୧୦ ଟଙ୍କା ରିଚାର୍ଜ ନାମରେ ଠକିନେଲେ ୩.୯୫ ଲକ୍ଷ ଟଙ୍କା

ନୂଆପଡ଼ା ଅଫିସ,୧୩।୩: ନୂଆପଡ଼ା ଜିଲାରେ ଦିନକୁ ଦିନ ସାଇବର ଠକେଇ ବଢିଚାଲିଛି। ନୂଆପଡ଼ାରେ ରହୁଥିବା ଶିକ୍ଷକ ଅହିଂସା ରଞ୍ଜନ ପଟ୍ଟନାୟକ ସାଇବର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ୩ଲକ୍ଷ ୯୫ ହଜାର ୫ଶହ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ସୂଚନା ମୁତାବକ, ଗତ ୭ ତାରିଖ ସକାଳେ ଶିକ୍ଷକ ପଟ୍ଟନାୟକଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ କଲ୍‌ ଆସିଥିଲା। ବିଏସ୍‌ଏନ୍‌ଏଲ ରିଚାର୍ଜ ଆପ୍‌ ଡାଉନ୍‌ ଲୋଡ୍‌ କରି ୧୦ ଟଙ୍କା ରିଚାର୍ଜ କରିବାକୁ ବ୍ୟକ୍ତି ଜଣକ କହିଥିଲେ। ଏନେଇ ଅହିଂସା ବିଏସ୍‌ଏନ୍‌ଏଲ ରିଚାର୍ଜ ଆପ୍‌ ଡାଉନ୍‌ଲୋଡ କରି ନିଜ ୟୁନୋ ଆପ୍‌ରୁ ୧୦ ଟଙ୍କା ପଠାଇଥିଲେ। ପରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୯୯ ହଜାର ୫୦୦ ଟଙ୍କା କଟିଯାଇଥିଲା। ଏହିପରି ୩ ଥର ମୋଟ ୩ଲକ୍ଷ ୯୫ହଜାର ୫୦୦ଟଙ୍କା କଟିଯାଇଥିଲା। ଏ ନେଇ ଗତ ୮ ତାରିଖରେ ଶିକ୍ଷକ ଜଣକ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସଦର ଥାନା ଆଇଆଇସି ସଂଯୁକ୍ତା ବାର୍ଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର-ବନମାଳିପୁରରୁ ରାସ୍ତାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଳକାଟୀ,୧୭ା୬(ଡି.ଏନ୍‌.ଏ.)-ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-ବନମାଳିପୁର ମୁଖ୍ୟରାସ୍ତାର ମା’ ଦୁଲ୍ଲାଦେବୀ ମନ୍ଦିର ନିକଟରେ ବୁଧବାର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି।...

ବିଭିନ୍ନ ଦାବି ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ

କୋରାପୁଟ,୩ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏ ସମ୍ପର୍କିତ...

ଝାରସୁଗୁଡ଼ାରେ ୨୦ ତାରିଖ ସୁଦ୍ଧା କୋଭିଡ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିବ

ଝାରସୁଗୁଡା ଅଫିସ,୧୮ା୪-ଝାରସୁଗୁଡା ସହରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଳିଛି। ସହରର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା...

କେନାଲରେ ବୁଡ଼ି ୨ ଛାତ୍ର ମୃତ: ବିଦ୍ୟାଳୟରେ ଉତ୍ତେଜନା

ଖଇରା, ୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଆମ୍ବହତା କେନାଲରେ ବୁଡ଼ି ଶୁକ୍ରବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରଟିଣା ନୋଡ଼ାଲ...

ଏପ୍ରିଲ ୨୫ରୁ ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା

ଭୁବନେଶ୍ୱର, ୪।୩(ବ୍ୟୁରୋ): ସିଆଇଏସ୍‌ସିଇ ଦ୍ୱାରା ପରିଚାଳିତ ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ସେମିଷ୍ଟର-୨ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହେବ। ଦଶମ ପରୀକ୍ଷା ୨୫ରୁ ଆରମ୍ଭ...

ତାତିରୁ ମିଳିବ ମୁକ୍ତି: ୪ରେ ଲଘୁଚାପ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ସାରା ସହର । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ।...

ସିଂହଦ୍ୱାରରେ ଜମିଲା ମେଳଣ

ପୁରୀ ଅଫିସ, ୧୦ା୧୦: ଶେଷ ହୋଇଛି ଦଶହରା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ...

କୁନ୍ତଳାଙ୍କ ପାଖକୁ ଫେରିଆସିଲା ବାର୍‌ହା

କେନ୍ଦୁଝର/ତେଲକୋଇ,୧୭।୩ – ପୋଷାମାନି ମଣିଷଙ୍କ ମେଳରେ ରହୁଥିବା ଏକ ବାର୍‌ହାକୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା। ଏହି ଘଟଣା ଖୁବ୍‌ ଚର୍ଚ୍ଚା...

Advertisement
Archives

Model This Week