Posted inଖେଳ

ରୋହିତ ଶର୍ମାଙ୍କୁ କୋଳାଗ୍ରତ କରି ସ୍ବାଗତ କଲେ ସାଥୀ ଖେଳାଳି, କିନ୍ତୁ କୋଚ୍‌ ମାରିଲେ ଏମିତି କମେଣ୍ଟ

ସିଡନୀ,୩୧।୧୨: ହିଟ୍‌ମ୍ୟାନ୍‌ ରୋହିତ୍‌ ଶର୍ମା ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ଭାରତୀୟ ଦଳ ସହ ଯୋଗ ଦେଇଛନ୍ତି। ଗୋଟିଏ ପଟେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଖେଳାଳିମାନେ କୋଳାଗ୍ରତ କରି ସ୍ବାଗତ କରିଥିବାବେଳେ ଅନ୍ୟ ପଟେ କୋଚ ରବି ଶାସ୍ତ୍ରୀ ତାଙ୍କୁ ଭେଟିବା ମାତ୍ରେ ଏକ ଚମତ୍କାର କଥା କହିଛନ୍ତି। ରବି ଶାସ୍ତ୍ରୀ ରୋହିତ ଶର୍ମାଙ୍କ ସହ ହାତ ହଲାଇ କହିଥିଲେ ଯେ ତୁମେ ଯୁବକ ଦେଖାଯାଉଛ। ବିସିସିଆଇ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ରୋହିତ ଶର୍ମା ଦଳର ଅନ୍ୟ ଖେଳାଳିଙ୍କ ସହ ଯୋଗ ଦେଇଛନ୍ତି। ସମସ୍ତ ଖେଳାଳିଙ୍କ ଦ୍ୱାରା ରୋହିତ ଶର୍ମାଙ୍କୁ ସ୍ବାଗତ କରାଯାଇଥିଲା। ରବିନ୍ଦ୍ର ଜାଡେଜା, କେ.ଏଲ ରାହୁଲ ଏବଂ ଦଳ ପରିଚାଳନାର ଅନ୍ୟ ସଦସ୍ୟମାନେ ମଧ୍ୟ ରୋହିତ ଶର୍ମାଙ୍କୁ ଆଲିଙ୍ଗନ କରିଥିଲେ। ସୂଚନାଯୋଗ୍ୟ, ରୋହିତ ଶର୍ମା ଆହତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟରେ ଖେଳି ନାହାଁନ୍ତି। ସେ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ଟେଷ୍ଟ ପାସ କରିବା ପରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ ଏବଂ ଏହା ପରେ ସେ କ୍ୱାରାଣ୍ଟନରେ ରହିବା ପରେ ସେ ଟିମ ଇଣ୍ଡିଆ ସହିତ ବାୟୋ ବବୁଲରେ ପ୍ରବେଶ କରିଛନ୍ତି।

 

View this post on Instagram

 

A post shared by Team India (@indiancricketteam)


Enter your email to get our daily news in your inbox.

All Right Reserved By Dharitri.Com

Video: ମଝି ଆକାଶରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା ୨ ଫାଇଟର ଜେଟ, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ

ଓ୍ବାଶିଂଟନ,୧୮।୫: ଆମେରିକାର ଆଇଡାହୋ ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ, ମାଉଣ୍ଟେନ ହୋମ ଏୟାର ଫୋର୍ସ ବେସରେ…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri