Posted inଜାତୀୟ

ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ

ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ, କିନ୍ତୁ ରୋହିତଙ୍କ ମନରେ ଆଉ କିଛି ଥିଲା। ସେ ଚାକିରି ଖୋଜୁଥିବା ପରିବର୍ତ୍ତେ ଚାକିରି ପ୍ରଦାନକାରୀ ହେବାକୁ ଚାହୁଁଥିଲେ। ୪ ବର୍ଷ ପୂର୍ବେ ସେ ଗାଁକୁ ଫେରି ଚାଷ ଆରମ୍ଭ କରିଥିଲେ। ଆଜି ସେ ତରଭୁଜ, କାକୁଡି, ବନ୍ଧାକୋବି ଏବଂ ଅନେକ ପନିପରିବା ଚାଷ କରୁଛନ୍ତି। ଗୋଟିଏ ଋତୁରେ ତାଙ୍କର ରୋଜଗାର ୪୦ ଲକ୍ଷରୁ ଅଧିକ ଅଟେ।

୨୬ ବର୍ଷୀୟ ରୋହିତ କୁହନ୍ତି, ସୈନିକ ସ୍କୁଲରେ ପଢ଼ିବାବେଳେ ବିହାର ସ୍ଥାନାନ୍ତରଣ ବିଷୟରେ ମୋ ମନରେ ପ୍ରଶ୍ନ ଉଠିଥିଲା। ମୁଁ ଭାବୁଥିଲି ଲୋକମାନେ ନିଜ ପରିବାରକୁ ଚାକିରି ପାଇଁ ଛାଡ଼ି ଅସୁବିଧାରେ ରୁହନ୍ତି। ତେଣୁ ଚାଷ କଲେ ପରିବାର ଲୋକଙ୍କ ସହ ରହିହେବ।

ସେ କୁହନ୍ତି, ‘ମୁଁ ୨୦୧୫ ରେ ଦ୍ୱାଦଶ ପାସ୍‌ କରିବା ପରେ ଗାଁକୁ ଫେରିଥିଲି। ସେତେବେଳେ ଘର ଲୋକମାନେ ମଧ୍ୟ ବିରୋଧ କରିଥିଲେ। କିନ୍ତୁ, ମୁଁ ସ୍ଥିର କରିଥିଲି ଯେ କୃଷି କେବଳ ଜୀବିକାର ଉତ୍ସ ନୁହେଁ ବରଂ ଏକ ବ୍ୟବସାୟିକ ଉତ୍ସ ମଧ୍ୟ। ସେ କୁହନ୍ତି,ଆମର ଯଥେଷ୍ଟ ଜମି ଥିଲା। ଏକ କୃଷି ପୃଷ୍ଠଭୂମି ମଧ୍ୟ ଥିଲା। ବାପା କେବଳ ଚାଷ କରୁଥିଲେ। ପାରମ୍ପରିକ ଚାଷ ପରିବର୍ତ୍ତେ ନୂତନ ଟେକ୍ନୋଲୋଜି ସହିତ ବ୍ୟବସାୟିକ ଚାଷ କରିବାକୁ ନିଷ୍ପତ୍ତି ନେଲି। ମୁଁ ତରଭୁଜ, ବନ୍ଧାକୋବି, କମଳା, ଡାଳିମ୍ବ ଏବଂ ପନିପରିବା ଚାଷ ଆରମ୍ଭ କଲି। ଜଳସେଚନ ପାଇଁ ଡ୍ରପ ଜଳସେଚନ କୌଶଳ ଗ୍ରହଣ ଆପଣାଇଛି।

ରୋହିତ ବର୍ତ୍ତମାନ ୧୦୦ ଏକର ଜମିରେ ଚାଷ କରୁଛନ୍ତି। ବିହାର ବ୍ୟତୀତ ସେ ଅନ୍ୟ ରାଜ୍ୟରେ ମଧ୍ୟ ତାଙ୍କର ଉତ୍ପାଦ ଯୋଗାଉଛନ୍ତି। ବର୍ତ୍ତମାନ ସେ ବାଂଲାଦେଶକୁ ମଧ୍ୟ ତାଙ୍କ ଉତ୍ପାଦ ପଠାଇବା ଆରମ୍ଭ କରିଛନ୍ତି। ତାଙ୍କ ସହ ୨୦୦ରୁ ଅଧିକ କୃଷକ ଜଡ଼ିତ ଅଛନ୍ତି। ୧୦୦ ଲୋକ ତାଙ୍କ ସହିତ କାମ କରନ୍ତି। ସେ ସମସ୍ତଙ୍କ ପାଇଁ ତାଲିମ ଶିବିରର ଆୟୋଜନ କରନ୍ତି ଏବଂ ନିଜେ ମଧ୍ୟ ତାଲିମ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri