୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି

ଭୁବନେଶ୍ୱର,୫।୯: ଶେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନିକଟରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ ରିଲାଏନ୍ସକୁ ବେଶ୍‌ ଲାଭ ଦେଇଛି। ଫଳରେ ଗତ କିଛିଦିନ ମଧ୍ୟରେ କମ୍ପାନୀର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। ଏହି ସମ୍ପତ୍ତି ବୃଦ୍ଧି ଫଳରେ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ମଧ୍ୟ ସେହି ପରିମାଣରେ ବଢ଼ିଚାଲିଛି। ଫଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବଜାର ମୂଲ୍ୟ ବୃଦ୍ଧି ଘଟି ୧୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। କମ୍ପାନୀ ଏମ୍‌ କ୍ୟାପ୍‌ ବର୍ଗରେ ସାମିଲହେବା ସହ ବଜାରର ଏହି ସ୍ତର ଛୁଇଁବାରେ ରିଲାଏନ୍ସ ପ୍ରଥମ ଭାରତୀୟ ଶିଳ୍ପ ସଂସ୍ଥା ଭାବେ ସମ୍ମାନ ହାସଲ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁ କମ୍ପାନୀ ଏମ୍‌ କ୍ୟାପ୍‌ରେ ସାମିଲ ହୋଇଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର ସମାପ୍ତ ହେବା ବେଳକୁ ରିଲାଏନ୍ସର ସମ୍ପତ୍ତି ୧୫,୧୪,୦୧୭.୫୦ କୋଟି ଛୁଇଁଥିଲା। ସେହିଭଳି କମ୍ପାନୀର ଶେୟାର ୪.୧୨% ବୃଦ୍ଧି ହୋଇ ୨,୩୮୮.୨୫ରେ ପହଞ୍ଚତ୍ଥିଲା। ବଜାର କାରବାର ସମୟରେ ରିଲାଏନ୍ସର ଶେୟାର ୪.୩୮% ବଢ଼ି ୨,୩୯୪.୩୦ ପ୍ରତି ଇକ୍ୱିଟିରେ ରହିଥିଲା। କମ୍ପାନୀର ବଜାର ମୂଲ୍ୟ ଚଳିତ ବର୍ଷ ଜୁନ୍‌ରେ ୧୪ ଲକ୍ଷ କୋଟି ଟଙ୍କା ଟପି ଥିବା ସୂଚନା ମଳିଛି। ରିଲାଏନ୍ସ ଶେୟାରର ବୃଦ୍ଧି ଯୋଗୁ ବଜାର ଉପରେ ମଧ୍ୟ ଏହାର ଭଲ ପ୍ରଭାବ ପଡୁଥିଲା। ପ୍ରଥମ କରି ଶୁକ୍ରବାର ସେନ୍ସେକ୍ସ ୫୮ହଜାର ଉପରେ ବନ୍ଦ ହୋଇଥିଲା। ଏ ସମ୍ପର୍କରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି, କମ୍ପାନୀର ସମ୍ପତ୍ତି ବୃଦ୍ଧିଠାରୁ ନେଇ ଏମ୍‌ କ୍ୟାପ୍‌ରେ ସାମିଲ ହେବା ପର୍ଯ୍ୟନ୍ତ ସବୁ ସ୍ତରରେ କଠିନ ପରିଶ୍ରମ ଓ ଅଭିବୃଦ୍ଧିକୁ ଆଖି ଆଗରେ ରଖି କମ୍ପାନୀ ଅନେକ କିଛି କାର୍ଯ୍ୟ କରୁଛି। ସେହିଭଳି ଆଗାମୀ ଦିନରେ ବିଶ୍ବର ସବୁଠୁ ସୁଲଭ ମୂଲ୍ୟର ହାଇଡ୍ରୋଜେନ୍‌ ଇନ୍ଧନ ଉତ୍ପାଦନ କରିବା ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କାର୍ଯ୍ୟ କରୁଛି। ଏହି କାର୍ଯ୍ୟ ସଫଳ ହେଲେ ହାଇଡ୍ରୋଜେନ୍‌ ଇନ୍ଧନର କିଲୋଗ୍ରାମ ପିଛା ମୂଲ୍ୟକୁ ଦୁଇ ଡଲାର ଭିତରେ ରଖିବା ପାଇଁ ସବୁ ସ୍ତରରେ ଚେଷ୍ଟା କରାଯିବ। ଏହା ହେଲେ ସବୁଜ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ବର ନେତୃତ୍ୱ ନେଇପାରିବ ବୋଲି ସେ କହିଛନ୍ତି। ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ରିଲାଏନ୍ସ ମଧ୍ୟ ୧୦୦ ଗିଗାୱାଟ୍‌ର ସୌର ଶକ୍ତି ଉତ୍ପାଦନ କରିବାକୁ ଚାହୁଁଛି ବୋଲି ମୁକେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri