କ୍ୟାନସର ଜାଣିବା ପରେ ହିନା ଖାନଙ୍କୁ ଆଉ ବିବାହ କରିବେନି ରକି! ସାମ୍ନାକୁ ଆସିଲା ବଡ଼ ପ୍ରତିକ୍ରିୟା

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହଲତା ହୈ’ ର ଅକ୍ସରା ଭାବେ ପରିଚିତ ହିନା ଖାନ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ । ହିନା ତାଙ୍କ ଅଭିନୟ ଜୀବନ ଅପେକ୍ଷା ତାଙ୍କ ପ୍ରେମ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି । ହିନା ୧୧ ବର୍ଷ ଧରି ରକି ଜୈସୱାଲଙ୍କୁ ଡେଟ କରୁଥିଲେ ବୋଲି ସମସ୍ତେ ଜାଣିଛନ୍ତି । ଯଦିଓ ୩୬ ବର୍ଷିୟ ହିନା ଖାନ ଅବିବାହିତ । ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ଉଭୟଙ୍କୁ ବହୁତ ଟ୍ରୋଲ କରାଯାଏ । ବର୍ତ୍ତମାନ ହିନାଙ୍କ ସ୍ତନ କର୍କଟ ଜାଣିବା ପରେ, ରକି ସହିତ ତାଙ୍କର ସମ୍ପର୍କ ରହିବ କି ନାହିଁ? ଫ୍ୟାନ୍ସମାନେ ଏହି ବିଷୟରେ ଅନେକ ପ୍ରଶ୍ନ ଉଠାଉଛନ୍ତି। ଏସବୁ ଭିତରେ ବର୍ତ୍ତମାନ ରକିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

‘Bollywood Thikana’ର ରିପୋର୍ଟ ଅନୁଯାୟୀ, ୩୬ ବର୍ଷିୟ ହିନା ଖାନଙ୍କ କ୍ୟାନସର ଖବର ସମସ୍ତଙ୍କ ଭାଙ୍ଗି ଦେଇଛି। ତାଙ୍କ ପ୍ରେମିକା ରକି ଜୈସୱାଲ ମଧ୍ୟ ହିନାଙ୍କ ପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ହିନାଙ୍କ ଅସୁସ୍ଥତା ଓ ବିବାହ ସମ୍ବନ୍ଧରେ ରକି ଜୈସୱାଲ କହିଛନ୍ତି ଯେ, ହିନାଙ୍କ ସହ ତାଙ୍କ ସମ୍ପର୍କ ଏତେ ହାଲୁକା ନୁହେଁ। ହିନା ସୁସ୍ଥ ହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ। ସେ ବିବାହ କରିବାକୁ ତତ୍ପର ନୁହଁନ୍ତି। ସେ କେବଳ ହିନାଙ୍କୁ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି । ରକି କହିଛନ୍ତି ଯେ ଦୁହେଁ ଏକାଠି ଥିଲେ ଓ ଏକାଠି ରହିବେ । ବର୍ତ୍ତମାନ ରକିଙ୍କର ଏହି ପ୍ରତିକ୍ରିୟାକୁ ସବୁଠି ପ୍ରଶଂସା କରାଯାଉଛି । ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

ହିନା-ରକି ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲତା ହୈ’ ସେଟରେ ଭେଟିଥିଲେ। ଏହି ଶୋ’ର ମୁଖ୍ୟ ଅଭିନେତ୍ରୀ ହିନା ଥିଲେ। ଆଉ ରକି ଏହି ଶୋ’ର ସୁପରଭାଇଜର ପ୍ରଡ୍ୟୁସର ଥିଲେ । ଉଭୟଙ୍କ ପ୍ରେମ କାହାଣୀ ଏହି ଶୋ’ର ସେଟରୁ ଆରମ୍ଭ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri