Posted inଜାତୀୟ

ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନର ଷଡ଼ଯନ୍ତ୍ର: ୨ ଲକ୍ଷ ଡଲାର ପାଣ୍ଠି ଯୋଗାଣ

ନୂଆଦିଲ୍ଲୀ,୧୩।୧୨: ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ସତର୍କତା ମୂଳକ ରିପୋର୍ଟ ଜାରି କରାଯାଇଛି। ରୋହିଙ୍ଗ୍ୟା ଜେହାଦୀ ସଂଗଠନକୁ ମାଲେସିଆରେ ବାସ କରୁଥିବା ଇସଲାମିକ୍‌ ପ୍ରଚାରକ ଜାକିର ନାଇକ ଆବଶ୍ୟକ ପାଣ୍ଠି ଯୋଗାଇ ଦେଉଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମ୍ୟାନମାରରେ ତାଲିମ୍‌ ନେଇଥିବା ଏହି ସଂଗଠନ ଜଣେ ମହିଳାଙ୍କ ଦ୍ୱାରା ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ପୋଲିସ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭାରତରେ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନକୁ ୨ ଲକ୍ଷ ଡଲାର ପାଣ୍ଠି ଯୋଗାଇ ଦିଆଯାଇଛି। ଜାକିର ନାଇକ ଏନେଇ କୁଆଲାମ୍ପୁରରେ ବାସ କରୁଥିବା ରୋହିଙ୍ଗ୍ୟା ନେତା ମହମ୍ମଦ ନସିରଙ୍କ ସହିତ ଯୋଗାଯୋଗରେ ରହିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ଡିସେମ୍ବର ମଧ୍ୟ ଭାଗ ଅବା ଶେଷରେ ବାଂଲାଦେଶ ବାଟେ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ସଦସ୍ୟ ଭାରତରେ ପ୍ରବେଶ କରିବେ। ତେବେ ରୋହିଙ୍ଗ୍ୟା ଜେହାଦୀ ସଂଗଠନର ସମ୍ପୃକ୍ତ ମହିଳା ସଦସ୍ୟଙ୍କ ନାମ ଜଣାପଡ଼ିନାହିଁ। ତାଙ୍କୁ ତାଲିମ ପାଇଁ ଚଳିତ ବର୍ଷ ମାଲେସିଆରୁ ମ୍ୟାନ୍‌ମାରକୁ ପଠାଯାଇଥିଲା। ଭାରତର ଅଯୋଧ୍ୟା, ବୋଧଗୟା, ପଞ୍ଜାବ ଏବଂ ଶ୍ରୀନଗରରେ ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ଷଡ଼ଯନ୍ତ୍ର ରଚିଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri