Posted inଖେଳ

ପୁଣି ଇତିହାସ ରଚିଲେ ରୋହିତ ଶର୍ମା, ୩ଟି ଫର୍ମାଟରେ ଏମିତି କଲେ କାରନାମା

ଅହମ୍ମଦାବାଦ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନରେ ଟସ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। କିନ୍ତୁ ପୂରା ଦଳ ମାତ୍ର ୧୧୨ ରନ୍‌ରେ ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ୬ ଓ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେଇଥିଲେ। ପିଙ୍କ୍‌ ବଲ ଟେଷ୍ଟରେ ୫ ଉଇକେଟ ନେବାରେ ଅକ୍ଷର ପ୍ରଥମ ଭାରତୀୟ ସ୍ପିନର ହୋଇଥିଲେ। ବୋଲିଂ ପରେ ରୋହିତ ଶର୍ମା ମଧ୍ୟ ବ୍ୟାଟିଂରେ ରେକର୍ଡ ସୃଷ୍ଟି କରିଥିଲେ। ସେ ନିଜ ମାଟିରେ ଅନ୍ତର୍ଜାତୀୟ କ୍ରିକେଟରେ ୬ ହଜାର ରନ ପୂରଣ କରିଥିଲେ। ଏପରି କରିବାରେ ସେ ହେଉଛନ୍ତି ନବମ ଭାରତୀୟ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର (୧୪୧୯୨ ରନ), ବିରାଟ କୋହଲି (୯୬୮୮ରନ), ରାହୁଲ ଦ୍ରାବିଡ (୯୦୦୪ ରନ), ବୀରେନ୍ଦ୍ର ସେହ୍ବାଗ (୭୭୯୬ ରନ), ମହେନ୍ଦ୍ର ସିଂ ଧୋନୀ (୭୫୭୫ରନ), ମହମ୍ମଦ ଅଜହରୁଦ୍ଦିନ (୬୫୭୫ ରନ), ସୌରଭ ଗାଙ୍ଗୁଲି (୬୪୧୦ ରନ), ସୁନୀଲ ଗାଭାସ୍କର (୬୨୫୯ ରନ) ଏପରି କରିଛନ୍ତି।
ଏହା ବ୍ୟତୀତ ରୋହିତ ମଧ୍ୟ ତାଙ୍କ ନାମରେ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ, ଏକଦିବସୀୟ ଏବଂ ଟି -୨୦ ଫର୍ମାଟରେ ଅଢେଇ ହଜାରରୁ ଅଧିକ ରନ ସ୍କୋର କରିବାରେ ତୃତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ବିରାଟ କୋହଲି ଏବଂ ମାର୍ଟିନ ଗୁପ୍ତିଲ ମଧ୍ୟ ଆଗରୁ ଏହା କରିସାରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ରୋହିତ ମଧ୍ୟ ଏକ ହଜାର ରନ ସ୍କୋର କରିବାର ନିକଟତର ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚରେ ୯୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଅଜିଙ୍କେ ରାହାଣେ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଭାରତ ପାଇଁ ଡବ୍ଲୁଟିଏସିରେ ଏକ ହଜାରରୁ ଅଧିକ ରନ ସ୍କୋର କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୦୬୧ ରନ ସଂଗ୍ରହ କରିଛନ୍ତି। ରୋହିତ ଡବ୍ଲୁଟିସି ଅଧୀନରେ ଦଶମ ମ୍ୟାଚ ଖେଳୁଛନ୍ତି। ଏଥିରେ ସେ ଚାରି ଶତକ ଏବଂ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ବିଜୟ ନିକଟତର: ସୌଦିଙ୍କୁ ୩୦୦ତମ ଟେଷ୍ଟ ଉଇକେଟ

ମାଉଣ୍ଟ ମଙ୍ଗାନୁଇ, ୩୦ା୧୨ (ଏପି)-ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିଜୟ ନିକଟତର ହୋଇଛି। ପ୍ରଥମ ଇନିଂସରେ ୧୯୨ରନ ଅଗ୍ରଣୀ ଲାଭ କରିବାପରେ ଘରୋଇ...

କଳିଙ୍ଗ ଷ୍ଟାଡିୟମ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ, ୧୭ ।୬(ପି.ଟି.)- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଉତ୍ତମ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ୮ଟି ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହା ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ...

ପ୍ରଥମ ଟି୨୦: ବର୍ଷା ପାକିସ୍ତାନକୁ ରକ୍ଷା କଲା

ସିଡ୍‌ନୀ,୩।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପାକିସ୍ତାନ ଏକ ନିଶ୍ଚିତ ପରାଜୟରୁ ରକ୍ଷା ପାଇଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା...

ଡ୍ର’ ମୁହାଁ ସିଡନୀ ଟେଷ୍ଟ

ସିଡନୀ,୧୧।୧: ସିଡନୀ ଟେଷ୍ଟ ମ୍ୟାଚ ଡ୍ର ଆଡକୁ ଗତି କରୁଛି। ଚା ’ବିରତି ପରେ ଆର ଅଶ୍ୱିନ ଏବଂ ହନୁମା ବିହାରୀ ମ୍ୟାଚକୁ ଡ୍ର’ କରିବାରେ...

ଶେଷ ୩୦ ବଲରେ ମାତ୍ର ୪୦ ରନ୍‌:ଧୋନୀ, ଯାଦବଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ଖେଳାଳି

ବର୍ମିଂହାମ, ୧।୭:୨୦୧୯ ଆଇସିସି ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ଯଦିଓ ଏହି ପରାଜୟ ଦଳ ପାଇଁ ବେଶୀ କିଛି ପ୍ରଭାବ ପକାଇ ନାହିଁ...

ମ୍ୟାଚ୍‌ ଫିକ୍ସିଂ କରିବାକୁ କୋଚ୍‌ କହୁଥିଲେ

ନୂଆଦିଲ୍ଲୀ,୩।୯: ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଶୁକ୍ରବାର ଜାତୀୟ କୋଚ୍‌ ସୌମ୍ୟଦୀପ ରୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଦୋହାଠାରେ...

କୋହଲି ଆଇସିସି ଟ୍ରଫି ଜିତିବେ, ଏହାର ଗ୍ୟାରେଣ୍ଟି ନାହିଁ; ଜାଣନ୍ତୁ ଏପରି କାହିଁକି କହିଲେ ପୂର୍ବ କୋଚ୍‌

ନୂଆଦିଲ୍ଲୀ,୫।୮: ଭାରତ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ନଟିଂହାମରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ...

ପୁଣି କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ

ଆବୁଧାବି,୧୨।୧୧: ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ସବୁଠାରୁ ବଡ ପ୍ରତିଯୋଗୀ...

Advertisement
Archives

Model This Week