Posted inଜାତୀୟ

ଏହି ବର୍ଷ ଜନ୍ମଦିନରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି! ମୋହନ ଭାଗବତ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ, ୨୮।୮: ଆରଏସଏସର ୧୦୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ତିନି ଦିନିଆ ସମ୍ମିଳନୀର ଶେଷ ଦିନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବକ୍ତବ୍ୟ ରଖିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ପରେ ରାଜନୀତିରୁ ଅବସର ନେବାର କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। କୁହାଯାଉଥିଲା ଯେ ଭାଜପା ଏବଂ ସଂଘର ପରମ୍ପରା ଅନୁଯାୟୀ, ନେତାମାନେ ୭୫ ବର୍ଷ ବୟସ ପୂରଣ କରିବା ପରେ ସକ୍ରିୟ ରାଜନୀତିରୁ ଅବସର ନିଅନ୍ତି। ମୋହନ କହିଛନ୍ତି, ମୁଁ କେବେ କହିନାହିଁ ଯେ ମୁଁ ଅବସର ନେବି କିମ୍ବା ଅନ୍ୟ କେହି ୭୫ ବର୍ଷ ବୟସରେ ଅବସର ନେବା ଉଚିତ… ଆମେ ସଂଘ ଯାହା କହିବ ତାହା କରିବୁ।

୭୫ ବର୍ଷ ପରେ ରାଜନୀତିରୁ ଅବସର ନେବା ଉଚିତ କି’ ପ୍ରଶ୍ନର ଉତ୍ତରରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, “ମୁଁ ମୋରୋପନ୍ତଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ଏହି ମତ ପ୍ରକାଶ କରିଥିଲି… ମୁଁ କହି ନଥିଲି ଯେ ମୁଁ ଅବସର ନେବି କିମ୍ବା ଅନ୍ୟ କେହି ଅବସର ନେବା ଉଚିତ୍‌। ଆମେ ଜୀବନର ଯେକୌଣସି ସମୟରେ ଅବସର ନେବାକୁ ପ୍ରସ୍ତୁତ ଏବଂ ଯେପର୍ଯ୍ୟନ୍ତ ସଂଘ ଆମକୁ କାମ କରିବାକୁ ଚାହୁଁଛି, ଆମେ ସେହି ସମୟ ପାଇଁ ସଂଘ ପାଇଁ କାମ କରିବାକୁ ମଧ୍ୟ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୫ରେ ଅବପାତ, ବାତ୍ୟା ଆକଳନ କଲା ବିଦେଶୀ ମଡେଲ

ଭୁବନେଶ୍ୱର, ୧୩ା୧୧:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା…

ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ନ ଯିବା ପାଇଁ ବିମାନ ହାଇଜାକ୍‌ ନାଟକ: କର୍କଟ ରୋଗୀଙ୍କୁ ବାନ୍ଧିଲା ପୋଲିସ

କୋଲକାତା,୧୩ା୧୧: ନିଜର ଅସୁସ୍ଥ ସ୍ତ୍ରୀଙ୍କୁ ଏକାକୀ ଛାଡ଼ି ବିଦେଶରେ ଚାକିରି କରିବାକୁ ଯିବା ପାଇଁ ଇଚ୍ଛା ନ ଥିବାରୁ ବିମାନର ଶୌଚାଳୟରେ ମିଥ୍ୟା ‘ହାଇଜାକ୍‌’ (ବିମାନ ଅପହରଣ)…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ଟସ ଜିତିଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?