ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୋଲିସ

ବାଲିଗୁଡା,୧୩।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗଡା ପୋଲିସକୁ ବଡ଼ ସଫଳତା ମିଳିଛ। ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ କରିଛି ପୋଲିସ । ଅଜୟ ନିକଟରୁ ପୋଲିସ ଗୋଟିଏ କାର୍‌, ଦୁଇଟି ମୋବାଇଲ ସହ ନଗଦ ତିନି ହଜାର ଟଙ୍କା ଜବତ କରିଛି। ତେବେ ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସହଯୋଗୀଙ୍କୁ ଖୋଜୁଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l

ସୂଚନାଯୋଗ୍ୟ, ଚଳିତ ମାସ ୮ ତାରିଖ ସା ସମୟରେ ଜାତୀୟ ରାଜପଥ ଉପରେ କାଠ ପକାଇ ଟ୍ରକ୍‌କୁ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଟ୍ରକ୍‌ ଡ୍ରାଇଭର ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଧାନ ଚନ୍ଦ୍ର ଜେନାଙ୍କୁ ମାଡ଼ ମାରିଥିଲେ। ଏଥିସହ ଗାଡ଼ି ଭଙ୍ଗରୁଜା କରି ସେମାନଙ୍କଠାରୁ ଦୁଇଟି ମୋବାଇଲ ଓ ୨୬ହଜାର ଟଙ୍କା ଲୁଟି ନେଇଥିଲେ। ଅଚେତ ଅବସ୍ଥାରେ ଶିକ୍ଷକଙ୍କୁ ଉଦ୍ଧାର କରି ବାଲିଗୁଡ଼ା ମେଡିକାଲକୁ ଆଣି ଚିକିତ୍ସା କରାଯାଇଥିଲାl


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଶିଖାଇଲା ପରିଶ୍ରମ

ବୈପାରୀଗୁଡା,୧୮ା୭ (ଡି.ଏନ୍‌.ଏ.): ପରିସ୍ଥିତି ମଣିଷକୁ ବଦଳାଇଦିଏ। ତା’ର ସ୍ବଭାବ ଓ ଆଚରଣରେ ପରିବର୍ତ୍ତନ କରେ। ବର୍ତ୍ତମାନ ମହାମାରୀ ସମୟରେ ଏପରି କିଛି ପରିବର୍ତ୍ତନ ଦେଖାଦେଇଛି କୋରାପୁଟ...

ଜଳିଗଲା ଲୁଗା ଦୋକାନ ୫୦ ଲକ୍ଷର ସାମଗ୍ରୀ ନଷ୍ଟ

ଭୁବନ,୨୮ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୨ନଂ ୱାର୍ଡ ଶିଶୁମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଡ୍ରେସ୍‌ ହାଉସ ମାଲିକଙ୍କ ଘରେ ରବିବାର ସନ୍ଧ୍ୟା ପ୍ରାୟ ୮ଟାରେ ଅଗ୍ନିକାଣ୍ଡ...

୬ ହଜାର ହେକ୍ଟର ହେବ ଜଳସେଚିତ

ଅନୁଗୋଳ ଅଫିସ, ୨୪ା୯: ରାଜ୍ୟ ସରକାରଙ୍କ ପାର୍ବତୀଗିରି ବୃହତ୍‌ ଉଠା ଜଳସେଚନ ଯୋଜନାରେ ଉପକୃତ ହେବ ଅନୁଗୋଳ। ଏହି ଯୋଜନାରେ ଅନୁଗୋଳ ଜିଲାରେ ୩ଟି ଜଳସେଚନ...

ପ୍ରବାସୀଙ୍କ ଅର୍ଥ ହଡ଼ପ କରି ବନ୍ଧାହେଲେ ସରପଞ୍ଚ, ପିଇଓଙ୍କ ସ୍ବାମୀ

ବାସୁଦେବପୁର/ପଦ୍ମପୁର,୨୮ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆଶୁଣି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ୨ ହଜାର ଟଙ୍କା...

ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍‌ ଶହୀଦ, ୨ ଆହତ

ବାରଙ୍ଗ,୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ...

ସ୍ମାର୍ଟକେମ୍‌ କମ୍ପାନୀକୁ ବିରୋଧ ଜାରି

ଛତ୍ରପୁର,୧୦ା୧(ଡି.ଏନ୍‌.ଏ.): ଛତ୍ରପୁର ତହସିଲ ଅଧୀନ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲଜି କମ୍ପାନୀ ସ୍ଥାପନକୁ ବିରୋଧ ହେବାରୁ କାମ ବନ୍ଦ ରହିଛି ।...

୧ କୋଟି ଟଙ୍କାରେ ହନୁମାନ ପଇସା ଡିଲ୍‌

ଦେବଗଡ଼,୧୮ା୪(ଡି.ଏନ.ଏ.): ଦେବଗଡ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ୍‌କୁ ପୁଣି ମିଳିଛି ସଫଳତା। ରବିବାର ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ...

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର...

Advertisement
Archives

Model This Week