Posted inଖେଳ

IND vs NZ: ଫାଇନାଲରେ ବିଶ୍ୱ ରେକର୍ଡର ସମକକ୍ଷ ହେଲେ ରୋହିତ ଶର୍ମା, ବ୍ୟାଟିଂ ନ କରି ବି…

ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଟିମ୍‌ ଇଣ୍ଡିଆ-ନ୍ୟୁଜିଲାଣ୍ଡ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଟସ୍‌ ହାରି ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱରେକର୍ଡ କରିଛନ୍ତି। ଦିନିକିଆରେ ଲଗାତାର ଭାବେ ଦଳ ୧୫ତମ ଟସ୍‌ ହାରିଥିବା ବେଳେ ରୋହିତ ୧୨ତମ ଟସ୍‌ ହାରିଛନ୍ତି। ସେ ଏହି ମାମଲାରେ ବ୍ରାଏନ୍‌ ଲାରାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତିବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି।
ଫାଇନାଲର ମ୍ୟାଚ୍‌ ଫଳାଫଳ ପୂର୍ବରୁ ଟସ ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ଏଥର ମଧ୍ୟ ସମାନ ଘଟଣା ଘଟିଥିଲା।
ରୋହିତ ପୁଣିଥରେ ଟସ୍‌ ଫିଙ୍ଗିଥିଲେ ସତ, ହେଲେ ସଫଳତା ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନରଙ୍କୁ ମିଳିଥିଲା। ଏହି ଫାଇନାଲରେ ସାଣ୍ଟନର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକଦିବସୀୟ କ୍ରିକେଟରେ ସର୍ବାଧିକ ଲଗାତାର ଟସ ହାରିବାର ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଏହା ଲଗାତାର ୧୨ତମ ODI ମ୍ୟାଚ ଯେଉଁଥିରେ ରୋହିତ ଟସ ହାରିଛନ୍ତି। ଏହିପରି ସେ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ବ୍ରାଏନ ଲାରାଙ୍କ ସମକକ୍ଷ ହୋଇଥିଲେ। ଲାରା ୧୯୯୯ ପାଖାପାଖି ଲଗାତାର ୧୨ଟି ODI ମ୍ୟାଚ୍‌ରେ ଟସ ହାରି ଏହି ରେକର୍ଡ ମଧ୍ୟ କରିଥିଲେ। ଟିମ ଇଣ୍ଡିଆ ଲଗାତାର ୧୫ତମ ମ୍ୟାଚ ପାଇଁ ଟସ ହାରିଛି। ରୋହିତଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା କେଏଲ ରାହୁଲ ମଧ୍ୟ ତିନିଥର ଟସ ହାରିଥିଲେ।
କେବଳ ଏତିକି ନୁହେଁ ରୋହିତ ଶର୍ମା WTC (୨୦୨୩), ODI ବିଶ୍ୱକପ (୨୦୨୩), T୨୦ ବିଶ୍ୱକପ (୨୦୨୪) ଏବଂ ଚାମ୍ପିଅନ୍ସ ଟ୍ରଫି (୨୦୨୫)ର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି।
ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଓହ୍ଲାଇ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆର ବିଶ୍ୱ ରେକର୍ଡ ଭାଙ୍ଗିଛି। ଦଳ ସର୍ବାଧିକ ୧୪ଥର ଲାଗି ଆଇସିସି ଫାଇନାଲ ଖେଳୁଛି। ଅଷ୍ଟ୍ରେଲିଆ ୧୩ ଫାଇନାଲ ଖେଳିଛି।
କହିରଖୁଛୁ, ICC ନକଆଉଟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ୩-୧ ରେକର୍ଡ ରହିଛି। ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ, ୨୦୧୯ ବିଶ୍ୱକପ ସେମିଫାଇନାଲ ଏବଂ ୨୦୨୧ ମସିହାରେ WTC ଫାଇନାଲରେ ଭାରତକୁ ପରାସ୍ତ କରିଛି। ଭାରତର ଏକମାତ୍ର ବିଜୟ ୨୦୨୩ ବିଶ୍ୱକପ୍‌ ସେମିଫାଇନାଲରେ ହୋଇଥିଲା।
ଟିମ ଇଣ୍ଡିଆର ପ୍ଲେଇଂ ୧୧:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ ଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି।
ନ୍ୟୁଜିଲାଣ୍ଡର ପ୍ଲେଇଂ ୧୧:
ମିଚେଲ ସାଣ୍ଟନର (ଅଧିନାୟକ), ୱିଲ ୟଙ୍ଗ, ରାଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟମ ଲାଥାମ, ମାଇକେଲ ବ୍ରେସୱେଲ, କାଇଲ ଜାମିସନ, ୱିଲ ଓ’ରୌର୍କ, ନାଥନ ସ୍ମିଥ।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?