ଏପ୍ରିଲ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟ ସରିବ

ସାକ୍ଷୀଗୋପାଳ,୨୩।୧୦(ଡି.ଏନ୍‌.ଏ/ସ୍ବ.ପ୍ର.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ସମୀକ୍ଷା କରିଛନ୍ତି। ଏଥିସହ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟର କାମ ଶେଷ ହେବ ବୋଲି ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ସମ୍ମୁଖରେ ମୁଖ୍ୟ ଶାସନ ସଚିବ ମହାପାତ୍ର ଖବରଦାତାମାନଙ୍କୁ ସୂଚନା ଦେଇଥିଲେ। ଅପରାହ୍ନରେ ସତ୍ୟବାଦୀ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁଆଣ୍ଡୋ ରାସ୍ତାର ପଟ୍ଟନାୟିକିଆ ଛକରେ ଅଭ୍ୟର୍ଥନା କକ୍ଷ ଓ ସୂଚନାକେନ୍ଦ୍ର ବୁଲି ଦେଖିଥିଲେ। ସୁଆଣ୍ଡୋ ଗ୍ରାମରେ ଶ୍ରୀଲୋକନାଥ ଦେବ ମନ୍ଦିର, ପୁଷ୍କରିଣୀ ଉନ୍ନୟନ, ସଂଗ୍ରହାଳୟ, ଷଠିଘର ସଂରକ୍ଷଣ, ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀରାଧା ବିନୋଦ ବିହାରୀଙ୍କ ମନ୍ଦିର, ପ୍ରମୋଦ ଉଦ୍ୟାନ, ରାସ୍ତା ଆଦି ଐତିହ୍ୟ ବିକାଶ ପ୍ରକଳ୍ପ ପରିଦର୍ଶନ କରିବା ସହ ପୂର୍ଣ୍ଣାଙ୍ଗ ରୂପରେଖ ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ୩ ମାସ ମଧ୍ୟରେ ଐତିହ୍ୟ ସମ୍ପନ୍ନ ଜାତୀୟ ସ୍ମାରକୀ ଲୋକାର୍ପଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।
ସତ୍ୟବାଦୀ ବକୁଳବନର ବନବିଦ୍ୟାଳୟର ସ୍ମୃତି ଉଜ୍ଜୀବିତ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଉତ୍ତୋରତ୍ତର ଗବେଷଣା ନିମନ୍ତେ ନିର୍ମାଣାଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟ ଛାତ୍ରାବାସ, ମୁଖ୍ୟ ପ୍ରଶାସନିକ ଦପ୍ତର ଶ୍ରେଣୀକକ୍ଷ ଆଦି ବିଭିନ୍ନ ବ୍ଲକ ସମ୍ପର୍କିତ ଡିଜାଇନ ବୁଲି ଦେଖିବା ପରେ ମୁଖ୍ୟ ଶାସନ ସଚିବ ମହାପାତ୍ର ଶ୍ରୀସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିଥିଲେ। ବେଢା ପରିକ୍ରମା କରିବା ସମୟରେ ସଚିବ ମନ୍ଦିରର ଅଭାବ ଅସୁବିଧା ସମ୍ପର୍କରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ପୁରାତନ ମୁଖ୍ୟ ମନ୍ଦିର ମରାମତି, କେମିକାଲ ଆସ୍ତରଣ, ବେଢ଼ାରେ ପଥର ବିଛାଇବା କାମ ପୂର୍ଣ୍ଣାଙ୍ଗ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାକ୍ଷୀଗୋପାଳ ମନ୍ଦିର ପାରିପାଶର୍‌ବିକ ଉନ୍ନୟନ ସହିତ ଐତିହାସିକ ବକୁଳବନକୁ ଆକର୍ଷଣୀୟ କରାଯିବା ନିମନ୍ତେ ଡିଜାଇନ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଏହି କାମ ଆରମ୍ଭ ହେବ। ଅନ୍ୟପକ୍ଷେ ସାକ୍ଷୀଗୋପାଳ ମନ୍ଦିରକୁ ଗମନାଗମନ ସୁବିଧା ପାଇଁ ରାସ୍ତାରେ ରେଳ ଓଭରବ୍ରିଜ ଏଂ ମନ୍ଦିର ବାଇପାସ୍‌ ରାସ୍ତା ପ୍ରଶସ୍ତୀକରଣ କରାଯିବ ବୋଲି ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ସହିତ ଜିଲାପାଳ ସମର୍ଥ ବର୍ମା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଅଶ୍ବିନୀ ଶତପଥୀ, ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂହ, ବିଡିଓ ଲୋଚନ ଦାସ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ଏହି ଗସ୍ତରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?