ମାର୍ବଲ ମିସ୍ତ୍ରୀଙ୍କଠାରୁ ଲୁଟ୍‌, ପୋଲିସ ଗୋଡ଼ାଇବାରୁ ୩ ବାଇକ୍‌ ଛାଡ଼ି ୪ ଦୁର୍ବୃତ୍ତ ଫେରାର

ସୋରଡ଼ା,୧୫ା୧୧(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଡକାୟତ ଦଳ ସକ୍ରିୟ ହେଉଥିବା ଅନୁମାନ କରାଯାଉଛି। ବୁଧବାର ଅପରାହ୍ନରେ ବ୍ରହ୍ମପୁର ହରିଡ଼ାଖଣ୍ଡି ନିକଟ ଚାଞ୍ଚଡ଼ାପଲ୍ଲୀ ଗ୍ରାମର କୀଟୁ ଗଉଡ ନାମକ ଯୁବକ ନିଜର ୧୮ ଦିନ ହେଲା କିଣିଥିବା ବାଇକ୍‌ରେ ବ୍ରହ୍ମପୁରରୁ ବାହାରି ସୋରଡ଼ା ଦେଇ ବାଲିଗୁଡ଼ା ଅଭିମୁଖେ ବାହାରିଥିଲେ। ଅପରାହ୍ନରେ ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ୧୩ ନମ୍ବର ବୁଲାଣିରେ ୪ ଯୁବକ ହଠାତ ତାଙ୍କୁ ଅଟକାଇଥିଲେ। ରାସ୍ତା ବୁଲାଣି ଯୋଗୁ କୀଟୁ ଉପାୟ ନପାଇ ଅଟକି ଯାଇଥିଲେ। ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ହାତରେ ଧରିଥିବା ବାଡ଼ିରେ ଗୋଡ଼କୁ ପିଟିଥିଲେ।

କୀଟୁ ସୋରଡ଼ା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ପକେଟ୍‌ରୁ ୮୫୦୦ ଟଙ୍କା, ୨ଟି ମୋବାଇଲ, ଆଧାରକାର୍ଡ, ଏଟିଏମ୍‌ କାର୍ଡ ସବୁ ନେଇଯାଇଛନ୍ତି। ପରେ ତାଙ୍କ ଗାଡ଼ି ନେଇଯାଇଥିଲେ। ମାର୍ବଲ ମିସ୍ତ୍ରୀ ଭାବେ କାମ କରୁଥିବା କୀଟୁ ସବୁବେଳେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା କହିଛନ୍ତି। ତେବେ କୀଟୁ ସେଠାରୁ ଏକାକୀ କୌଣସି ମତେ ଚାଲି ଚାଲି ଫେରିବା ସମୟରେ ଗାଜଲବାଡ଼ି ଗ୍ରାମର କିଛି ଯୁବକଙ୍କ ସହ ଭେଟ ହୋଇଥିଲା। ସମସ୍ତଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଗାଜଲବାଡ଼ି ଗ୍ରାମବାସୀ ସଙ୍ଗେ ସଙ୍ଗେ ସୋରଡ଼ା ପୋଲିସକୁ ଖବର ଦେଇଥିଲେ। ପୋଲିସ  ପହଞ୍ଚି ଗାଜଲବାଡ଼ି ରାସ୍ତାକୁ ମଧ୍ୟ ସିଲ୍‌ କରିଦେଇଥିଲା। ତେବେ ଉକ୍ତ ଡକାୟତମାନେ ଆଉ ଖସିଯିବାର ଉପାୟ ନ ପାଇ ନିଜେ ଧରିଥିବା ୨ଟି ବାଇକ୍‌ ଓ କୀଟୁଙ୍କଠାରୁ ଛଡ଼ାଇ ନେଇଥିବା ବାଇକ୍‌କୁ ଘାଟି ରାସ୍ତାର ଜଙ୍ଗଲ ପାର୍ଶ୍ୱରେ ପକାଇ ଫେରାର ହୋଇଯାଇଛନ୍ତି । ପୋଲିସ ବହୁ ଖୋଜାଖୋଜି କରି ଉକ୍ତ ୩ ବାଇକ୍‌କୁ ରାତି ୯ ଟାରେ ଆଣି ସୋରଡା ଥାନା ପରିସରରେ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri