Posted inଫୁରସତ

ର଼୍ୟାମ୍ପରେ ରୋବୋ

ପ୍ୟାରିସ୍‌: ଫ୍ୟାଶନ୍‌ ଓ କଳାର ଗ୍ଲୋବାଲ ସେଣ୍ଟର ବୋଲି ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌କୁ କୁହାଯାଏ। ଫ୍ୟାଶନ୍‌ କ୍ଷେତ୍ରରେ ନିଜ ଉନ୍ନତ ଓ ନୂଆ କୌଶଳ ପାଇଁ ପ୍ୟାରିସ୍‌ ଜଣାଶୁଣା। ମଡେଲିଂ କ୍ୟାରିୟର ଆରମ୍ଭ କରିବା ପାଇଁ ଅନେକେ ଏହି ସ୍ଥାନକୁ ବାଛିଥାନ୍ତି। ତେବେ ନିକଟରେ ପ୍ୟାରିସ୍‌ରେ ଅନୁଷ୍ଠିତ ହୋଇଥିବା ଫ୍ୟାଶନ୍‌ ଉଇକ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କୋପର୍ନି ଫ୍ୟାଶନ୍‌ ବ୍ରାଣ୍ଡ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରୋବୋଟିକ୍‌ କମ୍ପାନୀ ବୋଷ୍ଟାନ୍‌ ଡାଇନାମିକ୍ସର ରୋବୋଟିକ୍‌ କାନିନ୍‌ସ ଭାଗ ନେଇଛନ୍ତି। ଜଣେ ମଡେଲ୍‌ଙ୍କ ସହ ରୋବୋ ଡଗ୍‌ ର଼୍ୟାମ୍ପରେ ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ମେଡଲିଂ କ୍ଷେତ୍ରରେ ରୋବୋ ବ୍ୟବହାର କରାଯିବା କୌଣସି ନୂଆ କଥା ନୁହେଁ ଏହା ପୂର୍ବରୁ ଅନେକ ଫ୍ୟାଶନ୍‌ କମ୍ପାନୀ ଏହି ଟେକ୍ନୋଲୋଜିକୁ ବ୍ୟବହାର କରିସାରିଛନ୍ତି। ରୋବୋ ଓ ମଡେଲ ର଼୍ୟାମ୍ପରେ ଚାଲୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ଫଟୋକୁ ଦେଖିବା ପରେ ୟୁଜର୍ସମାନଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭବିଷ୍ୟତରେ ମଣିଷ ମଡେଲ୍‌ଙ୍କ ସ୍ଥାନ ରୋବୋ ନେବାକୁ ଯାଉଥିବା କହି କେତେଜଣ ନାକାରାତ୍ମକ ପ୍ରତିକ୍ରିୟା ଦେଇଥିବାବେଳେ ଆଉ କେତେଜଣ ଫ୍ୟାଶନ୍‌ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ କାହିଁକି ଲାଗେନି ଭୋକ, ମନପସନ୍ଦର ଖାଦ୍ୟ ବି ଲାଗେ ଫିକା, ଜାଣନ୍ତୁ କାରଣ…

ମହାକାଶଚାରୀମାନେ ମହାକାଶରେ ଖାଇପାରନ୍ତି ନାହିଁ। ପୃଥିବୀରେ ଭରପୂର ଖାଦ୍ୟ ଖାଉଥିବା ବେଳେ ମହାକାଶରେ ସେମାନଙ୍କ ପାଇଁ ଏହା ଫିକା ପଡ଼ିଯାଏ। ତେବେ ଏପରି କାହିଁକି ଘଟେ...

ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି

ନୂଆଦିଲ୍ଲୀ,୧୮ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି।...

ଶାନ୍ତି ପାଇଁ ଜୀବନ ଉତ୍ସର୍ଗ କରିଥିଲେ

ସମଗ୍ର ବିଶ୍ୱରେ ଅନେକ ମହାନ ବ୍ୟକ୍ତି ଜନ୍ମ ନେଇଛନ୍ତି, ଯେଉଁମାନେ ସେମାନଙ୍କର କାର୍ଯ୍ୟ ଏବଂ ଚିନ୍ତାଧାରା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏପରି ଲୋକମାନଙ୍କ...

ଏହି ଲୋକ ଚାହିଁଲେ ଆଇଏଏସଙ୍କୁ କରିପାରିବେ ନିଲମ୍ବନ, ଏତେ ସହଜ ନୁହେଁ…

ନୂଆଦିଲ୍ଲୀ,୧୭।୭: କୌଣସି କାମରେ ଖିଲାପ କଲେ କିମ୍ବା କୌଣସି ସରକାରୀ କଳରେ ହସ୍ତକ୍ଷେପ କଲେ ଆଇଏଏସ କିମ୍ବା ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ ହେଉଥିବାର ଶୁଣିଥିବେ। ଚଳିତ...

ସର୍ଜରୀ ବେଳେ ଭିଡିଓ ଗେମ୍‌ ଖେଳିଲେ ରୋଗୀ, Video ଦେଖିଲେ…

ସର୍ଜରୀ କଥା ପଡ଼ିଲେ କିଛି ଲୋକ ଛାନିଆ ହୁଅନ୍ତି। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ବି ଚିନ୍ତାରେ...

ଆଲମିରା ଭିତରେ ଶୌଚାଳୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ମାତ୍ରେ ଅନେକେ କହୁଛନ୍ତି, ଏହା କିପରି ସମ୍ଭବ। ଏହି ଭିଡିଓରେ...

ବୁଲା କୁକୁରଙ୍କୁ ଗଣିବ ମାଇକ୍ରୋଚିପ୍‌

ଚଣ୍ଡିଗଡ଼: ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଖୁବ୍‌ଶୀଘ୍ର ସହରର ସମସ୍ତ ବୁଲା କୁକୁରଙ୍କ ଶରୀରରେ ମାଇକ୍ରୋଚିପ୍‌ ଲଗାଇବ। ଏହି ମାଇକ୍ରୋଚିପ୍‌ ସାହାଯ୍ୟରେ କୁକୁରଙ୍କ ଗଣନା କରାଯିବ। ଏହାବ୍ୟତୀତ...

ଶ୍ରାବଣରେ ଲଗାନ୍ତୁ ଏସବୁ ଗଛ: ଘରେ ରହିବନି ଧନର ଅଭାବ

ଆଉ କିଛିଦିନ ପରେ ଅର୍ଥାତ ୨୨ରୁ ଶ୍ରାବଣ ମାସ ଆରମ୍ଭ ହେବ । ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ। ଏହାଛଡ଼ା ପର୍ଯ୍ୟାବରଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri