Posted inଖେଳ

ନିର୍ବନ୍ଧ ଶେଷ ହେବାପରେ ବି ଚହଲଙ୍କୁ ଛାଡିଲେନି ଏହି କ୍ରିକେଟର, କହିଲେ ଏମିତି

ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଶେଷ ହୋଇଛି। ଡାକ୍ତର, କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିଛନ୍ତି ଚହଲ। ନିର୍ବନ୍ଧ ଶେଷ ପରେ ସେ ନିଜ ସୋସିଆଲ ଆକାଉଣ୍ଟରେ ଫଟୋ ମଧ୍ୟ ଶେୟାର କରିଛନ୍ତି। ତାଙ୍କୁ ସବୁଆଡୁ ଶୁଭେଚ୍ଛା ମଧ୍ୟ ମିଳୁଛି। ଏହି ଅବସରରେ ଭାରତୀୟ କ୍ରିକେଟଦଳର ଉପଅଧିନାୟକ ରୋହିତ୍‌ ଶର୍ମା ତାଙ୍କ ନିଆରା ଅନ୍ଦାଜରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟରରେ ଏକ ଫଟୋ ଶେୟାର କରି କହିଛନ୍ତି। ଫଟୋ ୟୁଜବ୍ରେନ୍ଦ୍ର ଚହଲ ବୁଢା ବେଶରେ ନଜର ଆସୁଥିବା ବେଳେ ତାଙ୍କ ସହ ଜଣେ ଯୁବକ ଛିଡା ହୋଇଛନ୍ତି। ରୋହିତ କହିଛନ୍ତି ୨୦୫୦ ଆଇପିଏଲରେ ଚହଲ ଜଣେ ଯୁବ କ୍ରିକେଟରଙ୍କ ସହ। ରୋହିତଙ୍କ ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରୋହିତ ଏବଂ ଚହଲ ଉଭୟ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ପରସ୍ପରକୁ ଟ୍ରୋଲ କରିବାକୁ ପଛାନ୍ତି ନାହିଁ। ଚହଲ ନିଜ ଆଇପିଏଲ ଡେବ୍ୟୁ ରୋହିତ ଅଧିନାୟକତ୍ୱରେ କରିଥିଲେ। ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଏକାଠି ଖେଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାକ୍‌ଗ୍ରାଥଙ୍କ ଡ୍ରିମ୍‌ ହ୍ୟାଟ୍ରିକ୍‌ ଲାଇନ୍‌ଅପ୍‌ରେ ଲାରା, ସଚିନ, ଡ୍ରାଭିଡ

ନୂଆଦିଲ୍ଲୀ, ୧୭ା୪: ନିଜ ସମୟରେ ଯେ କୌଣସି ପରିବେଶ ଓ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କ ମନରେ ଭୀତି ସଞ୍ଚାର କରି ପାରୁଥିବା ସ୍ପିଡ୍‌ଷ୍ଟର ହେଲେ ଅଷ୍ଟ୍ରେଲିଆର ଗ୍ଲେନ...

ବ୍ରାଭୋ ଇନ୍‌, ହୋପ୍‌ ଆଉଟ୍‌

ସେଣ୍ଟଜନ୍ସ (ଆଣ୍ଟିଗୁଆ), ୧୮ା୧୦ (ଏପି)-ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ ଡାରେନ ବ୍ରାଭୋ...

ଲା ଲିଗା: ମେସିଙ୍କ ନୂଆ ରେକର୍ଡ

ମାଲୋର୍କା(ସ୍ପେନ), ୧୫।୬: ଏଠାରେ ଅନୁଷ୍ଠିତ ରିଅଲ ମାଲୋର୍କା ବିପକ୍ଷ ଲା ଲିଗା ଫୁଟବଲ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି।...

ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ରୁ ଆଉଟ୍‌

ପ୍ୟାରିସ, ୨୭ା୯(ଏପି)-କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ପାଇଁ ପୂର୍ବତନ ଟପ୍‌ ଟେନ୍‌ ଖେଳାଳି ଫର୍ନାଣ୍ଡୋ ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।...

ପୂରା ଚାମ୍ପିୟନ ଭଳି ଖେଳୁଛି ସିଏସ୍‌କେ

ନୂଆଦିଲ୍ଲୀ,୨୮।୪ : ଆଇପିଏଲର ୩ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏଥର ମଧ୍ୟ ଚାମ୍ପିୟନ ଭଳି ଖେଳୁଛି। ଅରୁଣ ଜେଟଲି ଗ୍ରାଉଣ୍ଡରେ ବୁଧବାର...

ହୃଦ୍‌ଘାତରେ ୪୦ ବର୍ଷୀୟ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ,୨୪।୪:ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ତଥା ରଣଜୀ ଟ୍ରଫି ବିଜେତା ଦଳର ଅଂଶ ଥିବା ରାଜେଶ ବର୍ମାଙ୍କ ଦେହାନ୍ତ ହୋଇଛି। ସେ ୪୦ ବର୍ଷ ବୟସରେ...

୨୧ଟି ଛକା ମାରି ଷ୍ଟାର୍‌ ପାଲଟିଥିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ତାଙ୍କ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସନ୍ଦୀପ ପାଟିଲଙ୍କ ଆଜି ଜନ୍ମଦିନ। ୧୮ ଅଗଷ୍ଟ ୧୯୫୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା...

ସକାଳେ ଚୌକା-ଛକା ମାରି ବୋଲର୍‌ଙ୍କୁ କରିଥିଲେ ଘାଇଲା, ସନ୍ଧ୍ୟାରେ ମିଳିଲା ଭାରତୀୟ ଟିମରୁ ଖେଳିବାର ସୁଯୋଗ

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୧୯ ଜଣିଆ ଦଳର ଘୋଷଣା କରିଛି। ଏଥିରେ ଆଇପିଏଲ୍‌ ୨୦୨୦ରେ ଦମ୍‌ଦାର...

Advertisement
Archives

Model This Week