Posted inଖେଳ

ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ

ନୂଆଦିଲ୍ଲୀ,୧୭।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବର୍ତମାନ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ମଧ୍ୟ ରୋହିତଙ୍କ ବ୍ୟାଟ ଶାନ୍ତ ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରୋହିତ ଗାବା ଟେଷ୍ଟରେ ଏପରି କିଛି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଉଠିଛି କି ସେ ଅବସର ନେଇପାରନ୍ତି। ଏହି ସିରିଜରେ ରୋହିତ ୬ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଏପର୍ଯ୍ୟନ୍ତ ସେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି।

ତେବେ ଗାବାରେ ଚାଲିଥିବା ତୃତୀୟ ଟେଷ୍ଟରେ ସେ ମାତ୍ର ୧୦ ରନ୍ କରି ଆଉଟ ହୋଇଥିଲେ। ଏହାପରେ ପ୍ୟାଭିଲିୟନ ଫେରିବା ବାଟରେ ରୋହିତ ତାଙ୍କର ଗ୍ଳୋବ୍ସ ଫୋଫାଡ଼ି ଦେଇଥିଲେ। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ରୋହିତ ଅବସର ନେଇପାରନ୍ତି।

ସେପଟେ ମ୍ୟାଚ କଥା ଦେଖିଲେ ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଏହା ଡ୍ର ଆଡକୁ ଗତି କରୁଛି। ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନରେ ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜା ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଅନ୍ତିମ ଉଇକେଟରେ ଅବିଭାଜିତ ୨୯ ରନ୍‌ ଯୋଡିବା ସହ ଫଲୋଅନ୍‌ ଏଡାଇଥିଲେ ଆକାଶ ଦୀପ୍‌ ଓ ଯଶପ୍ରୀତ୍‌ ବୁମ୍‌ରା। ଖରାପ ଆଲୋକ କାରଣରୁ ଖେଳ ବନ୍ଦ ହେବା ଆଗରୁ ଭାରତ ୯ ଉଇକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି। ଅନ୍ତିମ ଦିନର ଖେଳ ବାକତି ରହିଥିବା ବେଳେ ମ୍ୟାଚ୍‌ଟି ବର୍ତ୍ତମାନ ଡ୍ର ଆଡକୁ ଗତି କରୁଛି। ଟପ୍‌ ଅର୍ଡର ଫେଲ ମାରିଥିବା ବେଳେ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୫୧ ରନ୍‌ ସଂଗ୍ରହ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କୁମିନ୍ସ ୪, ମିଚେଲ୍‌ ଷ୍ଟାର୍କ ୩, ନାଥାନ ଲିୟନ ଓ ଜୋଶ ହାଜେଲଉଡ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜୋଶ୍‌ ହାଜେଲଉଡଙ୍କ ଜଂଘ ମାଂଶପେସୀ ଟାଣି ହୋଇଥିବା କାରଣରୁ ସେ ଅବଶିଷ୍ଟ ସିରିଜରୁ ବାଦ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?