Posted inଖେଳ

ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ

ନୂଆଦିଲ୍ଲୀ,୧୭।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବର୍ତମାନ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ମଧ୍ୟ ରୋହିତଙ୍କ ବ୍ୟାଟ ଶାନ୍ତ ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରୋହିତ ଗାବା ଟେଷ୍ଟରେ ଏପରି କିଛି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଉଠିଛି କି ସେ ଅବସର ନେଇପାରନ୍ତି। ଏହି ସିରିଜରେ ରୋହିତ ୬ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଏପର୍ଯ୍ୟନ୍ତ ସେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି।

ତେବେ ଗାବାରେ ଚାଲିଥିବା ତୃତୀୟ ଟେଷ୍ଟରେ ସେ ମାତ୍ର ୧୦ ରନ୍ କରି ଆଉଟ ହୋଇଥିଲେ। ଏହାପରେ ପ୍ୟାଭିଲିୟନ ଫେରିବା ବାଟରେ ରୋହିତ ତାଙ୍କର ଗ୍ଳୋବ୍ସ ଫୋଫାଡ଼ି ଦେଇଥିଲେ। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ରୋହିତ ଅବସର ନେଇପାରନ୍ତି।

ସେପଟେ ମ୍ୟାଚ କଥା ଦେଖିଲେ ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଏହା ଡ୍ର ଆଡକୁ ଗତି କରୁଛି। ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନରେ ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜା ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଅନ୍ତିମ ଉଇକେଟରେ ଅବିଭାଜିତ ୨୯ ରନ୍‌ ଯୋଡିବା ସହ ଫଲୋଅନ୍‌ ଏଡାଇଥିଲେ ଆକାଶ ଦୀପ୍‌ ଓ ଯଶପ୍ରୀତ୍‌ ବୁମ୍‌ରା। ଖରାପ ଆଲୋକ କାରଣରୁ ଖେଳ ବନ୍ଦ ହେବା ଆଗରୁ ଭାରତ ୯ ଉଇକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି। ଅନ୍ତିମ ଦିନର ଖେଳ ବାକତି ରହିଥିବା ବେଳେ ମ୍ୟାଚ୍‌ଟି ବର୍ତ୍ତମାନ ଡ୍ର ଆଡକୁ ଗତି କରୁଛି। ଟପ୍‌ ଅର୍ଡର ଫେଲ ମାରିଥିବା ବେଳେ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୫୧ ରନ୍‌ ସଂଗ୍ରହ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କୁମିନ୍ସ ୪, ମିଚେଲ୍‌ ଷ୍ଟାର୍କ ୩, ନାଥାନ ଲିୟନ ଓ ଜୋଶ ହାଜେଲଉଡ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜୋଶ୍‌ ହାଜେଲଉଡଙ୍କ ଜଂଘ ମାଂଶପେସୀ ଟାଣି ହୋଇଥିବା କାରଣରୁ ସେ ଅବଶିଷ୍ଟ ସିରିଜରୁ ବାଦ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୭ ରନ୍‌ରେ ୮ ଉଇକେଟ ନେଇ ଇତିହାସ ରଚିଲେ ଏହି କ୍ରିକେଟର୍‌: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ…

ଇଶାନ କିଶନଙ୍କ ରେକର୍ଡକୁ ବିପଦ! ମାତ୍ର ଏତିକି ରନ୍‌ କଲେ ଇତିହାସ ରଚିବେ ଅଭିଷେକ

ନୂଆଦିଲ୍ଲୀ, ୨୯।୧୦: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟ ଏବେ ଜୋର୍‌ଦାର ଚାଲୁଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ମଧ୍ୟ ଏହି ଭାରତୀୟ ଓପନର୍ସଙ୍କ…

ମାତ୍ର ୧୫ ବର୍ଷରେ WPL କଣ୍ଟ୍ରାକ୍ଟ, କିଏ ଏହି ଉମା କାଶଭୀ? ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମିଶୁଛି କାହାଣୀ

ନୂଆଦିଲ୍ଲୀ, ୨୯।୧୦: ବୁଧବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ (WPL) ନିଲାମରେ ଉମା କାଶଭୀ ଇତିହାସ ରଚିଛନ୍ତି। ସେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ…

ମାତ୍ର ୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ନେଇ ଚକିତ କରିଦେଲେ ଏହି କ୍ରିକେଟର୍‌

ଡବଲିନ,୨୯।୧୦: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ଆୟରଲାଣ୍ଡର ଲେଗ ସ୍ପିନର ବେନ ହ୍ବାଇଟ। ମାତ୍ର ୨୮ ବର୍ଷ ବୟସରେ ସେ ନିଜର…

ମାତ୍ର ୧୫ ବର୍ଷରେ ଇତିହାସ ରଚିଲେ ଉମା, WPLର ସବୁଠୁ କମ୍‌ ବୟସ୍କ ଖେଳାଳି ଭାବେ…

ନୂଆଦିଲ୍ଲୀ, ୨୯।୧୦: ଉମା କାଶଭୀ ମହିଳା ପ୍ରିମିୟର ଲିଗ (WPL) ନିଲାମ ଇତିହାସରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ…

ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍‌କା: ଭାରତ ବିପକ୍ଷ ସିରିଜ୍‌ ମଝିରେ ଘଟିଲା…

ଓ୍ବେଲିଂଟନ,୨୯।୧୦:ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ଆହତ ସମସ୍ୟା ନ୍ୟୁଜିଲାଣ୍ଡ ଦଳର ଚିନ୍ତା ବଢ଼ାଇଛି। ପୂର୍ବରୁ ଆହତ ସମସ୍ୟାରେ ଗତି କରୁଥିବା କିୱି ଦଳକୁ ଆଉ ଏକ ଝଟକା…

ଏହି କ୍ରିକେଟର୍‌ଙ୍କ ଭାଇ ରଚିଲେ ଇତିହାସ: ୭୭ ବର୍ଷ ପରେ ଦୋହରାଇଲେ ବିରଳ କୀର୍ତ୍ତିମାନ

ମୁମ୍ବାଇ,୨୯।୧୦: ଘରୋଇ କ୍ରିକେଟ୍‌ରେ ଚମକିଲେ ଯୁବ ଅଲରାଉଣ୍ଡର ମୁଶୀର ଖାନ। ରଣଜୀ ଟ୍ରଫି ୨୦୨୬-୨୭ରେ ହରିୟାଣା ବିପକ୍ଷରେ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରି ସେ…

୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ ଶର୍ମା! ଶୁଭମନ ଗିଲ୍‌ଙ୍କୁ ନେଇ କଲେ ବଡ଼ ଖୁଲାସା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୨୯ା୧୦: ଭାରତୀୟ କ୍ରିକେଟ୍‌ର ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଦେଇଥିବା ଏକ ମଜାଳିଆ ବୟାନ ଏବେ ଚର୍ଚ୍ଚାରେ ରହିଛି । ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?