Posted inଖେଳ

ରୋହିତଙ୍କ ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୨୭।୧: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ  ଅନୁଷ୍କା ଶର୍ମା। ଟିମ୍‌ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍‌ ଲଣ୍ଡନରେ ଭାରତର ହାଇ କମିଶନରଙ୍କୁ ଭେଟିବାକୁ ଯାଇଥିଲା । ଏହି ସମୟରେ ଅନୁଷ୍କା ବିରାଟଙ୍କ ସହ ନଜର ଆସିଥିଲେ। ସବୁଠାରୁ ବଡ଼ କଥା ଥିଲା, ଅନୁଷ୍କା ସ୍ବାମୀଙ୍କ ସହ ଆଗରେ ଛିଡ଼ା ହୋଇଥିବା ବେଳେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ପଛରେ ଛିଡ଼ା ହୋଇଥିଲେ। ଏହାର ଫଟୋ ଭାଇରାଲ ହେବା ପରେ କ୍ରିକେଟ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ଟିମ୍‌ ପରିଦର୍ଶନ ଥିଲା ପାରିବାରିକ ପରିଦର୍ଶନ ନୁହେଁ ବୋଲି ଲୋକେ କହିବା ସହ ଲୋକମାନେ କହିଥିଲେ। ତେବେ ଏହି ଗସ୍ତରେ ରୋହିତ ଶର୍ମା ଭାରତୀୟ ଦଳର ଅଂଶବିଶେଷ ନ ଥିଲେ। ଏହାକୁ ନେଇ ସେ ଏକ ଟୁଇଟ୍‌ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।

ଜଣେ ପ୍ରଶଂସକ ନିଜ ଟୁଇଟ୍‌ରେ ଲେଖିଥିଲେ, ‘ଅନୁଷ୍କା ରୋହିତଙ୍କ ସ୍ଥାନରେ ଯାଇଥିଲେ? ହଁ, ଭିନ୍ନ ଖେଳାଳିଙ୍କ ପାଇଁ ଭିନ୍ନ ନିୟମ।’ ରୋହିତ ଏହି ଟୁଇଟ୍‌କୁ ପସନ୍ଦ କରିଥିଲେ। ଫଳରେ ବିବାଦ ଉପୁଜିଥିଲା। ଏହାପରେ ଅନ୍ୟ ଏକ ଟୁଇଟ୍‌କୁ ପସନ୍ଦ କରିଥିଲେ, ଯେଉଁଥିରେ ରୋହିତଙ୍କ ଟେଷ୍ଟରେ ହାରାହାରି ୫୮.୧୯ ଷ୍ଟ୍ରାଇକ୍‌ ରେଟ୍‌ ରହିଛି, ଏହା ଦୁନିଆର ଯେକୌଣସି ସକ୍ରିୟ ବ୍ୟାଟ୍ସମ୍ୟାନ୍‌ଙ୍କଠାରୁ ଅଧିକ ବୋଲି ଲେଖାଥିଲା। ତେବେ ବିଶେଷକରି ଅନୁଷ୍କାଙ୍କ ବିପକ୍ଷରେ କରିଥିବା ଟୁଇଟ୍‌କୁ ଲାଇକ୍‌ କରିବାକୁ ନେଇ ସେ ବିବାଦ ମଧ୍ୟକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୂନରେ ଆଉଟ୍‌ ହୋଇ ଅନେକ ଲଜ୍ଜାଜନକ ରେକର୍ଡ କଲେ କୋହଲି; ଧୋନୀଙ୍କୁ ବି କାଟିଦେଲେ

ନୂଆଦିଲ୍ଲୀ,୬।୮: ଏକ ବର୍ଷରୁ ଅଧିକ ସମୟ ଧରି ଖରାପ ଫର୍ମ ଜାରି ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏବେ ଦଳ ଇଂଲଣ୍ଡ ଗସ୍ତରେ ଥିବା...

କ୍ରିକେଟର କ୍ରିସ୍‌ଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୧।୫: ଏବେ ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସ୍‌ ମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ କାନ୍ଦୁ ଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଶ୍ୱ ମାତୃ ଦିବସ...

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ...

ଡ୍ୟୁକ୍‌ ବଲ୍‌ରେ ପ୍ରସ୍ତୁତି ସହାୟ ହୋଇଛି: କନ୍‌ଓ୍ବେ

ସାଉଥାମ୍ପଟନ,୨୪।୫(ପି.ଟି.): ଘରୋଇ ପରିବେଶରେ ଡ୍ୟୁକ୍‌ ବଲ୍‌ରେ ପ୍ରସ୍ତୁତି ବେଶ୍‌ ସହାୟ ହୋଇଛି ବୋଲି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନ୍‌ଓ୍ବେ କହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ...

ବିରାଟଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍‌ କିସ୍‌

ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା...

ଟି୨୦ ସିରିଜ୍‌: ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଅକଲାଣ୍ଡ,୨।୪(ଏପି): ବାଂଲାଦେଶ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬୫ ରନରେ ବିଜୟୀ ହୋଇଛି। ୩ଟି ଯାକ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ସିରିଜ...

ୟୁଏସ୍‌ ଓପନ୍‌ ଟେନିସ୍‌: ନାଡାଲଙ୍କ ବିଜୟ ଅଭିଯାନ, ତୃତୀୟ ରାଉଣ୍ଡରେ ଡିମିଟ୍ରୋଭ, ନିଶିକୋରି

ନ୍ୟୁୟର୍କ,୨୯।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତେଜଣ ସିଡେଡ ଖେଳାଳି...

କୋଭିଡ-୧୯: ୭୧ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କଲା ଆଇଓଏ

ନୂଆଦିଲ୍ଲୀ,୩।୪(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ୭୧ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ସବୁ ରାଜ୍ୟର ଅନୁବନ୍ଧିତ କ୍ରୀଡ଼ା ଆସୋସିଏଶନ...

Advertisement
Archives

Model This Week