ରାସ୍ତା କାମ ସରିନି, ବିଲ୍‌ ମଞ୍ଜୁର

ବେଗୁନିଆ,୨୩।୭ (ଡି.ଏନ୍‌.ଏ.): ସରକାର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଅନେକ ଗ୍ରାମରେ ଭଲ ରାସ୍ତା ନ ଥିବାରୁ ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। କେଉଁଠି ଠିକାଦାରଙ୍କ ମନମାନି ତ’ଆଉ କେଉଁଠି ବିଭାଗୀୟ ଅଧିକାରୀଙ୍କ ପରିଚାଳନାରେ ତ୍ରୁଟି ଯୋଗୁ ଅନେକ ପ୍ରକଳ୍ପ ବ୍ୟର୍ଥ ଯାଉଛି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର-ନରସିଂହପୁର ରାସ୍ତା କାର୍ଯ୍ୟରେ ଏପରି ଦେଖିବାକୁ ମିଳିଛି। ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଠିକାଦାରଙ୍କ ନାମରେ ବିଲ୍‌ ମଞ୍ଜୁର କରାଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ବାଧକ ସାଜୁଛି ବୋଲି ଆଳ ଦେଖାଇ ଆର୍‌ ଆଣ୍ଡ ଡି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଠିକାଦାରଙ୍କୁ ଅନୁକମ୍ପା ଦେଖାଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ୧୫୦ମିଟର ଅସମ୍ପୂର୍ଣ୍ଣ ରାସ୍ତା ମରଣଯନ୍ତା ପାଲଟିଛି।
ସୂଚନାଥାଉ କି, ବେଗୁନିଆ ବ୍ଲକ କୋଲୁହାପାଟଣା ଗ୍ରାମବାସୀଙ୍କ ପକ୍ଷରୁ ଭଲ ରାସ୍ତା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୨୦୧୪ ନଭେମ୍ବର ୨୨ରେ ଜଣେ ଠିକାଦାରଙ୍କ ନଁାରେ ଗୋବିନ୍ଦପୁରଠାରୁ ନରସିଂହପୁର ପର୍ଯ୍ୟନ୍ତ ୪କି.ମି. ୫୬୦ମିଟର ରାସ୍ତା ଲାଗି ୨କୋଟି ୫୭ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ସେହି ବର୍ଷ ଡିସେମ୍ବରରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ପରେ କାର୍ଯ୍ୟ ଅବଧିଠାରୁ ବର୍ଷ ବର୍ଷ ଧରି ଗଡି ଚାଲିଲା। ଶେଷରେ ରାଜ୍ୟ ଗୁଣବତ୍ତା ଅଧିକାରୀ(ରାସ୍ତା), ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ରାସ୍ତାର ଗୁଣବତ୍ତା ଯାଞ୍ଚ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଓ ଠିକ୍‌ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏକ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବା ପରିବର୍ତ୍ତେ ୩ ବର୍ଷ ୫ମାସ ଲାଗିଥିଲା। କୁଶପଲା ଗ୍ରାମ ନିକଟରେ ପ୍ରାୟ ୧୫୦ମିଟର କାର୍ଯ୍ୟ ନ ହୋଇ ପଡିରହିଛି। ବର୍ଷା ଯୋଗୁ ଏହି ରାସ୍ତାରେ ଖାଲଖମା ସୃଷ୍ଟି ହେବାରେ ଲୋକେ ଯାତାୟାତ କରିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଯେଉଁ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶେଷ ହୋଇଛି ତା’ର ମରାମତି କାର୍ଯ୍ୟ କରିବା ସମୟ ମଧ୍ୟ ଦୁଇ ବର୍ଷ ହେବ ଶେଷ ହୋଇଛି। ତେବେ ଉକ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ କିଭଳି ବିଲ୍‌ ମଞ୍ଜୁରୀ କରାଯାଇଛି ସେ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମର ବଳଭଦ୍ର ପଣ୍ଡା, ବିଭୁଦତ୍ତ ପଣ୍ଡା, ଗୌରାଙ୍ଗ ଚରଣ ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଆର୍‌ ଆଣ୍ଡ ଡି ବିଭାଗୀୟ ଯନ୍ତ୍ରୀ ରବୀନ୍ଦ୍ର ଜେନା କହିଛନ୍ତି, ଏଠାରେ ନୂତନ ଭାବେ ଯୋଗ ଦେଇଛି। ଉକ୍ତ ରାସ୍ତା ମରାମତି ଓ କାର୍ଯ୍ୟ ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri