ପଥର, ମାଟି ଅତଡ଼ା ଧସିଲା: ୨ ଟ୍ରେନ୍‌ ଅଧାରୁ ବାତିଲ

ରାୟଗଡ଼ା ଅଫିସ,୧୪ା୮: ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ରେଳଷ୍ଟେଶନ ନିକଟ ୩୪ ନଂ. ଟନେଲ ପାଖରେ ରବିବାର ପଥର ଓ ମାଟି ଅତଡ଼ା ଧସି ରାୟଗଡ଼ା-କୋରାପୁଟ ରେଲ୍‌ଓ୍ବେ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେଉଟଗୁଡ଼ା ଓ ଶିକରପାଇ ଷ୍ଟେଶନ ମଝି ଆନନ୍ଦପାଡ଼ୁ ଗାଁ ନିକଟରେ ପ୍ରଥମେ ମାଟି ଅତଡ଼ା ଧସିବା ଯୋଗୁ ମାଟି ଏବଂ ଗଛ ରେଳଧାରଣା ଉପରେ ପଡ଼ିଥିଲା। ଫଳରେ ଉକ୍ତ ରୁଟ୍‌ରେ ଜଗଦଲପୁରରୁ ହାଓ୍ବାଡ଼ା ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଦୀର୍ଘ ୩ ଘଣ୍ଟା ଅଟକି ରହିଥିଲା। ରେଲ୍‌ଓ୍ବେ କର୍ମଚାରୀ ଏବଂ ରାୟଗଡ଼ାରୁ ଇଞ୍ଜିନିୟରିଂ ଟିମ୍‌ ଯାଇ ଲାଇନ୍‌ କ୍ଲିୟର କରିବା ପରେ ଟ୍ରେନ୍‌ ରାୟଗଡ଼ା ଅଭିମୁଖେ ବାହାରିଥିଲା। ୪ କି.ମି. ଦୂର ଯିବାପରେ ଶିକରପାଇ-ଭାଲୁମାସ୍କା ରାସ୍ତାରେ ପୁଣି ପାହାଡ଼ରୁ ବଡ଼ ପଥର ଖସି ରେଳଧାରଣା ଉପରେ ପଡ଼ିଥିଲା। ରେଲ୍‌ଓ୍ବେ କର୍ମଚାରୀ ପହଞ୍ଚି ରାସ୍ତାରୁ ପଥର ହଟାଇବା ପରେ ଟ୍ରେନ୍‌ଟି ସାଢ଼େ ୭ ଘଣ୍ଟା ବିଳମ୍ବରେ ରାତି ୭ଟାରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଥିଲା। ଏଠାରୁ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳ ହାଓ୍ବାଡ଼ା ଅଭିମୁଖେ ବାହାରିଥିଲା। ଏହା ବ୍ୟତୀତ ଏହି ରୁଟ୍‌ରେ ଅନ୍ୟ ୨ଟି ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ରବିବାର ବିଶାଖାପାଟଣାରୁ କୋରାପୁଟ ଯାଉଥିବା ଟ୍ରେନ୍‌କୁ ରାୟଗଡ଼ାଠାରେ ଯାତ୍ରା ସମାପ୍ତ କରାଯାଇଛି। ଏହା ରାୟଗଡ଼ାରୁ ପୁଣି ବିଶାଖାପାଟଣା ଫେରିବ। ସେହିପରି କୋରାପୁଟ-ବିଶାଖାପାଟଣା ଟ୍ରେନ୍‌କୁ ଶିକରପାଇ ଠାରେ ଯାତ୍ରା ସମାପ୍ତ କରାଯାଇଥିଲା। ଏହା ଶିକରପାଇରୁ ପୁଣି କୋରାପୁଟ ଫେରିଥିବା ରେଲ୍‌ଓ୍ବେର ସିନିୟର ଡିଭିଜନାଲ ମ୍ୟାନେଜର ଏ.କେ. ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri