ପାଟଣାଗଡ଼ ଜୁଏଲେରି ଦୋକାନରୁ ଡକାୟତି

ବଲାଙ୍ଗୀର ଅଫିସ,୬ା୮: ପାଟଣାଗଡ ମେନରୋଡଠାରେ ଥିବା ଅମୃତ କଳସ ଜୁଏଲେରି ଦୋକାନରୁ ଶୂୁକ୍ରବାର ଅପରାହ୍ଣରେ ଏକ ବଡଧରଣର ଡକାୟତି ହୋଇଛି। ୬ ଜଣ ଡକାୟତ ଦୋକାନ ଭିତରକୁ ପଶି ଦୋକାନ ମାଲିକ ଏବଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ଓଜନର ସୁନା ଅଳଙ୍କାର, ୪୦ ହଜାର ଟଙ୍କାର ମୋବାଇଲ, ୬୦ ହଜାର ନଗଦ ଟଙ୍କା ଏବଂ ସିସିଟିଭି ହାର୍ଡ ଡିକ୍ସ ଧରି ଫେରାର ମାରିଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ମୁକେଶ ଜୈନଙ୍କୁ ଡକାୟତମାନେ ଆକ୍ରମଣ କରିଥିବା ଜଣାଯାଇଛି ।
ଅଭିଯୋଗ ଅନୁଯାୟୀ, ଅପରାହ୍ଣ ପ୍ରାୟ ୪ଟା ସମୟରେ ଗହଣା ଦୋକାନ ମାଲିକ ମୁକେଶ ଖାଇ ସାରିବା ପରେ ଦୋକାନ ଖୋଲିବାକୁ ଆସିଥିଲେ। ଦୋକାନ ଖୋଲିବା ପରେ ସେ ଏବଂ ତାଙ୍କର ଦୁଇଜଣ କର୍ମଚାରୀ ଦୋକାନ ଭିତରେ ଥିଲେ। ଏତିକିବେଳେ ତିନିଟି ବାଇକ୍‌ରେ ୬ ଜଣ ଡକାୟତ ମୁଖାପିନ୍ଧି ତାଙ୍କ ଦୋକାନକୁ ପଶିଥିଲେ। ସେମାନେ ବନ୍ଧୁକ ଦେଖାଇ ଦୋକାନ ମାଲିକ, କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ଏହାପରେ ଦୋକାନ ଭିତରେ ଥିବା ସୁନାଗହଣା ଲୁଟିବା ଆରମ୍ଭ କରିଥିଲେ। ଦୋକାନ ମାଲିକ ଜୈନ ବାଧା ଦେବାରୁ ସେମାନେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଡକାୟତ ଦଳ ଦୋକାନରୁ ସୁନାଗହଣା, ମୋବାଇଲ, ନଗଦ ଟଙ୍କା ଲୁଟି ନେଇ ଯିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଢେଲାପଥର ମାରିଥିଲେ ମଧ୍ୟ ସେମାନେ ସେଠାରୁ ଖସିଯିବାକୁ ସଫଳ ହୋଇଥିଲେ। ଗୋଟିଏ ବାଇକ୍‌ରେ ଡକାୟତ କଣ୍ଟାବାଞ୍ଜି ପଟକୁ ଏବଂ ଅନ୍ୟ ଏକ ବାଇକରେ ଲରମ୍ଭା ପଟକୁ ପଳାଇ ଥିବା ବେଳେ ତୃତୀୟ ବାଇକ୍‌ କୁଆଡେ ଗଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ପାଟଣାଗଡ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପାଟଣାଗଡ ଏସ୍‌ଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କ ନେତୃତ୍ୱରେ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri