ପରିବା ବୋଝେଇ ଗାଡ଼ି ଭିତରେ ୧ କୋଟି ଟଙ୍କାର ଗଞ୍ଜେଇ

ପାରଳାଖେମୁଣ୍ଡି:୨୯।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ମଙ୍ଗଳବାର ରାତିରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି। ପାଟ୍ରୋଲିଂ ବେଳେ ଗଜପତିରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ଯାଞ୍ଚ କରାଯାଇଥିଲା। ଟ୍ରକ୍‌ରେ ଭର୍ତ୍ତି ହୋଇଥିବା ପରିବା ଭିତରୁ ଗଞ୍ଜେଇ ଜବତ ହୋଇଥିଲା।
ବିଶେଷ ସୁତ୍ରରୁ ଖବରପାଇ ଚାନ୍ଦିପୁଟ ନିକଟରୁ ବ୍ରହ୍ମପୁର ଅଞ୍ଚଳକୁ ଯାଉଥିବା ମାର୍ଲବା ଗାଁ ନିକଟରୁ ଗାଡ଼ିକୁ ଅଟକା ଯାଇଥିଲା। ପରେ ସେଥିରୁ ଗଞ୍ଜେଇ ଜବତ ହୋଇଥିଲା। ଗାଡ଼ି ମହାରାଷ୍ଟ୍ର ନମ୍ବର ବିଶିଷ୍ଟ ହୋଇଥିବାରୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅନୁମାନ କରାଯାଉଛି । ପ୍ରାୟ ୧୯ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ। ଏ ନେଇ ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟରେ ଅବହେଳା: ୩ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ସରକାରୀ କାର୍ଯ୍ୟରେ ଅବହେଳା ଓ ଅନିୟମିତତା ନେଇ ୩ ଜଣ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସେମାନେ ହେଲେ ଗଞ୍ଜାମ...

ମହିଳାଙ୍କୁ ପ୍ରତାରଣା କରି ଫେରାର ହେବା ଘଟଣା: ଦୁଇ ବର୍ଷ ପରେ ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୨୮।୮: ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ସହ ଶାରୀରିିକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା କରିବା ଅଭିଯୋଗରେ ଜଣେ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ...

ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର

ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା...

୬ମାସ ପରେ ଉତ୍ପାଦନକ୍ଷମ ହେଲା ଫେରୋକ୍ରୋମ କାରଖାନା,ଠିକାସଂସ୍ଥାକୁ ଶ୍ରମିକ ଯୋଗାଣ ଦାୟିତ୍ୱ

ଯାଜପୁର ଅଫିସ,୧୧।୧୨- ଦୀର୍ଘ ୬ ମାସ ଧରି ବନ୍ଦ ପଡ଼ିଥିବା ଇଡକଲ ଫେରୋକ୍ରୋମ ଆଣ୍ଡ ଆଲୟେଜ ଲିଃ, ଇଫ୍‌କଲ୍‌ କାରଖାନା ମଙ୍ଗଳବାର ପୁଣି ପୂର୍ଣ୍ଣମାତ୍ରାରେ ଉପତ୍ାଦନକ୍ଷମ...

ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୦ା୮: ଡିଏସ୍‌ପି ସ୍ତରରେ ଅଦଳବଦଳ ହୋଇଥିବା ନେଇ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ମୁଖ୍ୟାଳୟ ଡିଏସ୍‌ପି ଡି. ତିରୁପତି...

ସ୍ବଚ୍ଛ ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସ୍ବଚ୍ଛ ପୌର ନିର୍ବାଚନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟକର ଓ...

କାର ଧକ୍କାରେ ଛାତ୍ର ମୃତ

କ୍ଷତିପୂରଣ ଦାବିରେ ରାସ୍ତାରୋକୋ ପାଟପୁର,୮ା୧୨-ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମୁଖ୍ୟ ରାସ୍ତାରେ ଶନିବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର...

Advertisement
Archives

Model This Week