Advertisement

ଟ୍ରେନ୍‌ରେ ପ୍ରସବ ଘଟଣା: ସମ୍ବର୍ଦ୍ଧିତ ହେଲେ ଆର୍‌ପିଏଫ୍‌ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨୯ା୧୦: ଗତ ବୁଧବାର ବେଙ୍ଗାଲୁରୁ-ହଟିଆ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜଣେ ମହିଳା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଝାରସୁଗୁଡ଼ା ଜଙ୍କ୍‌ଶନ୍‌ରେ ଉକ୍ତ ଟ୍ରେନ୍‌ ରହଣି ପରେ ଆର୍‌ପିଏଫ୍‌ କର୍ମଚାରୀ ଉକ୍ତ ମହିଳା ଓ ନବଜାତ ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଆର୍‌ପିଏଫ୍‌ର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ଏ ନେଇ ଝାରସୁଗୁଡ଼ା ‘ଏଇ ତ ଜୀବନ ଭି ଫାଉଣ୍ଡେଶନ’ ପକ୍ଷରୁ ଆର୍‌ପିଏଫ୍‌ କନଷ୍ଟେବଳ ମନୋରମା ମହାପାତ୍ର ଓ ଲଳିତା କୁମାରୀଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ବରିଷ୍ଠ ନାଗରିକ ବାଳଗୋବିନ୍ଦ ମିଶ୍ର, ଅଞ୍ଜଳି ପ୍ରଭା ପଟ୍ଟନାୟକ, ମାନସୀ ପଣ୍ଡା, ଜ୍ୟୋତିର୍ମୟୀ ବେହେରା, ମଞ୍ଜୁଳା ବେହେରା, ହରପ୍ରିତ୍‌ ସିଂହ, ବ୍ରଜ ରାୟ, କବିତା ନାୟକ, ପବିତ୍ର ସ୍ବାଇଁ, ଆଶିଷ ଅଗ୍ରଓ୍ବାଲ ଓ ଲକ୍ଷ୍ମଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଅଭାବ : ଚାଷକାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ

ହିଞ୍ଜିଳିକାଟୁ,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହଞ୍ଜିଳିକାଟୁ ବ୍ଲକ ଓ ମ୍ୟୁନିସପାଲଟି ଅଞ୍ଚଳରେ ଜୁନ୍‌ରୁ ମୌସୁମୀ ବର୍ଷା ଆଶା ଠାରୁ ଯଥେଷ୍ଟ କମ୍‌ ହୋଇଛି। ଅନିୟମିତ ବର୍ଷା ଫଳରେ...

ବେଆଇନ ଗୋ’ ଚାଲାଣ: ପୋଲିସର ଚଢ଼ାଉ, ୩ ଅଟକ

ଚୌଦ୍ୱାର,୧୨ା୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକାର ୨ ନମ୍ବର ଓ୍ବାର୍ଡ ସୁଲତାନ ନଗରଠାରେ ବେଆଇନ ଗୋରୁଚାଲଣ ରାକେଟକୁ ଠାବ କରିଛି  ପୋଲିସ। ଆଜକୁ...

୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ...

କେନ୍ଦୁଝରରୁ ଯାତାୟାତ କଟକଣା ଉଠିଲା

କେନ୍ଦୁଝର,୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପୋଲିସ କରୋନା ପାଇଁ ଗାଡ଼ି ପାସ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏଣୁ ଅନ୍‌ଲାଇନ୍‌ ପାସ ଆବେଦନ ସ୍ଥଗିତ କରାଯାଇଛି। ଓଡ଼ିଶାର ଯେ...

କଷ୍ଟ ଦେଲାଣି ଜଳ ସଙ୍କଟ

ଛେଣ୍ଡିପଦା,୧୨ା୩(ସ୍ବ.ପ୍ର.) ଖରା ଟାଣ ଧରୁ ଧରୁ କଷ୍ଟ ଦେଲାଣି ଜଳ ସଙ୍କଟ। ପିଇବା ପାଣି ନ ପାଇ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ଲୋକେ...

ଗାଁ ମାଟିରେ ପର୍ବତାରୋହୀ ଲିପିକାଙ୍କୁ ସମ୍ବର୍ଦ୍ଧନା

ବରଗଡ଼ ଅଫିସ,୧୩।୧୦: ଋଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁଶ୍‌କୁ ସଫଳତାର ସହିତ ଆରୋହଣ କରି ଶିଖରରେ ଦେଶ ମାତୃକାର ତ୍ରିରଙ୍ଗା ଉଡ଼ାଇବା ପରେ ପର୍ବତାରୋହୀ ଲିପିକା...

ବିଭ୍ରାନ୍ତିକର ତଥ୍ୟ ଦେଇ ଅର୍ଥ ଆଦାୟ

ଖଇରା, ୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ରାଜସ୍ବ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନରେ ପୂର୍ବରୁ ଖଣି ବ୍ୟବହାର କରୁଥିବା ଲିଜଧାରୀଙ୍କୁ ବିଭ୍ରାନ୍ତିକର...

ସହାୟତା ପାଇଁ କର୍କଟ ରୋଗୀ ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ ଅଫିସ, ୧୭ା୨- ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କର୍କଟ ରୋଗରେ ପୀଡ଼ିତ ଭଦ୍ରକ ବ୍ଲକ ବେଲଦା ଗ୍ରାମର ରାଜନ ଯେନା ଆର୍ଥିକ...

Advertisement
Archives

Model This Week