ଭୁବନେଶ୍ୱରକୁ ଲମ୍ବିଛି ନକଲି ସସ୍‌ର ଚେର

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୩।୧୦: ନକଲି ସାମଗ୍ରୀ ପ୍ରସ୍ତୁତି ନେଇ କଟକ ପରେ ଏହାର ଚେର ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ମିଳିଛି। ଶନିବାର ମଲଗୋଦାମ ଥାନା ପୋଲିସ ମାଲ୍‌ଗୋଦାମରେ ଏକ ସସ୍‌ ଗୋଦାମରେ ଚଢ଼ାଉ କରିବାପରେ ଏହା ଭୁବନେଶ୍ୱରର ଏକ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହୋଇଥିବା ଜାଣିବାକୁ ମିଳିଥିଲା। ଏହାପରେ ଉକ୍ତ ଗୋଦାମ ଓ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯିବା ସହ ମାଲଗୋଦାମ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।
ଆଳୁ ଓ କଖାରୁକୁ ବ୍ୟବହାର କରି ଲୁଚାଛପାରେ ଚିଲି ସସ୍‌, ଟମାଟୋ ସସ୍‌ ଏବଂ ବିଭିନ୍ନ ପ୍ରକାର ଆଚାର ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଛି। ଆଉ ଏହି ଅପମିଶ୍ରିତ ସସ୍‌ ଫ୍ୟାକ୍ଟ୍ରି ଓ ଗୋଦାମରେ ମାଲଗୋଦାମ ପୋଲିସ ପକ୍ଷରୁ ଚଢାଉ କରାଯିବା ପରେ ଏହା ଭୁବନେଶ୍ୱର ପାତ୍ରପଡ଼ା ଭଗବାନପୁର ଶିଳ୍ପାଞ୍ଚଳରେ ଥିବା ଉର୍ମି ଫୁଡ୍‌ ପ୍ରଡକ୍ଟ ନାମକ ଏକ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ପରେ ଉକ୍ତ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ସସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି। ସିଏମସି ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ ଓ ପୋଲିସର ମିଳିତ ଭାବରେ ଏହି ଚଢ଼ାଉ କରାଯାଇଥିଲା। ଏଠାରେ ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ସସ୍‌ ଓ ଅନ୍ୟ ସାମଗ୍ରୀ ଉପରେ ଖାଦ୍ୟ ନିରାପତ୍ତା ବିଭାଗର ବାରକୋଡ୍‌ ଦେଖିବାକୁ ମିଳି ନ ଥିଲା। ସେହିପରି ମନଇଚ୍ଛା ଦର ମଧ୍ୟ ଲଗାଯାଇଛି। ଖାଦ୍ୟ ସାମଗ୍ରୀ ଏହି ଗୋଦାମରେ ବିକ୍ରି ଉଦ୍ଦେଶ୍ୟରେ ମହଜୁଦ୍‌ ରଖାଯିବା ସହ ବିଭିନ୍ନ ବଜାରକୁ ଚାଲାଣ ହେଉଥିଲା। ଅପରପକ୍ଷରେ ମାଲଗୋଦାମରେ ହେଉଥିବା ଚଢ଼ାଉରେ ଚିଲି ଓ ଟମାଟୋ ସସ୍‌ ଜବତ କରାଯିବା ସହ ଭିନେଗାର ଆଚାର ମଧ୍ୟ ରହିଛି। ଉକ୍ତ ଗୋଦାମ ମାଲିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ବେଳେ ତାଙ୍କ ଠାରୁ ପାତ୍ରପଡ଼ା ନକଲି ସସ୍‌ ଫ୍ୟାକ୍ଟ୍ରି ସମ୍ପର୍କରେ ସୂଚନା ପାଇଥିଲା। ରବିବାର ଏହାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଯଦି ନକଲି ବା ଖରାପ ମାଲ୍‌ ଦ୍ବାରା ପ୍ରସ୍ତୁତି କରାଯାଉଥିବା ଜଣାପଡ଼ିବ ତେବେ ଉକ୍ତ ଫ୍ୟାକ୍ଟ୍ରିକୁ ସବୁଦିନ ପାଇଁ ସିଲ୍‌ କରାଯିବା ସହ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାଲ୍‌ଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଗୋଦାମରେ କମ୍‌ ଦରରେ ସସ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହାପରେ ସେଠାରେ ଚଢ଼ାଉ କରାଯାଇ ସବୁ ଆଚାର, ଚକୋଲେଟ, ବଡ଼ି ଓ ବିସ୍କୁଟ ପ୍ରଭୃତି ଜବତ ସାମଗ୍ରୀକୁ ସିଲ୍‌ କରାଯାଇଛି। ଗୋଦାମ ମାଲିକଙ୍କୁ ଗିରଫ କରାଯାଇ ଏକ ମାମଲା (ନଂ. ୧୭୧/୨୨) ରୁଜୁ ହୋଇଥିବା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri