୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି

ଭୁବନେଶ୍ୱର,୫।୯: ଶେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନିକଟରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ ରିଲାଏନ୍ସକୁ ବେଶ୍‌ ଲାଭ ଦେଇଛି। ଫଳରେ ଗତ କିଛିଦିନ ମଧ୍ୟରେ କମ୍ପାନୀର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। ଏହି ସମ୍ପତ୍ତି ବୃଦ୍ଧି ଫଳରେ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ମଧ୍ୟ ସେହି ପରିମାଣରେ ବଢ଼ିଚାଲିଛି। ଫଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବଜାର ମୂଲ୍ୟ ବୃଦ୍ଧି ଘଟି ୧୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। କମ୍ପାନୀ ଏମ୍‌ କ୍ୟାପ୍‌ ବର୍ଗରେ ସାମିଲହେବା ସହ ବଜାରର ଏହି ସ୍ତର ଛୁଇଁବାରେ ରିଲାଏନ୍ସ ପ୍ରଥମ ଭାରତୀୟ ଶିଳ୍ପ ସଂସ୍ଥା ଭାବେ ସମ୍ମାନ ହାସଲ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁ କମ୍ପାନୀ ଏମ୍‌ କ୍ୟାପ୍‌ରେ ସାମିଲ ହୋଇଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର ସମାପ୍ତ ହେବା ବେଳକୁ ରିଲାଏନ୍ସର ସମ୍ପତ୍ତି ୧୫,୧୪,୦୧୭.୫୦ କୋଟି ଛୁଇଁଥିଲା। ସେହିଭଳି କମ୍ପାନୀର ଶେୟାର ୪.୧୨% ବୃଦ୍ଧି ହୋଇ ୨,୩୮୮.୨୫ରେ ପହଞ୍ଚତ୍ଥିଲା। ବଜାର କାରବାର ସମୟରେ ରିଲାଏନ୍ସର ଶେୟାର ୪.୩୮% ବଢ଼ି ୨,୩୯୪.୩୦ ପ୍ରତି ଇକ୍ୱିଟିରେ ରହିଥିଲା। କମ୍ପାନୀର ବଜାର ମୂଲ୍ୟ ଚଳିତ ବର୍ଷ ଜୁନ୍‌ରେ ୧୪ ଲକ୍ଷ କୋଟି ଟଙ୍କା ଟପି ଥିବା ସୂଚନା ମଳିଛି। ରିଲାଏନ୍ସ ଶେୟାରର ବୃଦ୍ଧି ଯୋଗୁ ବଜାର ଉପରେ ମଧ୍ୟ ଏହାର ଭଲ ପ୍ରଭାବ ପଡୁଥିଲା। ପ୍ରଥମ କରି ଶୁକ୍ରବାର ସେନ୍ସେକ୍ସ ୫୮ହଜାର ଉପରେ ବନ୍ଦ ହୋଇଥିଲା। ଏ ସମ୍ପର୍କରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି, କମ୍ପାନୀର ସମ୍ପତ୍ତି ବୃଦ୍ଧିଠାରୁ ନେଇ ଏମ୍‌ କ୍ୟାପ୍‌ରେ ସାମିଲ ହେବା ପର୍ଯ୍ୟନ୍ତ ସବୁ ସ୍ତରରେ କଠିନ ପରିଶ୍ରମ ଓ ଅଭିବୃଦ୍ଧିକୁ ଆଖି ଆଗରେ ରଖି କମ୍ପାନୀ ଅନେକ କିଛି କାର୍ଯ୍ୟ କରୁଛି। ସେହିଭଳି ଆଗାମୀ ଦିନରେ ବିଶ୍ବର ସବୁଠୁ ସୁଲଭ ମୂଲ୍ୟର ହାଇଡ୍ରୋଜେନ୍‌ ଇନ୍ଧନ ଉତ୍ପାଦନ କରିବା ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କାର୍ଯ୍ୟ କରୁଛି। ଏହି କାର୍ଯ୍ୟ ସଫଳ ହେଲେ ହାଇଡ୍ରୋଜେନ୍‌ ଇନ୍ଧନର କିଲୋଗ୍ରାମ ପିଛା ମୂଲ୍ୟକୁ ଦୁଇ ଡଲାର ଭିତରେ ରଖିବା ପାଇଁ ସବୁ ସ୍ତରରେ ଚେଷ୍ଟା କରାଯିବ। ଏହା ହେଲେ ସବୁଜ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ବର ନେତୃତ୍ୱ ନେଇପାରିବ ବୋଲି ସେ କହିଛନ୍ତି। ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ରିଲାଏନ୍ସ ମଧ୍ୟ ୧୦୦ ଗିଗାୱାଟ୍‌ର ସୌର ଶକ୍ତି ଉତ୍ପାଦନ କରିବାକୁ ଚାହୁଁଛି ବୋଲି ମୁକେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ,୧୪-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି...

ରାଣା କପୁରଙ୍କ ୨୨୦୩ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୯।୭ : ବେଆଇନ ଋଣ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋର୍‌ଦାର କରିଛି। ତାଙ୍କ...

ଭାରତର ମୁଦ୍ରାସ୍ଫୀତି ୫%କୁ ଖସିବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧।୨: ଭାରତର ମୁଦ୍ରାସ୍ଫୀତି ୨୦୨୩ରେ ୫% ଏବଂ ୨୦୨୪ରେ ୪%କୁ ଖସିବ ବୋଲି ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) କହିଛି। ଆଇଏମ୍‌ଏଫ୍‌ ପକ୍ଷରୁ ଜାରି...

ବଲାଙ୍ଗୀରରେ ଆଇସିଆଇସିଆଇର ନୂତନ ଶାଖା

ଭୁବନେଶ୍ୱର, ୫।୯: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ବଲାଙ୍ଗୀର ଜିଲା ଅନ୍ତର୍ଗତ ଚନ୍ଦ୍ରଶେଖର ନଗରଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ...

‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’

ଭୁବନେଶ୍ୱର,୨୧।୧୧: ରାଜ୍ୟର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ରୁଚି ଫୁଡ଼୍‌ଲାଇନ୍‌ର ସହଯୋଗୀ ସଂସ୍ଥା (କମ୍ପାନୀ) ବିଶ୍ୱେଶ୍ୱର ଫୁଡ୍ସର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କୁ ନିକଟରେ ଏକ...

୪୮,୦୦୦ ଇଭି ଚାର୍ଜର ଷ୍ଟେଶନ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ, ୭ା୪: ଆଗାମୀ ୩-୪ ବର୍ଷ ମଧ୍ୟରେ ଦେଶରେ ୧୪,୦୦୦ କୋଟି ଟଙ୍କା ବନିମୟରେ ୪୮,୦୦୦ ଅଧିକ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) ଚାର୍ଜର ଷ୍ଟେସନ ପ୍ରତିଷ୍ଠା...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୧.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ସେପ୍ଟେମ୍ବରରେ ୧୧୮.୧ ପଏଣ୍ଟ ଥିଲା। ଏହା ଅକ୍ଟୋବରରେ ୧୧୯.୫ ପଏଣ୍ଟକୁ ବଢିଛି। ତାଳଚେର,...

ବଜେଟ ଅର୍ଥ ଖର୍ଚ୍ଚ କରି ପ୍ରକଳ୍ପ କାମ ସାରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଗତବର୍ଷ ତୁଳନାରେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ମୋଟ୍‌ ରାଜସ୍ବ ସଂଗ୍ରହରେ ୪ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ କୋଭିଡ୍‌ ସଙ୍କଟ...

Advertisement
Archives

Model This Week