ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ୍‌ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନରେ ପଶି ଖଣ୍ଡାରେ ମାଲିକକୁ ହାଣି ଡକାୟତି ଦଳ ସୁନା ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ଘଟଣାକୁ ବୁଧବାର ମାସେ ବିତିଯାଇ ଥିଲେ ହେଁ ଅଦ୍ୟାବଧି କୌଣସି ସୁରାକ ମିଳିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରାଯାଇନାହିଁ l ଏହି ଡକାୟତି ଗ୍ୟାଙ୍ଗକୁ ଡକାୟତି କରିବା ପାଇଁ ଜିଲା ତଥା ଜିଲା ବାହାରୁ ଏକ ବଡ଼ ଡକାୟତି ଗ୍ୟାଙ୍ଗ ସହ ବାଲିଗୁଡ଼ାରୁ ୩ ରୁ ୪ଜଣ ସହଯୋଗ କରିଥିବା ବିଷୟ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏଭଳି ଘଟଣା ବାଲିଗୁଡ଼ାଠାରେ କେବେ ମଧ୍ୟ ଘଟି ନ ଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନେତୃତ୍ୱରେ ପ୍ରଥମେ ୫ଟି ଟିମ୍‌ ପରେ ଆଉ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଓଡ଼ିଶା ବାହାରର ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରଖାଯାଇଛି ବୋଲି ବାଲିଗୁଡ଼ା ଏଡିପିଓ ୟସ୍‌ ପ୍ରୀତମ ଶ୍ରୀମଲ ପ୍ରକାଶ କରିଛନ୍ତି। କିନ୍ତୁ ଘଟଣାକୁ ଏକ ମାସ ବିତିଥିବା ବେଳେ ପୋଲିସ ଏ ନେଇ କୌଣସି ସୂଚନା ଦେଉ ନ ଥିବାରୁ ଲୋକେ ପୋଲିସ ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି କରୁଛନ୍ତି। ଅଗଷ୍ଟ ୨୯ ତାରିଖ ମଙ୍ଗଳବାର ସାଢ଼େ ୧୦ଟାରେ ଏକ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ନେହେରୁ ଛକ ନିକଟରେ ଥିବା ପାଟ୍ଟଖଣ୍ଡା ଜୁଏଲାରୀ ଦୋକାନ ମଧ୍ୟରେ ପଶି ମାଲିକ ସୁବାସ ଚନ୍ଦ୍ର ଆଚାରୀଙ୍କୁ ବନ୍ଧୁକ ଦେଖାଇ ଖଣ୍ଡାରେ ଆକ୍ରମଣ କରି ସୁନା ରୁପା ଅଳଙ୍କାର ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଏହା ପରେ ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଡାଡ଼ାକେତା ଦେଇ ଦ୍ରୁତଗତିରେ ଯାଇଥିଲେ। ସେମାନଙ୍କୁ ଦାରିଙ୍ଗବାଡ଼ି ପୋଲିସକୁ ପିଛା କରିବାରୁ ସେମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ପୋଲିସ ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଜଙ୍ଗଲର ଚାରି ପାଖରୁ ସଶସ୍ତ୍ର ପୋଲିସ ଜଗି ରହିଥିଲେ। କିନ୍ତୁ ପୋଲିସକୁ ଚକ୍‌ମା ଦେଖାଇ ସେମାନେ ଜିଲା ପାର୍‌ ହୋଇଯାଇଥିଲେ। ବର୍ତ୍ତମାନ ମଧ୍ୟ ଏହି ଘଟଣାକୁ ନେଇ ସମଗ୍ର ଜିଲା ତଥା ଜିଲା ଓ ଓଡ଼ିଶା ବାହାରର ପୋଲିସ ସଜାଗ ରହି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟି ରଖି ତଦନ୍ତ ଚାଲୁ ରଖିଛି। ଏହି ଘଟଣାରେ କେଉଁ କେଉଁ ମୁଖ୍ୟ ବ୍ୟକ୍ତି ଓ ଡକାୟତି ଦଳରେ ରହିଛନ୍ତି, ତାହା ଖୁବ୍‌ଶୀଘ୍ର ଲୋକଲୋଚନକୁ ଅଣାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri