Posted inଖେଳ

ହାତରେ ପଟି ବାନ୍ଧି ଶେଷ ଯାଏ ଲଢ଼ିଲେ

ଢାକା, ୭ା୧୨: ମ୍ୟାଚ୍‌ ଚାଲିଥିବା ବେଳେ ଆହତ ହେଲେ। ହାତରେ ପଟି ବାନ୍ଧି ମଇଦାନକୁ ଓହ୍ଲାଇ ଶେଷ ଯାଏ ଲଢ଼ିଲେ। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କଠିନ ସମୟରେ ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୮ ବଲ୍‌ରେ ୫୧ ରନ୍‌ କରିଥିଲେ। ହେଲେ ସେ ମ୍ୟାଚ୍‌କୁ ଜିତାଇ ପାରି ନ ଥିଲେ।

ବାଲାଂଦେଶ ଇନିଂସର ଦ୍ୱିତୀୟ ଓଭରରେ ରୋହିତ ଆହତ ହୋଇଥିଲେ। ବାମ ହାତ ଆଙ୍ଗୁଠିରୁ ରକ୍ତ ବାହାରିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଏକ୍ସରେ କରାଯାଇଥିଲା। ରୋହିତଙ୍କ ଅବସ୍ଥାକୁ ଦେଖି କୋହଲି ତାଙ୍କ ସ୍ଥାନରେ ଓପନିଂ ପାଇଁ ଆସିଥିଲେ।

୨୭୨ ରନ୍‌ ଟାର୍ଗେଟ ପିଛା କରୁଥିବା ଭାରତ ୨୦୭ରେ ୭ ଉଇକେଟ ହରାଇଥିଲା। ରୋହିତ ୯ମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ। ସେତେବେଳେ ଦଳକୁ ଜିତିବା ଲାଗି ୫୧ ବଲ୍‌ରେ ୬୫ ରନର ଆବଶ୍ୟକତା ଥିଲା। ରୋହିତ ଆହତ ଥିବା ସତ୍ତ୍ୱେ ଭଲ ଖେଳିଥିଲେ। ନିଜ ଇନିଂସରେ ସେ ୫ ଛକା ଲଗାଇଥିଲେ। ହେଲେ ଶେଷ ବଲ୍‌ରେ ତାହା କରିପାରି ନ ଥିଲେ। ଏଭଳି ଭାବେ ବାଲାଂଦେଶ ୫ ରନ୍‌ରେ ବିଜେତା ହୋଇଥିଲା। ଫଳରେ ଦଳ ସିରିଜରେ ୨-୦ରେ ଆଗୁଆ ହୋଇଛି। ଏବେ ସିରିଜର ଶେଷ ମ୍ୟାଚ୍‌ ୧୦ ଡିସେମ୍ବରରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଡେ ମୁହାଁଉଥିବା ତେଲ ଟ୍ୟାଙ୍କର ହର୍ମୁଜରେ ନେଲା ୟୁ ଟର୍ନ, ହଠାତ୍‌ ମଝି ସମୁଦ୍ରରେ ଘେରିଗଲେ…

ନୂଆଦିଲ୍ଲୀ,୧୮।୪: ଇରାନର ଦାବି ସତ୍ତ୍ୱେ ଯେ ସେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛି, ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୱାଭାବିକ ହୋଇନାହିଁ। ବ୍ଲୁମବର୍ଗର ଏକ ରିପୋର୍ଟ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

ପାକିସ୍ତାନ ଆତଙ୍କୀ ଲିଙ୍କ: ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ, ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୮।୪: ଶେଖ୍‌ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ କରାଯାଇଛି। ଇମ୍ରାନଙ୍କ ସହ ଅନ୍ୟ ୩…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

ଏହା କେଉଁ ସଙ୍କେତ? ଏପ୍ରିଲରେ ପଡୁଛି ବରଫ, ପର୍ଯ୍ୟଟକ ଖୁସିରେ ବିଭୋର

ଜମ୍ମୁ,୧୮।୪: ଏପ୍ରିଲ ମାସରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଶୀତ ଭଳି ପାଗ ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଉତ୍ତର, ଦକ୍ଷିଣ ଏବଂ…

ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ପରଲୋକ

କେନ୍ଦୁଝର,୧୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ…

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri