ରୋବୋ ପଦ୍ଧତି ରୋକିବ ଦୁର୍ଘଟଣା

ଢେଙ୍କାନାଳ ଅଫିସ, ୨୭।୧୧: ୱାଗନ ଅନଲୋଡିଂ ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଢେଙ୍କାନାଳ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ ‘ର ମ୍ୟାଟେରିଆଲ ହାଣ୍ଡଲିଂ ସିଷ୍ଟମ୍‌ ଅପରେଶନ’ରେ ରୋବୋ ସୁବିଧାଯୁକ୍ତ ଅତ୍ୟାଧୁନିକ ୱାଗନ ଟିପଲର ବ୍ୟବସ୍ଥା ଗତ ୨୩ ତାରିଖରୁ ଆରମ୍ଭ ହୋଇଛି। ଟାଟା ଷ୍ଟିଲ୍‌ ସପ୍ଲାଏ ଚେନ୍‌ ଓ ଗ୍ରୁପ ଷ୍ଟ୍ରାଟେଜିକ୍‌ ପ୍ରୋକ୍ୟୁରମେଣ୍ଟ ଉପସଭାପତି ପୀୟୂଷ ଗୁପ୍ତା ଏବଂ ଅପରେଶନ ବିଭାଗ ଉପସଭାପତି ସୁବୋଧ ପାଣ୍ଡେ ଏହାର ଉଦ୍‌ଘାଟନ କରିଥିଲେ। ଉପସଭାପତି ଗୁପ୍ତା ନିଜ ଅଭିଭାଷଣରେ କହିଲେ, ଦଳଗତ କାର୍ଯ୍ୟ କରିବା ଦ୍ୱାରା ସମସ୍ୟାର ସହଜ ସମାଧାନ ହୋଇପାରିବ। ଶୁଭାରମ୍ଭ ହୋଇଥିବା ନୂତନ ବ୍ୟବସ୍ଥା ଏହାର ଏକ ଉଦାହରଣ। ଏଭଳି ଅଭିନବ ପ୍ରଣାଳୀକୁ ଜାମସେଦପୁର ଓ କଳିଙ୍ଗନଗରରେ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କମ୍ପାନୀରେ ବିପଦ ଏଡ଼ାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଆଧୁନିକ ୱାଗନ ଟିପଲର ସୁରକ୍ଷିତ ଭାବେ ରେକ୍‌ ଅନଲୋଡିଂ ଚକ୍ର ସମୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଉପସଭାପତି ପାଣ୍ଡେ କହିଲେ, ପରିବେଶ ସୁରକ୍ଷା ଏବଂ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଶ୍ରେଷ୍ଠ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଏହି ନୂତନ ସଂସ୍ଥାପନ ପ୍ରଣାଳୀରେ ସ୍ବୟଂଚାଳିତ ଡ୍ରପ୍‌ ଗେଟସ୍‌ ସହିତ ଲେଜର କଟେନ୍ସ, ରୋବୋଟିକ୍‌ ଡି କପଲିଂ ଏବଂ କପଲିଂ ଅପରେଶନ୍ସ, ଟିପଲର କମ୍ପ୍ଲେକ୍ସ ମଧ୍ୟରେ ସ୍ମାର୍ଟ ଆକ୍‌ସେସ କଂଟ୍ରୋଲ, ୱାଗନ କ୍ଲିନିକ ସିଷ୍ଟମ ଏବଂ ସ୍ବୟଂଚାଳିତ ସାଇଡ୍‌ ଆର୍ମଚାର୍ଜର ଅପରେଶନ ଅନ୍ତର୍ଭୁକ୍ତ। ଉପକରଣ ସମ୍ପର୍କିତ କାର୍ଯ୍ୟ ଜାରି ରହିଥିବା ବେଳେ ଅନାଧିକୃତ ପ୍ରବେଶକୁ ବନ୍ଦ କରିବା ପାଇଁ ସ୍ବୟଂଚାଳିତ ଗେଟ୍‌ ଲକିଂ ବ୍ୟବସ୍ଥା ସହ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଥିବା ସ୍ମାର୍ଟ ଫେନ୍‌ସିଂ ପ୍ରଣାଳୀ ସହିତ ସଂଲଗ୍ନ କରାଯାଇଛି ବୋଲି କମ୍ପାନୀର ଚିଫ୍‌ କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ସରଭେଶ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri