ପୃଥିବୀ ମୁହାଁ ୬୦ ବର୍ଷ ତଳେ ନିଖୋଜ ହୋଇଥିବା ରକେଟ

ଓ୍ବାଶିଂଟନ, ୨୬।୯: ଗତ ୬୦ ବର୍ଷ ତଳେ ୧୯୬୦ରେ ମହାକାଶରେ ନିଖୋଜ ହୋଇଯାଇଥିବା ଏକ ରକେଟ ଏବେ ପୃଥିବୀ ମୁହାଁ ହୋଇଛି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହି ରକେଟର ଲମ୍ବ ୪୫ ମିଟର ହୋଇଥିବାବେଳେ ଚୌଡ଼ା ୨୦ ମିଟର ରହିଛି। ଗତ ଏକ ବର୍ଷ ଧରି ଏହା ସୂର୍ଯ୍ୟ ଆଖପାଖରେ ଘୂରି ବୁଲୁଥିଲା। ଏବେ ଏହା ପୃଥିବୀ ମୁହାଁ ହୋଇଛି। ରକେଟଟି ୨୦୨୦ ଅକ୍ଟୋବରରୁ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ପୃଥିବୀର ପାଖାପାଖି ରହିବାର ଆଶଙ୍କା ରହିଛି ବୋଲି ନାସାର ଜେଟ୍‌ ପ୍ରୋପଲେଶନ୍‌ ଲାବୋରେଟୋରୀର ସେଣ୍ଟର ଫର୍‌ ନିୟର ଆର୍ଥ ଅବଜେକ୍ଟ ଷ୍ଟଡିଜ୍‌ର ନିର୍ଦ୍ଦେଶକ ପଲ୍‌ ଚୋଡାସ୍‌ କହିଛନ୍ତି। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଏହା ଟାଣି ହୋଇ ପୃଥିବୀର ବାୟୁ ମଣ୍ଡଳକୁ ଆସିଲେ ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ତେବେ ରକେଟଟି ପୃଥିବୀଠାରୁ ୨୭ ହଜାର ମାଇଲ୍‌ ଦୂରରେ ଅତିକ୍ରମ କରିବାର ଅନୁମାନ କରାଯାଉଛି। ଏହା ଘଣ୍ଟାପ୍ରତି ୩,୦୨୫ କିଲୋମିଟର ବେଗରେ ଗତି କରୁଛି। ୨୦୨୦ ଡିସେମ୍ବରରେ ଏହା ପୃଥିବୀଠାରୁ ୫୦ ହଜାର କିଲୋମିଟର ଦୂରରେ ରହିବ। ୨୦୨୦ ଅଗଷ୍ଟ ୧୯ରେ ମହାକାଶ ବିଜ୍ଞାନୀ ଏକ ଉଜ୍ଜଳ ବସ୍ତୁକୁ ଠାବ କରିଥିଲେ। ପରେ ସେପ୍ଟମ୍ବର ୧୭ରେ ଏହା ନିଖୋଜ ରକେଟ ବୋଲି ନାସା କହିଥିଲା। ୧୯୬୦ ସେପ୍ଟେମ୍ବର ୨୦ରେ ନାସାର ସର୍ଭେୟର-୨ ମିଶନରେ ଲୁନାର୍‌ ଲ୍ୟାଣ୍ଡର ମହାକାଶକୁ ଛଡ଼ାଯାଇଥିଲା। ତେବେ ୩ ଦିନ ପରେ ଏହାର ବିସ୍ଫୋରଣ ଘଟିଥିଲା। ପରେ ରକେଟକୁ ୧୯୬୬ରେ ଠାବ କରାଯାଇଥିଲା। ଏହାପରେ ରକେଟ ନିଖୋଜ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…

ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି।...

ଚନ୍ଦ୍ରପୃଷ୍ଠରେ ୩ ଖଣ୍ଡ ହୋଇ ପଡ଼ିଛି ବିକ୍ରମ ଲ୍ୟାଣ୍ଡର: ନାସା

ଓ୍ବାଶିଂଟନ,୩।୧୨: ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ୩ ଖଣ୍ଡ ହୋଇ ପଡ଼ି ରହିଥିବା ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏନେଇ...

ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ପ୍ରଥମ ସ୍ବାସ୍ଥ୍ୟ ସମସ୍ୟା, ଆଗକୁ ନୂଆ ବିପଦ…

ଓଟଓ୍ବା,୯।୧୧: ଜଳବାୟୁ ପରିବର୍ତ୍ତନ ଯେ କେତେଦୂର ଭୟାବହ ତାହାର ପ୍ରମାଣ ଏବେ ଦେଖାଯିବା ଆରମ୍ଭ ହେଲାଣି। କାନାଡାର ଜଣେ ୭୦ ବର୍ଷ ବୟସ୍କା ଜଣେ ମହିଳା...

ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ପ୍ରତିଦିନ ପାହାଡ଼ ଉପରେ ବସୁଛନ୍ତି ଏହି ଛାତ୍ର

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିଛି। ମାତ୍ର ଅନେକ...

ୟୁକ୍ରେନ୍‌ ମୃତକଙ୍କ ଶରୀରରେ ଧାତବ ତୀର, ପ୍ରଥମ ବିଶ୍ୱଯୁଦ୍ଧରେ ହୋଇଥିଲା ବ୍ୟବହାର…

କ୍ୱିଭ୍‌, ୨୫।୪ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୬୧ ଦିନ ବିତିଛି। ରୁଷିଆ ବର୍ତ୍ତମାନ ଅଧିକ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆର ସୈନ୍ୟମାନେ...

ଓମିକ୍ରନ୍‌ ପାଇଁ ଅଲଗା ଟିକା ପ୍ରସ୍ତୁତି ନେଇ ଯୋଜନା…

ଓ୍ବାଶିଂଟନ/ନୂଆଦିଲ୍ଳୀ,୩୦।୧୧: ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ୍‌ ସଂକ୍ରମଣ ନେଇ ସଙ୍କଟ ଜନକ ପରିସ୍ଥିତି ଉପୁଜିଥିବା ବେଳେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଅଲଗା ଟିକା...

ସବୁଠୁ ବଡ଼ ଟେବୁଲ୍‌ ଟେନିସ୍‌ ବ୍ୟାଟ୍‌

ଟେବୁଲ୍‌ ଟେନିସ୍‌ ଅନେକେ ଖେଳିଥିବେ। ନ ଖେଳିଥିଲେ ବି ତା’ର ଛୋଟ ଛୋଟ ବ୍ୟାଟ୍‌କୁ ନିଶ୍ଚୟ ଦେଖିଥିବେ। ଏହାକୁ ହାତରେ ସହଜରେ ଧରି ଖେଳି ହୁଏ।...

ରାଫାଲ ଅଫିସରେ ଚୋରି

ପ୍ୟାରିସ୍‌/ନୂଆଦିଲ୍ଲୀ,୨୩ା୫: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫାଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଛି। ସେଠାରୁ କେତେକ ଦସ୍ତାବିଜ ଓ...

Advertisement
Archives

Model This Week