Posted inଫୁରସତ

ପ୍ରେମ ଦିବସ ପାଇଁ ଗୋଲାପ ଆମଦାନୀ ବ୍ୟାନ୍‌

ଟୋକିଓ: ନେପାଳ ସରକାର ନିକଟରେ ପ୍ରେମ ଦିବସ ପାଇଁ ଭାରତ ଏବଂ ଚାଇନାରୁ ଗୋଲାପ ଆମଦାନୀ ବ୍ୟାନ୍‌ କରିଥିବା ଘୋଷଣା କରିଛି। ରିପୋର୍ଟ ଅନୁସାରେ, ଆସନ୍ତା ୧୪ରେ ପ୍ରେମ ଦିବସ ପାଳନ କରାଯିବ। ଏଥିପାଇଁ ଭାରତ ଏବଂ ଚାଇନାରୁ ସତେଜ ଗୋଲାପ ଅଧିକ ମାତ୍ରାରେ ଆମଦାନୀ ହେବ। ହେଲେ କୃଷି ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ଭିଦ କ୍ୱାରେଣ୍ଟିନ୍‌ ଏବଂ କୀଟନାଶକ ପରିଚାଳନା କେନ୍ଦ୍ର ଗୁରୁବାର ଉଦ୍ଭିଦ ରୋଗର ଆଶଙ୍କା ଦର୍ଶାଇ ଗୋଲାପ ଆମଦାନୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ କେନ୍ଦ୍ର ୧୫ଟି କଷ୍ଟମ ଅଫିସ୍‌ରେ ଏହି କାରଣ ଲାଗି ଭାରତ ଏବଂ ଚାଇନାଠାରୁ ଗୋଲାପ ଆମଦାନୀ ବ୍ୟାନ୍‌ କରିଛି। ଏହି ଆମଦାନୀ ପରିବା ଜାତୀୟ ଜିନିଷର କୀଟରୁ ରୋଗର ଆଶଙ୍କା କରାଯାଉଛି ବୋଲି କେନ୍ଦ୍ରର ସୂଚନା ଅଧିକାରୀ ମହେଶ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି। ଗୋଲାପ ଏବଂ ଅନ୍ୟ ଉଦ୍ଭିଦଠାରୁ ହେଉଥିବା ରୋଗ ବହୁତ ବିପଦ ବୋଲି ଜଣାପଡ଼ିଛି। ସେଥିପାଇଁ ଆମଦାନୀକୁ ତୁରନ୍ତ ବ୍ୟାନ୍‌ କରାଯାଇଥିବା ଆଚାର୍ଯ୍ୟ କହିଛନ୍ତି। ପ୍ରେମ ଦିବସଗୁଡ଼ିକରେ ନେପାଳରେ ପ୍ରାୟ ୩୦୦ ହଜାର ଗୋଲାପ ବିକ୍ରି ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ନେପାଳରେ ମାତ୍ର ୩୦ରୁ ୪୦ ହଜାର ଗୋଲାପ ହେଉଥିବାବେଳେ ବାକିସବୁ ଭାରତରୁ ଆମଦାନୀ କରାଯାଇଥାଏ। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ନେପାଳ ୧୦ ହଜାର ୬୧୨ କେଜିର ଗୋଲାପ ପାଇଁ ୧.୩ ମିଲିୟନ୍‌ ଡଲାର ବ୍ୟୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?