ପଥର, ମାଟି ଅତଡ଼ା ଧସିଲା: ୨ ଟ୍ରେନ୍‌ ଅଧାରୁ ବାତିଲ

ରାୟଗଡ଼ା ଅଫିସ,୧୪ା୮: ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ରେଳଷ୍ଟେଶନ ନିକଟ ୩୪ ନଂ. ଟନେଲ ପାଖରେ ରବିବାର ପଥର ଓ ମାଟି ଅତଡ଼ା ଧସି ରାୟଗଡ଼ା-କୋରାପୁଟ ରେଲ୍‌ଓ୍ବେ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେଉଟଗୁଡ଼ା ଓ ଶିକରପାଇ ଷ୍ଟେଶନ ମଝି ଆନନ୍ଦପାଡ଼ୁ ଗାଁ ନିକଟରେ ପ୍ରଥମେ ମାଟି ଅତଡ଼ା ଧସିବା ଯୋଗୁ ମାଟି ଏବଂ ଗଛ ରେଳଧାରଣା ଉପରେ ପଡ଼ିଥିଲା। ଫଳରେ ଉକ୍ତ ରୁଟ୍‌ରେ ଜଗଦଲପୁରରୁ ହାଓ୍ବାଡ଼ା ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଦୀର୍ଘ ୩ ଘଣ୍ଟା ଅଟକି ରହିଥିଲା। ରେଲ୍‌ଓ୍ବେ କର୍ମଚାରୀ ଏବଂ ରାୟଗଡ଼ାରୁ ଇଞ୍ଜିନିୟରିଂ ଟିମ୍‌ ଯାଇ ଲାଇନ୍‌ କ୍ଲିୟର କରିବା ପରେ ଟ୍ରେନ୍‌ ରାୟଗଡ଼ା ଅଭିମୁଖେ ବାହାରିଥିଲା। ୪ କି.ମି. ଦୂର ଯିବାପରେ ଶିକରପାଇ-ଭାଲୁମାସ୍କା ରାସ୍ତାରେ ପୁଣି ପାହାଡ଼ରୁ ବଡ଼ ପଥର ଖସି ରେଳଧାରଣା ଉପରେ ପଡ଼ିଥିଲା। ରେଲ୍‌ଓ୍ବେ କର୍ମଚାରୀ ପହଞ୍ଚି ରାସ୍ତାରୁ ପଥର ହଟାଇବା ପରେ ଟ୍ରେନ୍‌ଟି ସାଢ଼େ ୭ ଘଣ୍ଟା ବିଳମ୍ବରେ ରାତି ୭ଟାରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଥିଲା। ଏଠାରୁ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳ ହାଓ୍ବାଡ଼ା ଅଭିମୁଖେ ବାହାରିଥିଲା। ଏହା ବ୍ୟତୀତ ଏହି ରୁଟ୍‌ରେ ଅନ୍ୟ ୨ଟି ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ରବିବାର ବିଶାଖାପାଟଣାରୁ କୋରାପୁଟ ଯାଉଥିବା ଟ୍ରେନ୍‌କୁ ରାୟଗଡ଼ାଠାରେ ଯାତ୍ରା ସମାପ୍ତ କରାଯାଇଛି। ଏହା ରାୟଗଡ଼ାରୁ ପୁଣି ବିଶାଖାପାଟଣା ଫେରିବ। ସେହିପରି କୋରାପୁଟ-ବିଶାଖାପାଟଣା ଟ୍ରେନ୍‌କୁ ଶିକରପାଇ ଠାରେ ଯାତ୍ରା ସମାପ୍ତ କରାଯାଇଥିଲା। ଏହା ଶିକରପାଇରୁ ପୁଣି କୋରାପୁଟ ଫେରିଥିବା ରେଲ୍‌ଓ୍ବେର ସିନିୟର ଡିଭିଜନାଲ ମ୍ୟାନେଜର ଏ.କେ. ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?