RRB Recruitment: ରେଳବାଇରେ ଅନେକ ପଦବୀ ଲାଗି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା, ସବିଶେଷ ସୂଚନା ଜାଣନ୍ତୁ…

ଭୁବନେଶ୍ୱର,୭।୨: ରେଳବାଇରେ ଚାକିରି ଆଶାୟୀଙ୍କ ଲାଗି ଭଲ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (ଆର୍‌ଆର୍‌ବି) ଏଏଲ୍‌ପି(ALP), ଟେକ୍ନିସିଆନ, ଅଣ ଟେକ୍ନିସିଆନ, ଜେଇ(JE) ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହାର ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଆଶାୟୀମାନେ ଆର୍‌ଆର୍‌ବିର ଅଫିସିଆଲ ୱେବସାଇଟ rrbajmer.gov.in ପରିଦର୍ଶନ କରି ଏନେଇ ଯାଞ୍ଚ କରିପାରିବେ। ଯଦି କେହି ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଲିଙ୍କ RRB Annual Calendar 2024 Notification ଉପରେ କ୍ଲିକ କରି ଦେଖିପାରିବେ।
ଆର୍‌ଆର୍‌ବିର କ୍ୟାଲେଣ୍ଡର ଅନୁଯାୟୀ, ଏଏଲ୍‌ପି ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାନୁଆରୀରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କରାଯିବ। ଟେକ୍ନିସିଆନମାନଙ୍କର ନିଯୁକ୍ତି ପ୍ରକ୍ରିୟା ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ କରାଯିବ। ନନ-ଟେକ୍ନିସିଆନ ପପୁଲାର୍‌ କାଟାଗୋରୀ  ଗ୍ରାଜୁଏଟ (ସ୍ତର ୪, ୫ ଏବଂ ୬), ନନ-ଟେକ୍ନିସିଆନ ପପୁଲାର୍‌ କାଟାଗୋରୀ  ଅଣ୍ଡର୍‌ ଗ୍ରାଜୁଏଟ (ସ୍ତର ୨, ୩), ଜୁନିୟର ଇଞ୍ଜିନିୟର ଏବଂ ପାରାମେଡିକାଲ ବର୍ଗ ନିଯୁକ୍ତି ପ୍ରକ୍ରିୟା ଜୁଲାଇରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ କରାଯିବ। ସେହିଭଳି ସ୍ତର(ଲେଭଲ୍‌)-୧ ଏବଂ ମିନିଷ୍ଟ୍ରୀଆଲ ଏବଂ ଆଇସୋଲେଟେଡ୍‌ ବର୍ଗ ଲାଗି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ।
ଏଏଲ୍‌ପି ପୋଷ୍ଟ ସିବିଟି ପରୀକ୍ଷା ଜୁନ୍‌ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ (ସିବିଟି୨) ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଛି। ଦକ୍ଷତା ପରୀକ୍ଷା (ସିବିଏଟି) ନଭେମ୍ବର ୨୦୨୪ରେ ଧାର୍ଯ୍ୟ କରାଯାଇଛି। ଦକ୍ଷତା ପରୀକ୍ଷଣ ପରେ, ନଭେମ୍ବର ନଚେତ ଡିସେମ୍ବର ୨୦୨୪ରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ ପ୍ରକାଶ ପାଇବ।

Enter your email to get our daily news in your inbox.

All Right Reserved By Dharitri.Com

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍‌ ଅଛି: ଏସ୍. ଜୟଶଙ୍କର

ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri