ଟ୍ରକ୍‌ମାଲିକଙ୍କ ରାସ୍ତା ଅବରୋଧ

କେନ୍ଦୁଝର,୧୦ା୮(ସ୍ବ.ପ୍ର.): ତୁରନ୍ତ ନିର୍ବାଚନ କରିବା ଦାବିରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ରାସ୍ତା ଅବରୋଧ କରିଥିଲେ। ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଟ୍ରକ୍‌ମାଲିକମାନେ ସାମିଲ ହୋଇଥିଲେ। ଟ୍ରକ୍‌ମାଲିକଙ୍କ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ କରି ସଂଘ ସମ୍ବିଧାନ ଆଇନ ଅନୁଯାୟୀ, ଯଥାଶୀଘ୍ର ପୂର୍ବତନ ସଂଘ କର୍ମକର୍ତ୍ତାଙ୍କଠାରୁ ଦାୟିତ୍ୱ ନେଇ ପ୍ରଶାସନ କିମ୍ବା ଉପଦେଷ୍ଟା ମଣ୍ଡଳୀଙ୍କୁ ହସ୍ତାନ୍ତର କରିବା, ନିର୍ଦ୍ଧାରିତ ସମୟରେ ନିର୍ବାଚନ କରାଇବା ନେଇ ଜଣାଇଥିଲେ। ଏହାକୁ ନେଇ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ୧୫ ତାରିଖ ପରେ ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ କରାଇବାକୁ ଆଦେଶ ଦେବା କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ବୋଲି ଟ୍ରକ୍‌ ମାଲିକ ଅୟସକାନ୍ତ ପଟ୍ଟନାୟକ କହିଛନ୍ତି। ଏଥିରେ ପୂର୍ବତନ ସଭାପତି ରାମଚନ୍ଦ୍ର ଭୂୟାଁ, ସମ୍ପାଦକ ପ୍ରଦୀପ ବାରିକ୍‌, ଅୟସକାନ୍ତ ପଟ୍ଟନାୟକ, ପୂର୍ବତନ ଉପସଭାପତି ରାମଚନ୍ଦ୍ର ରାଉତ, ପୂର୍ବତନ କର୍ମକର୍ତ୍ତା ରୁଦ୍ର ନାରାୟଣ ମିଶ୍ର, ନିହାର ଦାଶ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ ନିୟମକୁ ଉଲ୍ଲଂଘନ: ୧୯ ଜଣଙ୍କ ନାଁରେ ମାମଲା

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ନେଇ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା ହୋଇଛି। ହେଲେ ଏହି ସମୟରେ କେତେକ ଲୋକଙ୍କର କୌଣସି କାମ ନ...

ଗାଁକୁ ଆସୁନାହାନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ରଘୁନାଥପୁର,୧୩।୭(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ...

ଘରକୁ ବୁଲି ବହି ବାଣ୍ଟିଲେ

ସରଣ୍ଡା,୨୧।୪(ଡି.ଏନ.ଏ): କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଫଳରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଏଭଳି ସ୍ଥିତିରେ...

ପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ: ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାଲିଛି ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୪ା୬: କରୋନା ସଂକ୍ରମକୁ ଦୃଷ୍ଟିରେରଖି ପ୍ରଥମେ ରଥଯାତ୍ରାକୁ ଅନୁମତି ଦେଇ ନ ଥିଲେ ସୁପ୍ରିମ୍‌କୋର୍ଟ । ପରବର୍ତ୍ତୀ ସମୟରେ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଥିଲା...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଦିଗପହଣ୍ଡି,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି କାନରା ବ୍ୟାଙ୍କ ସମ୍ମୁଖରେ ଏକ ଭଡ଼ା ଘରେ ରହୁଥିବା ଗର୍ଭବତୀ ସୁଜାତା ସେଠୀଙ୍କୁ ଅଧିକା ଯୌତୁକ ପାଇଁ ସ୍ବାମୀ ଓ...

ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍‌.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର...

ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...

ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ...

Advertisement
Archives

Model This Week