ଭୁବନେଶ୍ୱରକୁ ଲମ୍ବିଛି ନକଲି ସସ୍‌ର ଚେର

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୩।୧୦: ନକଲି ସାମଗ୍ରୀ ପ୍ରସ୍ତୁତି ନେଇ କଟକ ପରେ ଏହାର ଚେର ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ମିଳିଛି। ଶନିବାର ମଲଗୋଦାମ ଥାନା ପୋଲିସ ମାଲ୍‌ଗୋଦାମରେ ଏକ ସସ୍‌ ଗୋଦାମରେ ଚଢ଼ାଉ କରିବାପରେ ଏହା ଭୁବନେଶ୍ୱରର ଏକ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହୋଇଥିବା ଜାଣିବାକୁ ମିଳିଥିଲା। ଏହାପରେ ଉକ୍ତ ଗୋଦାମ ଓ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯିବା ସହ ମାଲଗୋଦାମ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।
ଆଳୁ ଓ କଖାରୁକୁ ବ୍ୟବହାର କରି ଲୁଚାଛପାରେ ଚିଲି ସସ୍‌, ଟମାଟୋ ସସ୍‌ ଏବଂ ବିଭିନ୍ନ ପ୍ରକାର ଆଚାର ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଛି। ଆଉ ଏହି ଅପମିଶ୍ରିତ ସସ୍‌ ଫ୍ୟାକ୍ଟ୍ରି ଓ ଗୋଦାମରେ ମାଲଗୋଦାମ ପୋଲିସ ପକ୍ଷରୁ ଚଢାଉ କରାଯିବା ପରେ ଏହା ଭୁବନେଶ୍ୱର ପାତ୍ରପଡ଼ା ଭଗବାନପୁର ଶିଳ୍ପାଞ୍ଚଳରେ ଥିବା ଉର୍ମି ଫୁଡ୍‌ ପ୍ରଡକ୍ଟ ନାମକ ଏକ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ପରେ ଉକ୍ତ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ସସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି। ସିଏମସି ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ ଓ ପୋଲିସର ମିଳିତ ଭାବରେ ଏହି ଚଢ଼ାଉ କରାଯାଇଥିଲା। ଏଠାରେ ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ସସ୍‌ ଓ ଅନ୍ୟ ସାମଗ୍ରୀ ଉପରେ ଖାଦ୍ୟ ନିରାପତ୍ତା ବିଭାଗର ବାରକୋଡ୍‌ ଦେଖିବାକୁ ମିଳି ନ ଥିଲା। ସେହିପରି ମନଇଚ୍ଛା ଦର ମଧ୍ୟ ଲଗାଯାଇଛି। ଖାଦ୍ୟ ସାମଗ୍ରୀ ଏହି ଗୋଦାମରେ ବିକ୍ରି ଉଦ୍ଦେଶ୍ୟରେ ମହଜୁଦ୍‌ ରଖାଯିବା ସହ ବିଭିନ୍ନ ବଜାରକୁ ଚାଲାଣ ହେଉଥିଲା। ଅପରପକ୍ଷରେ ମାଲଗୋଦାମରେ ହେଉଥିବା ଚଢ଼ାଉରେ ଚିଲି ଓ ଟମାଟୋ ସସ୍‌ ଜବତ କରାଯିବା ସହ ଭିନେଗାର ଆଚାର ମଧ୍ୟ ରହିଛି। ଉକ୍ତ ଗୋଦାମ ମାଲିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ବେଳେ ତାଙ୍କ ଠାରୁ ପାତ୍ରପଡ଼ା ନକଲି ସସ୍‌ ଫ୍ୟାକ୍ଟ୍ରି ସମ୍ପର୍କରେ ସୂଚନା ପାଇଥିଲା। ରବିବାର ଏହାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଯଦି ନକଲି ବା ଖରାପ ମାଲ୍‌ ଦ୍ବାରା ପ୍ରସ୍ତୁତି କରାଯାଉଥିବା ଜଣାପଡ଼ିବ ତେବେ ଉକ୍ତ ଫ୍ୟାକ୍ଟ୍ରିକୁ ସବୁଦିନ ପାଇଁ ସିଲ୍‌ କରାଯିବା ସହ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାଲ୍‌ଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଗୋଦାମରେ କମ୍‌ ଦରରେ ସସ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହାପରେ ସେଠାରେ ଚଢ଼ାଉ କରାଯାଇ ସବୁ ଆଚାର, ଚକୋଲେଟ, ବଡ଼ି ଓ ବିସ୍କୁଟ ପ୍ରଭୃତି ଜବତ ସାମଗ୍ରୀକୁ ସିଲ୍‌ କରାଯାଇଛି। ଗୋଦାମ ମାଲିକଙ୍କୁ ଗିରଫ କରାଯାଇ ଏକ ମାମଲା (ନଂ. ୧୭୧/୨୨) ରୁଜୁ ହୋଇଥିବା ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri