ଆର୍‌ଏସ୍‌ପିର ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କୁ ଉଇଙ୍ଗ୍‌ସ ଅଫ୍‌ ଷ୍ଟିଲ ସମ୍ମାନ

ରାଉରକେଲା,୯ା୧୧(ବିପ୍ଳବରଞ୍ଜନ ଦାଶ): ଆର୍‌ଏସ୍‌ପି ଯୋଗାଯୋଗ ଇଞ୍ଜିନିୟରଂ ବିଭାଗ ମହାପ୍ରବନ୍ଧକ ସୁଶ୍ରୀ ସୁମିତ୍ରା ଭଟ୍ଟାଚାର୍ଯ୍ୟ ଲିଙ୍ଗ ବିବିଧତା ବର୍ଗରେ ଆଏଏସଏର ଉଇଙ୍ଗସ ଅଫ ଷ୍ଟିଲ ସମ୍ମାନ ଲାଭ କରିଛନ୍ତି। ନୂଆଦିଲ୍ଲୀରେ ନଭେମ୍ବର ୭ରେ ଅନୁଷ୍ଠିତ ଇଣ୍ଡିଆନ ଷ୍ଟିଲ କନକ୍ଲେଭର ଏକ ବର୍ଣ୍ଣାଢ୍ୟ ସମାରୋହରେ ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନାଙ୍କଠାରୁ ସୁମିତ୍ରା ଏହି ପୁରସ୍କାର ଗ୍ରହଣ କରିଥିଲେ। ଏ ଅବସରରେ ସେଲ ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଇସ୍ପାତ ଉଦ୍ୟୋଗରେ ମହିଳାମାନଙ୍କୁ କଠିନ ପରିବେଶରେ ଉତ୍କର୍ଷତା ହାସଲ ନିମନ୍ତେ ଆଇଏସଏର ଲିଙ୍ଗ ବିବିଧତା ପୁରସ୍କାର ପ୍ରଦାନ କରାଯାଏ। ବିଦ୍ୟୁତ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁମିତ୍ରା ଇସ୍ପାତ କାରଖାନା ସହିତ ଇସ୍ପାତ ସହରାଞ୍ଚଳରେ ବ୍ୟାପକ ଯୋଗାଯୋଗ ନେଟଓ୍ବର୍କ ଦାୟିତ୍ୱ ନିର୍ବାହ କରୁଛନ୍ତି। ପାରମ୍ପାରିକ ପିସିଏମ ଟିଡିଏମ ଏକ୍ସଚେକୁ ନୂତନ ସର୍ଭର ଆଧାରିତ ସିଷ୍ଟମ(ଆଇଟି ପ୍ଲାଟଫର୍ମ ମାଧ୍ୟମରେ) ଉଭୟ ପ୍ଲାଣ୍ଟକୁ ପ୍ଲାଣ୍ଟ ଓ ଆରଏସପି ଟାଉନସିପରେ ରୂପାନ୍ତରଣ, ମାର୍ଶଲିଙ୍ଗ ୟାର୍ଡରେ ରେଲ ସିଗନାଲିଙ୍ଗ ସିଷ୍ଟମରେ ନବୀକରଣ,୧୯କୋଭିଡ ମହାମାରୀ ସମୟରେ ନୂତନ ଯୋଗାଯୋଗ ପ୍ଲାଟଫର୍ମ ବ୍ୟବସ୍ଥା ପ୍ରବର୍ତ୍ତନ ଇତ୍ୟାଦିରେ ସୁମିତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲୋ ଆରଏସପି ଓ ବୋକାରୋ ଇସ୍ପାତ କାରଖାନାର ଭାରାପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସୁମିତ୍ରାଙ୍କ ତାଙ୍କ ସଫଳତା ନେଇ ଅଭିନନ୍ଦନ ଜଣାଇବା ସହ ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ଯୋଗାଇ ଦେବାରେ ଆରଏସପି ବିଶ୍ୱାସ କରେ ଓ ଉତ୍କର୍ଷ ହେବାରେ ମହିଳାଙ୍କୁ ପ୍ରୋତ୍ସାହିତ କରେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?