ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌: ଆଉ ଜଣେ ଅଧିକାରୀ ନିଲମ୍ବିତ

ରାଉରକେଲା ଅଫିସ, ୭।୧: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ଗ୍ୟାସ୍‌ ଦୁର୍ଘଟଣା ନେଇ ଗୁରୁବାର ଆଉ ଜଣେ ଆର୍‌ଏସ୍‌ପି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେ ହେଉଛନ୍ତି କାରଖାନା ସୁରକ୍ଷା ବିଭାଗ ଅଧିକାରୀ ସ୍ମୃତିରଞ୍ଜନ ସାହୁ। ବୁଧବାର ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବା ୨ ବିଭାଗୀୟ ଅଧିକାରୀ ଡିଜିଏମ୍‌ ଗୋପବନ୍ଧୁ ବାରିକ ଓ ନଭେନ୍ଦୁ ଦାସଙ୍କୁ କାରଖାନା କର୍ତ୍ତୃପକ୍ଷ ନିଲମ୍ବିତ କରିଥିଲେ।
ଆର୍‌ଏସ୍‌ପି ପକ୍ଷରୁ ୩ ଜଣିଆ ତଦନ୍ତକାରୀ ଟିମ୍‌ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ବହନ କରିଛି। ଫ୍ୟାକ୍ଟ୍ରି ଆଣ୍ଡ ବୟଲର୍ସ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି। ଆବଶ୍ୟକ ହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଉପନିର୍ଦ୍ଦେଶକ ବିଭୁପ୍ରସାଦ। ଅପରପକ୍ଷେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଗୁରୁବାର ଦଳ ପକ୍ଷରୁ ରାଉରକେଲାରେ ଶୋଭାଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ସୁନ୍ଦରଗଡ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ବିଧାୟକ ନାୟକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ : ପାସ୍‌ ହାର ୯୨.୨୧%

କେନ୍ଦୁଝର, ୨ା୬(ସ୍ବ.ପ୍ର.)-ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି ା ପାସ ହାର ରହିଛି ୯୨.୨୧% ରହିଥିବା...

ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ

ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ...

କାଲି ଏହି ଜିଲାରେ ବନ୍ଦ ରହିବ ସ୍କୁଲ

ଭଦ୍ରକ ଅଫିସ,୧୯।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ...

କୋରାପୁଟ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ଜୟପୁର,୧୯।୮(ଡି.ଏନ୍‌.ଏ): କୋରାପୁଟ ଜିଲା ଡିଏଫଓଙ୍କ କାର୍ଯ୍ୟାଳୟ ସୋମବାର କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଘେରାଉ କରାଯାଇଛି। ସୁପରଭାଇଜର, ଚେକର ଓ ଚପରାସିଙ୍କୁ ବାର୍ଷିକ ନିର୍ଦ୍ଧାରିତ...

ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌

କେନ୍ଦ୍ରାପଡା ଅଫିସ, ୨୨।୪-କେନ୍ଦ୍ରାପଡ଼ା ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌ ବୁଧବାର ପ୍ରଦାନ କରାଯାଇଛି। ଜିଲାର ୮୦...

ହକି ଟ୍ରଫିକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ହକି ବିଶ୍ୱକପ୍‌ ପାଇଁ ଉତ୍କଣ୍ଠା ବଢ଼ିଛି। ନୂଆ ରୂପରେ ସଜେଇ ହେଉଛି ଉଭୟ ସହର। ବିଭିନ୍ନ ରାଜ୍ୟ...

କାଳବୈଶାଖୀରେ ଭାଙ୍ଗିଲା ଗଛ

ଅନୁଗୋଳ ଅଫିସ, ୧୮।୫: ଅନୁଗୋଳ ଏବଂ ତାଳଚେର ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀ ମେଘ ପ୍ରଭାବରେ ବହୁତ ଗଛର ଡାଳ...

Advertisement
Archives

Model This Week