୟ

ରୁବୀ ହେଲେ ରୁବୀ

ପାଟନା, ୩ା୩:ପ୍ରେମ ଅନ୍ଧ। ପ୍ରେମ କରିବା ପୂର୍ବରୁ ବର୍ଣ୍ଣ, ଜାତି କିମ୍ବା ଗୁଣକୁ ଦେଖାଯାଏ ନାହିଁ। ଅଜବ ପ୍ରେମ ଘଟଣାକୁ ନେଇ ଅନେକ ସମୟରେ ଘଟଣାମାନ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି। ତେବେ ସେମିତି ଏକ ଅଜବ ପ୍ରେମ କାହାଣୀ ବିହାରରୁ ସାମ୍ନାକୁ ଆସିଛି। ବିହାର ଖଗରିଆ ଜିଲାର ରୁବୀ ଦେବୀ ୨୦୦୯ ରେ ନୀରଜ କୁମାର ସିଂଙ୍କୁ ବୈଦିକ ରୀତିନୀତିରେ ବାହାହୋଇଥିଲେ। ନୀରଜଙ୍କ ଔରସରୁ ରୁବୀଙ୍କର ୪ଟି ସନ୍ତାନ ଥିଲେ। ପରବର୍ତ୍ତୀ ସମୟରେ ରୁବୀ ପାଖ ପସ୍ରହାଗ୍ରାମର ମୁକେଶ ନାମକ ଅନ୍ୟ ଜଣେ ବିବାହିତ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଗଲେ। ସେମାନଙ୍କ ମଧ୍ୟରେ ଗଢ଼ିଉଠିଥିବା ପ୍ରେମ ସମୟକ୍ରମେ ଏତେ ମଜଭୁତ ହୋଇଯାଇଥିଲା ଯେ, ଦୁହେଁ ପରସ୍ପରକୁ ଛାଡ଼ି ରହିପାରୁ ନ ଥିଲେ। ଫଳରେ ଗୋଟିଏ ଦିନ ସେମାନେ ଘରଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଲେ। ରୁବୀ ପ୍ରେମିକଙ୍କ ସହ ଗତବର୍ଷ ଫେବୃୟାରୀ ୬ରେ ଫେରାର୍‌ ହୋଇଥିଲେ। ସେ ନିଜ ସହ ତାଙ୍କ ୩ ପିଲାଙ୍କୁ ନେଇ ଯାଇଥିବାବେଳେ ସେପଟେ ଘରେ ନୀରଜଙ୍କ ପାଖରେ ଛାଡ଼ିଚାଲିଯାଇଥିଲେ ତାଙ୍କ ଗୋଟିଏ ଝିଅକୁ। ବିବାହିତ ମୁକେଶଙ୍କ ସ୍ତ୍ରୀଙ୍କ ନାଁ ମଧ୍ୟ ରୁବୀ ଦେବୀ ଓ ତାଙ୍କର ୨ ପିଲା ଥିଲେ।
ନୀରଜଙ୍କ ସ୍ତ୍ରୀ ରୁବୀଙ୍କୁ ମୁକେଶ ଅପହରଣ କରି ନେଇଥିବା ଅଭିଯୋଗ କରିବା ପରେ ଗାଁରେ ପଞ୍ଚାୟତ ବସିଥିଲା। ଗାଁ ପଞ୍ଚାୟତ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଗଲା ସେଥିରେ ମୁକେଶ ରାଜି ହେଲେ ନାହିଁ। ଘଟଣାକୁ କିଛିଦିନ ବିତିଯିବା ପରେ ମୁକେଶଙ୍କ ସ୍ତ୍ରୀ ରୁବୀ ଦେବୀଙ୍କ ନମ୍ବର ନୀରଜଙ୍କୁ କୌଣସି ସୂତ୍ରରୁ ମିଳିଯାଇଥିଲା। ଏହାପରେ ଦୁହେଁ ଫୋନ୍‌ରେ କଥା ହେବା ଆରମ୍ଭ କଲେ। ଘଣ୍ଟା ଘଣ୍ଟା ଫୋନ୍‌ ଯୋଗେ କଥା ହେଉ ହେଉ ଦୁହେଁ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାରର ସମ୍ମତିକ୍ରମେ ସେମାନଙ୍କର ବାହାଘର ହୋଇଥିଲା। ନୀରଜ ମୁକେଶଙ୍କ ୨ ପିଲାଙ୍କୁ ଗ୍ରହଣ କରିବାକୁ ମଧ୍ୟ ରାଜି ହୋଇଥିଲେ। ତେବେ ପ୍ରତିଶୋଧପରାୟଣ ହୋଇ ମୁକେଶଙ୍କ ସ୍ତ୍ରୀ ରୁବୀଙ୍କ ସହିତ ନୀରଜ ପ୍ରେମ ସମ୍ପର୍କ ଗଢ଼ିଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଦୁଇ ଦମ୍ପତି ମଧ୍ୟପ୍ରଦେଶରେ ରହୁଛନ୍ତି। ନୀରଜ ଟାଟା କମ୍ପାନୀରେ କାମ କରୁଥିବାବେଳେ ମୁକେଶ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri