ଏମିତି ଲାଇବ୍ରେରୀ, ଯାହା ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ

ଇଟାନଗର,୨୭ା୯: ବିଶ୍ୱରେ ଅନେକ ଲାଇବ୍ରେରୀ ରହିଛି। ମାତ୍ର ଆଜି ଏମିତି ଏକ ଲାଇବ୍ରେରୀ ବିଷୟରେ କହିବୁ ଯାହା କେବେ ଆଗରୁ ଦେଖି ନ ଥିବେ କି ଶୁଣି ନ ଥିବେ। ଏହି ଲାଇବ୍ରେରୀର ନାମ ହେଉଛି ‘ଷ୍ଟ୍ରିଟ୍‌ ଲାଇବ୍ରେରୀ’।


ଅରୁଣାଚଳ ପ୍ରଦେଶରେ ଏପରି ଏକ ଲାଇବ୍ରେରୀ ଖୋଲାଯାଇଛି। ଏହାକୁ ମୀନା ଗୁରୁଙ୍ଗ ନାମକ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଆରମ୍ଭ କରିଛନ୍ତି। ମୀନା ଏବେ ଏକ ସରକାରୀ ସ୍କୁଲରେ ଶିକ୍ଷକତା କରୁଛନ୍ତି। ଏହି ଲାଇବ୍ରେରୀ ଆରମ୍ଭ ହେବା ଦିନରୁ ହିଁ ପାଠକଙ୍କ ପ୍ରତି ବେଶ୍‌ ସକାରାତ୍ମକ ପ୍ରଭାବ ପକାଇଛି। ମୀନା କୁହନ୍ତି, ବହି ପଢ଼ିବା ଦ୍ୱାରା ମାନସିକ ବିକାଶ ବୃଦ୍ଧି ହୋଇଥାଏ। ଏଥିସହିତ ବିଭିନ୍ନ ଭାଷା ବୁଝିବା ଏବଂ କହିବା ମଧ୍ୟ ସହଜ ହୋଇଥାଏ। ଲକ୍‌ଡାଉନ୍‌ ଯୋଗୁ ଲୋକେ ଅଧିକାଂଶ ସମୟ ସ୍ମାର୍ଟଫୋନରେ ବିତାଉଛନ୍ତି। ଏହା ଦ୍ୱାରା ନିଦ୍ରାହୀନତା ପରି ଅନେକ ରୋଗର ଶିକାର ହେଉଛନ୍ତି। ତେଣୁ ଏସବୁ ସମସ୍ୟା ଦୂର କରିବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି।


ଏହି ଲାଇବ୍ରେରୀରେ ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ପଢ଼ିପାରିବେ। ଉକ୍ତ ଲାଇବ୍ରେରୀରେ କୌଣସି ତାଲା ପଡ଼େ ନାହିଁ। ଯିଏ ଯେତେବେଳେ ଚାହିଁବ ବହି ପଢ଼ିପାରିବ। ମୀନା କୁହନ୍ତି, ତାଲା ନ ପଡ଼ି ମଧ୍ୟ ଗୋଟିଏ ବି ବହି ଚୋରି ହେଉନାହିଁ। ଯଦିଓ କେହି କେବେ ବହି ଚୋରି କରିନେବ ତେବେ ସେ ଏଥିରେ ବହୁତ ଖୁସି ହେବେ। କାରଣ ଜଣେ ବହି ପଢ଼ିବ ବୋଲି ଚୋରି କରି ନେଇଛି। ଯାହା ତାଙ୍କୁ ଅଧିକ ଖୁସି ଆଣିଦେବ।

ମୀନାଙ୍କୁ ଏପରି ଲାଇବ୍ରେରୀ କରିବାର ପ୍ରେରଣା ମିଜୋରାମର ‘ମିନି ଓ୍ବେ ସାଇଡ୍‌ ଲାଇବ୍ରେରୀ’ରୁ ମିଳିଥିଲା। ମୀନା ତାଙ୍କର ଜଣେ ବନ୍ଧୁ ଦିବାଙ୍ଗ ହୋସାଇଙ୍କ ସହ ମିଶି ଏପରି ଲାଇବ୍ରେରୀ କରିବା ପାଇଁ ମନସ୍ଥ କରିଥିଲେ। ମୀନାଙ୍କର ଏହି ଲାଇବ୍ରେରୀରେ ଅଧିକ ମହିଳା ଏବଂ ଟିନ୍‌ଏଜ୍‌ର ପିଲା ପଢୁଛନ୍ତି। ଲାଇବ୍ରେରୀରୁ ବହି ନେଇ ଲୋକେ ଖୋଲାସ୍ଥାନରେ ପଢ଼ୁଛନ୍ତି। ଧୀରେ ଧୀରେ ଲାଇବ୍ରେରୀଟି ଲୋକଙ୍କୁ ଆକର୍ଷିତ କରୁଛି। ବହି ଉଧାରରେ ନେଇ ପାଠକେ ପଢିସାରିବା ପରେ ପୁଣି ଆଣି ଫେରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ହାଇଦ୍ରାବାଦ,୨୯।୧୦: ନିଜର ପୂର୍ବ ଅପରାଧକୁ ଲୁଚାଇବା ପାଇଁ ୯ ଜଣ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ବିହାର ବେଗୁସରାଇ ଜିଲାର ସଞ୍ଜୟ କୁମାର ଯାଦବଙ୍କୁ ତେଲଙ୍ଗାନାର...

ଥମୁଛି କରୋନା, ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି...

ଛୁଟି ପାଇଁ ଶିକ୍ଷକ ଲେଖିଲେ ଅଜବ ଦରଖାସ୍ତ: ଅଡୁଆରେ ଶିକ୍ଷା ବିଭାଗ

ପାଟନା,୨।୧୨: ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ...

ବିଷାକ୍ତ ମଦ୍ୟପାନ କରି ୧୮ ମୃତ, ୫ ଗୁରୁତର…

ପାଟନା,୧୪।୧୨ : ମଦ ବିକ୍ରି ବନ୍ଦ ପରେ ମଧ୍ୟ ପୁଣିଥରେ ବିହାରରେ ବିଷାକ୍ତ ମଦ୍ୟପାନ କରି ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ ଯୋଗୁଁ...

ଧାଡ଼ିଧାଡ଼ି ମୃତଦେହ: କରୋନା ଲଢ଼େଇରେ ହାରି ଯାଉଛନ୍ତି ଆକ୍ରାନ୍ତ…

ଗାଜିଆବାଦ୍‌,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ କୋକୁଆ ଭୟ ଦେଖାଦେଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତକଙ୍କ ଅନ୍ତିମ ସଂସ୍କାର କରିବା...

ଜ୍ଞାନବ୍ୟାପି-ଶୃଙ୍ଗାର ଗୌରୀ ମାମଲା: ୨୯ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୨।୯: ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଏହି ବିବାଦ ମାମଲାରେ ବାରାଣସୀ ଜିଲା କୋର୍ଟରେ ଶୁଣାଣି ହୋଇଥିଲା। ଏଠାରେ ଉଭୟ...

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚେନ୍ନାଇ, ୧୮।୧୦: ଡିଆର୍‌ଡିଓକୁ ରବିବାର ପୁଣି ଏକ ସଫଳତା ମିଳିଛି। ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଏଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଇଏନ୍‌ଏସ୍‌ ଚେନ୍ନାଇରେ ଏହାର...

ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି।...

Advertisement
Archives

Model This Week