ନଦୀଜଳରେ ଫେନୋଲିକ୍‌ ବିଷ

ଯାଜପୁର ଅଫିସ,୨୩।୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀଜଳ ଅସୁରକ୍ଷିତ ହୋଇପଡ଼ିଛି। ସେଥିରେ ବିଷାକ୍ତ ଫେନୋଲିକ୍‌ କମ୍ପାଉଣ୍ଡ ମିଳୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ରିପୋର୍ଟରୁ ଏହା ଜଣାପଡ଼ିଛି। ପ୍ରତ୍ୟେକ ଜଳ ନମୁନା ପରୀକ୍ଷାରେ ଏଭଳି ରିପୋର୍ଟ ପ୍ରକାଶ ପାଉଥିବାରୁ ତାହା ମଣିଷ ପାଇଁ ପାନୀୟ କିମ୍ବା ଗାଧୋଇବା ସକାଶେ ଉପଯୁକ୍ତ ନୁହେଁ। ଗତ ଗୁରୁବାର ଓଡ଼ିଶା ବିଧାନସଭା ପରିବେଶ ଗୃହ କମିଟି ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନରେ ଆସି ଏଭଳି ମନ୍ତବ୍ୟ ଦେଇଛି।
ଯାଜପୁରରେ ପୂର୍ବରୁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ପାଣି ସଫା ଦେଖିବାକୁ ମିଳୁଥିଲା। ଏବେ ତାହା ଗୋଳିଆ ହୋଇ ଦୁର୍ଗନ୍ଧ ହେଉଛି। ନଦୀତଟବର୍ତ୍ତୀ ଅଞ୍ଚଳର l ଏହି ପ୍ରଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେବଳ କଳିଙ୍ଗନଗର ଶିଳ୍ପାଞ୍ଚଳ ନୁହେଁ, ବ୍ୟାସନଗର ପୌର ପରିଷଦର ଦୂଷିତ ପାଣି ମଧ୍ୟ ବିନା ଉପଚାରରେ ନଦୀଗର୍ଭରେ ପଡୁଛି। ଏ କ୍ଷେତ୍ରରେ ବ୍ୟାସନଗର ପୌର ପରିଷଦ କେବଳ ଅପରାଧ କରୁନାହିଁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ପୌରପରିଷଦର ଏହି ଆଭିମୁଖ୍ୟ ପାଇଁ ସହରର ଗଣ୍ଡାନାଳ ଜଳ ବିଷାକ୍ତ ହେଉଛି। ଖାଲି ସେତିକି ନୁହେଁ, ଗଣ୍ଡାନାଳ ପାଣି ବ୍ରାହ୍ମଣୀର ଉପନଦୀ ଖରସ୍ରୋତାରେ ମିଶୁଛି। ଏନେଇ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ପୂର୍ବରୁ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଛି। ହେଲେ ଏଯାଏ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ ହେଉ ନ ଥିବାରୁ ନଦୀଜଳ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବିଧାନସଭା ପରିବେଶ ଗୃହ କମିଟି କେବଳ ଶିଳ୍ପାଞ୍ଚଳରେ ପ୍ରବାହିତ ଗଣ୍ଡାନାଳ ପରିଦର୍ଶନରେ ଯାଇ ମିଲିଟାରୀ ଛକଠାରୁ ଅଗ୍ନିଶମ ବିଭାଗ ଛକ ମଧ୍ୟରେ ପ୍ରବାହିତ ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛିି। ତେବେ ଏହି ସମସ୍ୟା ଶିଳ୍ପ କାରଖାନା ଏବଂ ସ୍ବାୟତ୍ତ ଶାସନ ସଂସ୍ଥାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଜନ ପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ ଆସୁନାହିଁ। ଗଣ୍ଡାନାଳର ବିଭିନ୍ନ ସ୍ଥାନରେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ବିଶୋଧନ ପରେ ଖରସ୍ରୋତାରେ ନିଷ୍କାସନ ପାଇଁ ଏକାଧିକ ପ୍ରକଳ୍ପ କରାଯିବ ବୋଲି ଗତ ୧୦ବର୍ଷ ହେଲା କ୍ଷମତାସୀନ ରାଜନେତା କହି ଆସୁଥିବାବେଳେ ଏହାର ସର୍ଭେ କାର୍ଯ୍ୟ କରାଯାଉଥିବା ଜନସ୍ବାସ୍ଥ୍ୟ ବିଭାଗ କହିଆସୁଛି। କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଏସ୍‌ପିସିବିର କେନ୍ଦ୍ରୀୟ ପରୀକ୍ଷାଗାରରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଜଳ ନମୁନା ପରୀକ୍ଷାରେ ସର୍ବଦା ବିଷାକ୍ତ ଦ୍ରବ୍ୟ ମିଳିଥିବା ସୂଚନା ମିଳିଛି। ବିଶେଷକରି ଗଣ୍ଡାନାଳର କୁସୁନପୁର ବ୍ରିଜ ନିକଟ ଜଳ ଅଧିକ ବିଷାକ୍ତ ବୋଲି ଜଣାପଡିଛି। ଏହି ଜଳ ନମୁନାରେ ଗ୍ରହଣଯୋଗ୍ୟ ସୀମାଠାରୁ ପ୍ରାୟ ୧୦ ଗୁଣରୁ ଅଧିକ ଫେନୋଲିକ୍‌ କମ୍ପାଉଣ୍ଡ (କୋଇଲାଯୁକ୍ତ ପଦାର୍ଥ) ମିଳୁଥିବା ଏସ୍‌ପିସିିବି ପକ୍ଷରୁ କୁହାଯାଉଛି। ତେବେ ଏହି ଜଳ ପ୍ରଦୂଷଣ ପାଇଁ କେତେକ ପ୍ରଭାବଶାଳୀ କମ୍ପାନୀର ସମ୍ପୃକ୍ତି ରହୁଥିଲେ ହେଁ ସରକାରଙ୍କ ପକ୍ଷରୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଏଭଳିସ୍ଥିତିରେ ପରିବେଶ କମିଟିର ଅଧ୍ୟକ୍ଷ ବିଧାୟକ ମୋହନ ଚରଣ ମାଝୀ ଅନୁଧ୍ୟାନ ରିପୋର୍ଟ ସଂକ୍ରାନ୍ତରେ ସରକାରଙ୍କୁ ଜଣାଇବେ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିସ କରିବେ ବୋଲି କହିଛନ୍ତି।
ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା କହିଛନ୍ତି, ସେ ମଧ୍ୟ ପରିବେଶ କମିଟି ସହ ରହିଥିଲେ। ୨ ମାସର ଜଳ ନମୁନା ରିପୋର୍ଟ ଅନୁସାରେ ଫେନୋଲିକ୍‌ ଦ୍ରବ୍ୟ ଅଧିକ ରହୁଥିବା ଜଣାପଡ଼ିଛି। ତେବେ କମ୍ପାନୀରୁ ବୋହି ଯାଉଥିବା ବର୍ଷା ଜଳର ଉପଚାର କରି ସମସ୍ତ କମ୍ପାନୀ ବାହାରକୁ ଛାଡୁଛନ୍ତି। ଅନ୍ୟ ଦିନର ପାଣି କାରଖାନା ଭିତରେ ରିସାଇକ୍ଲିଂ କରି ବ୍ୟବହାର କରାଯାଉ ଥିବାରୁ ବାହାରକୁ ଛଡ଼ା ଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?