Advertisement
Posted inଜାତୀୟ

ଦୀପାବଳିରେ ଯୁବପିଢିଙ୍କୁ ବଡ଼ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୨୨: ଦୀପାବଳି ପୂର୍ବରୁ ଯୁବପିଢିଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅକ୍ଟୋବର ୨୨ରେ ଅର୍ଥାତ୍‌ ଧନ୍ତରେସ୍‌ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏକ ରୋଜଗାର ମେଳା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ରୋଜଗାର ମେଳା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୭୫,୦୦୦ ଯୁବତୀଯୁବକ ନିଯୁକ୍ତି ପାଇବେ। ଏହି ୭୫,୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯିବ। ପ୍ରଧାନମନ୍ତ୍ରୀ ନିଯୁକ୍ତ ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବେ।
ନିଯୁକ୍ତ ହୋଇଥିବା ୭୫,୦୦୦ ଯୁବତୀଯୁବକ ୩୮ଟି ମନ୍ତ୍ରଣାଳୟ ଏବଂ ସରକାରଙ୍କ ବିଭାଗରେ ଯୋଗଦେବେ। ଏହି ନିଯୁକ୍ତ ବ୍ୟକ୍ତିମାନେ ଗ୍ରୁପ ଏ, ଗ୍ରୁପ ବି (ଗେଜେଟେଡ), ଗ୍ରୁପ ବି (ଅଣ-ଗେଜେଟେଡ) ଏବଂ ଗ୍ରୁପ ସି ସ୍ତରରେ ଯୋଗଦେବେ। ଏହି ପଦବୀଗୁଡ଼ିକରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ପର୍ସନାଲ, ସବ-ଇନ୍ସପେକ୍ଟର, କନଷ୍ଟେବଳ, ଏଲ୍‌ଡିସି, ଷ୍ଟେନୋ ପିଏ, ଇନକମ ଟ୍ୟାକ୍ସ ଇନ୍ସପେକ୍ଟର, ଏମ୍‌ଟିଏସ୍‌ ଭଳି ପୋଷ୍ଟ ସାମିଲ ଅଛି।
ଯୁବକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଶନ ମୋଡରେ ଅନୁମୋଦିତ ଖାଲି ପଦବୀ ପୂରଣ ଦିଗରେ କାର୍ଯ୍ୟ କରୁଛନ୍ତି।
ଜୁନ ୧୪, ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ସୂଚନା ଦେଇଥିଲେ ଯେ, ଆସନ୍ତା ଦେଢ ଼ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୩ ଶେଷ ସୁଦ୍ଧା କେନ୍ଦ୍ର ସରକାର ଏହାର ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ। ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତି ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ତରୁଣ କପୁର

ନୂଆଦିଲ୍ଲୀ,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର ସୋମବାର ନିଯୁକ୍ତି ପାଇଛନ୍ତି। କ୍ୟାବିନେଟ କମିଟିର ନିଷ୍ପତ୍ତିକ୍ରମେ ଆଜି...

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ବର୍ଷା ବିତ୍ପାତ ଦେଖାଦେଇଛି। ରାସ୍ତାଘାଟରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଘର ଗୁଡିକରେ...

କ୍ୟାପଟେନଙ୍କ ପାକିସ୍ତାନି ବନ୍ଧୁଙ୍କୁ ନେଇ ବଢୁଛି କଳହ

ଚଣ୍ଡିଗଡ଼,୨୩ ।୧୦: ପଞ୍ଜାବ କଂଗ୍ରେସରେ କଳହ ଥମିବାର ନାଁ ନେଉନି । କ୍ୟାପଟେନ-ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହ ଏବେ ଅରୁସା ଆଲମଙ୍କ ପାଖରେ ପହଞ୍ଚିଲାଣି...

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ୨୦୦ ପ୍ରଦର୍ଶନକାରୀ ଅଟକ

ନୂଆଦିଲ୍ଲୀ, ୨୭।୧: ଜାନୁୟାରୀ ୨୬ରେ ଦିଲ୍ଲୀରେ ଅନ୍ନଦାତାଙ୍କ ପକ୍ଷରୁ ହୋଇଥିବା ହିଂସକ ପ୍ରଦର୍ଶନ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିସିଟିଭି ରେକର୍ଡିଂ...

ପିତା ଅରୁଣଙ୍କ ପରି ଝିଅ ସୋନାଲୀ ଏବଂ ପୁଅ ରୋହନ ମଧ୍ୟ ଆଇନଜୀବୀ

ନୂଆଦିଲ୍ଲୀ, ୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ୬୬ ବର୍ଷ ବୟସରେ ପରଲୋକ ଘଟିଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ।...

ଆରଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟଣା, ୭।୧୧-ବିହାରରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଦୁର୍ବୃତ୍ତମାନେ ଗୁଳି କରି...

କଡ଼ା ସୁରକ୍ଷା ମଧ୍ୟରେ ଭବାନୀପୁରରେ ମତଦାନ ଆରମ୍ଭ…

କୋଲକାତା,୩୦।୯: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଗୁରୁବାର ମତଦାନ ଆରମ୍ଭ ହୋଇଛି। ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିବିଷ୍ୟତ...

କିଭଳି ହାରିବ କରୋନା,ଟିକା ନେବାର ୨ ମାସ ମଧ୍ୟରେ କମୁଛି ଆଣ୍ଟିବଡ଼ି…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୪।୯: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ନେଇ ସରକାରଙ୍କ...

Advertisement
Archives

Model This Week