ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାରେ ଓଏଏସ୍‌ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ହେଉଛି ରାଜ୍ୟ ପ୍ରଶାସନର ମୁଖ୍ୟ ଅଂଶ। ବ୍ଲକ ଏବଂ ତହସିଲଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଏଏସ୍‌ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛନ୍ତି। ତୃଣମୂଳସ୍ତରରେ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ପହଞ୍ଚାଇବାରେ ସେମାନେ ଦାୟିତ୍ୱର ସହ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ମହତାକାଂକ୍ଷୀ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ୫-ଟି ସ୍କୁଲ ରୂପାନ୍ତରୀକରଣ, ପୁରୁଷ ବିଶ୍ୱକପ୍‌ ହକି, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ ଏବଂ କରୋନା ମହାମାରୀ ସମୟରେ ଓଏଏସ୍‌ ଅଧିକାରୀମାନଙ୍କର ଭୂମିକା ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଶୁକ୍ରବାର ଓଏଏସ୍‌ ସଂଘର ସାଧାରଣ ପରିଷଦର ଉଦ୍‌ଯାପନୀ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୫-ଟି ଓ ମୋ ସରକାର ପ୍ରଶାସନିକ ରୂପାନ୍ତରୀକରଣ କରିବା ସହ ସରକାରୀ କର୍ମଚାରୀଙ୍କ ଜନସାଧାରଣଙ୍କ ପ୍ରତି ମନୋଭାବରେ ପରିବର୍ତ୍ତନ ଆଣିଛି। ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଉତ୍ତମ ପ୍ରଦର୍ଶନର ଆଶାପୋଷଣ କରିବା ସହ ହକ୍‌ଦାର ହୋଇପାରିଛି। ବିଶ୍ୱକପ୍‌ ଆୟୋଜନ, ମହାମାରୀ ସମୟରେ ଦେଶକୁ ସହାୟତା କରିବା ଏବଂ ଅନ୍ୟାନ୍ୟ ପଦକ୍ଷେପ ନୂଆ ଓଡ଼ିଶାର ସଙ୍କେତ ବହନ ସହ ଦେଶକୁ ମାନବିକ ଜୀବନ ଓ ମୂଲ୍ୟବୋଧ କ୍ଷେତ୍ରରେ ଆଗକୁ ନେବାରେ ସାହାଯ୍ୟ କରିଛି। ସମୃଦ୍ଧ ଓଡ଼ିଶା ଗଠନର ସ୍ବପ୍ନକୁ ସାକାର କରିବା ସକାଶେ ପରିବର୍ତ୍ତନକୁ ଗ୍ରହଣ କରିବା ପାଇଁ ପ୍ରଶାସନ ନିଶ୍ଚିତ ଭାବେ ଶକ୍ତିଶାଳୀ ହେବା ଦରକାର। ସରକାରଙ୍କ ସମସ୍ତ ଅଭିନବ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଯାବତ୍‌ ସଫଳତାର ସହ କ୍ୱାରାଣ୍ଟାଇନ୍‌ ସାରି ଘରକୁ ଫେରିଛନ୍ତି ୧ ଲକ୍ଷ ଲୋକ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ରବାସୀ ଆସିଲେ ନୂଆ ଗାଇଡ୍‌ଲାଇନ୍‌ରେ ୭ ଦିନ...

ଶ୍ରୀମନ୍ଦିର ଚାରିପଟୁ ଘର ଉଚ୍ଛେଦ ପ୍ରସଙ୍ଗ: ଅଧିକ ୭ଦିନ ସମୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ଚାରି ପାଖରୁ ୭୫ମିଟର ବଳୟ ମଧ୍ୟରେ ଯେତେସବୁ ଘର ଅଛି ତାକୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଜିଲା...

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ସରଗରମ ହେଉଛି ରାଜଧାନୀ ରାଜନୀତି

ଭୁବନେଶ୍ୱର, ୫।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ନିର୍ବାଚନ ତାତି ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ସରି...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଅପରାହ୍ନ ପ୍ରାୟ...

କାହାଣୀ ଦୁନିଆରେ ହଜିବ ମନ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): କାହାଣୀ ଶୁଣିବାରେ ମଜିବେ ପିଲାମାନେ। ଗପ ଶୁଣିବେ, ଶିକ୍ଷଣୀୟ କଥା ଜାଣିବେ ଏବଂ ଏହା ସାଙ୍ଗକୁ ମନୋରଞ୍ଜନ ବି କରିବେ। ଖାଲି ପିଲା...

୮ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଅନୁମୋଦନ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ପିଏମ୍‌ କେୟାର୍ସ ଫଣ୍ଡରୁ ଓଡ଼ିଶାର ୮ ଜିଲାରେ ପ୍ରେସର ସ୍ବିଙ୍ଗ ଆଡଜର୍ପଶନ (ପିଏସ୍‌ଏ) ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ମିଳିଛି।...

ଦିନକୁ ଦିନ ବଢ଼ୁଛି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୨ ଜୀବନ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

Advertisement
Archives

Model This Week