ସଡ଼କ ଯାତ୍ରା ଓ ମାନସିକ ବିକୃତି

ସଡ଼କ ଦୁର୍ଘଟଣା ଓ ସଡ଼କରେ ଯାତ୍ରା ନେଇ ଗାଡ଼ି ଚାଳକଙ୍କଠାରୁ ପଦଚାଳକଙ୍କ ପର୍ଯ୍ୟନ୍ତ ସଚେତନତାର ବାର୍ତ୍ତା ଦେବା ପାଇଁ ପ୍ରତିବର୍ଷ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସଡ଼କରେ ଯାତ୍ରା ପାଇଁ ସମସ୍ତଙ୍କୁ ଆନନ୍ଦ ଲାଗେ। ଆକାଶ ପଥରେ ବିମାନ ଯାତ୍ରା ହେଉ ବା ଜଳଯାତ୍ରା ଭାବରେ ଡଙ୍ଗା ବା ବୋଟ୍‌ରେ ନଦୀ ବା ସମୁଦ୍ର ଯାତ୍ରା ଏ ସବୁଠାରୁ ସଡ଼କରେ ଯାତ୍ରା କରିବାର ଅନୁଭୂତି ଏକ ସ୍ୱତନ୍ତ୍ର ଥାଏ। କିନ୍ତୁ ଏହି ସୁଖଦ ଅନୁଭୂତିର ଯାତ୍ରା ଯେପରି ମର୍ମାନ୍ତିକ, ଦୁଃଖଦ ଓ ଅଭାବନୀୟ ନ ହୁଏ ଏ ପ୍ରତି ଆମେ ସମସ୍ତେ ସଚେତନ ରହିବା ଅତ୍ୟନ୍ତ ଜରୁରୀ।
ସଡ଼କ ଯାତ୍ରା ପାଇଁ ପ୍ରଥମ ବାଧକ ସଂପ୍ରତି ପାଲଟିଛି ବେପରୁଆ ଗାଡ଼ି ଚାଳନା, ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା ଆଉ ମୋବାଇଲ ଫୋନରେ ସଙ୍ଗୀତ ହେଉ ବା କଥାବାର୍ତ୍ତା ଏଥିରେ ବ୍ୟସ୍ତ ରହିବା ଦ୍ୱାରା ଦୁର୍ଘଟଣା ଭୟାନକ ଭାବେ ଯେଉଁପରି ଭାବେ ବୃଦ୍ଧି ପାଉଛି ତାହା ଏକ ଅତ୍ୟନ୍ତ ଦୁଃଖଦ ପ୍ରସଙ୍ଗ। ସହରୀକରଣକୁ ସଂପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ତଥାକଥିତ ସ୍ମାର୍ଟ ସିଟି ହେଉ ବା ରାଜଧାନୀ ଏପରି କି ବ୍ୟସ୍ତବହୁଳ ସଡ଼କ ପଥ ସହ ଯୋଗାଯୋଗ ରଖିବା ପାଇଁ ସରକାରୀ ମହଲରେ ବ୍ୟାପକ ଭାବରେ ସଡ଼କର ଦ୍ରୁତ ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନିକଟରେ କାନାଡ଼ାର ବୈଜ୍ଞାନିକମାନଙ୍କ ଏକ ରିପୋର୍ଟ ଆମ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ସହରୀକରଣ ବିଶ୍ୱବ୍ୟାପୀ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ନିଶ୍ଚୟ ଜାତୀୟ ପ୍ରଗତି ଓ ଅଭିବୃଦ୍ଧିର ଏକ ମାନଙ୍କ ଭାବରେ ସଡ଼କ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ତେବେ କାନାଡ଼ା ବୈଜ୍ଞାନିକମାନଙ୍କ ରିପୋର୍ଟ ଯେତିକି ଉଦ୍‌ବେଗଜନକ ତତୋଧିକ ଦୁଃଖଦାୟକ। ତାଙ୍କ ରିପୋର୍ଟର ତଥ୍ୟ ଅନୁଯାୟୀ ବ୍ୟସ୍ତବହୁଳ ସଡ଼କ ବା ମାତ୍ରାଧିକ ଯାନବାହନ ଗତାଗତ କରୁଥିବା ଏହି ବ୍ୟସ୍ତବହୁଳ ସଡ଼କରେ ଏହାର ନିକଟରେ ରହୁଥିବା ଲୋକମାନଙ୍କର ଅଧିକ ଭାବରେ ମାନସିକ ବିକୃତି ଘଟିବା ସହ ସ୍ମୃତି ଭ୍ରଂସ ବା ମନେ ନ ରହିବା ଭଳି ଶାରୀରିକ ବିକାର ଦେଖାଦେଉଛି। କାନାଡ଼ାର ଓଣ୍ଟାରିଓ ସହରରେ ଦଶ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଅଧ୍ୟୟନରତ ଏକ ରିସର୍ଚ୍ଚ ଗ୍ରୁପ୍‌ ଅନୂ୍ୟନ କୋଡ଼ିଏ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଶୈଳୀ ଉପରେ ଅନୁଧ୍ୟାନ କରି ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି ତାଙ୍କ ମତରେ ବର୍ଷ ବର୍ଷ ଧରି ସଡ଼କ ନିକଟରେ ବସବାସ କରୁଥିବା ବାସିନ୍ଦାମାନେ ଯେତିକି ପରିମାଣର ଶବ୍ଦ ପ୍ରଦୂଷଣର ଶିକାର ହୁଅନ୍ତି ଏହା ତାଙ୍କ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ସେ ଜଣାଇଛନ୍ତି ଯେ ବସବାସ କରୁଥିବା ଲୋକଙ୍କଠାରେ ମାନସିକ ବିକୃତିର ମାତ୍ରା ୮%ରୁ ଊର୍ଦ୍ଧ୍ୱ। ଯଦିଓ ଶହେ ମିଟର ଦୂରତା ଭିତରେ ରହୁଥିବା ଏହି ଲୋକମାନଙ୍କର ମାତ୍ରା ୪%ରୁ କମ୍‌।
ସଡ଼କ ସନ୍ନିକଟରେ ବର୍ଷ ବର୍ଷ ଧରି ଜନ୍ମ ଭିଟାମାଟିରେ ରହୁଥିବା ଲୋକମାନେ ବେଳେବେଳେ ସରକାର ଅଧିଗ୍ରହଣ କରୁଥିବା ଜମି ପାଇଁ ନିଜ ଜମି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି, ଯାହାଦ୍ୱାରା ସେମାନେ କିଛି ଦୂରରେ ନିଜ ବସତି ସ୍ଥାପନ କରିଥାନ୍ତି। ତେବେ ଯେଉଁମାନେ ସଡ଼କ ନିକଟରେ ରହୁଥାନ୍ତି ସେମାନେ ମାତ୍ରାଧିକ ଚଳାଚଳ କରୁଥିବା ଯାନବାହନର ଶବ୍ଦ ଓ ଉତ୍କଟ ଚିତ୍କାର ସୃଷ୍ଟି କରୁଥିବା ହର୍ଣ୍ଣ। ପ୍ରେଟୋଲ, ଡିଜେଲ ଓ ବିଭିନ୍ନ ଇନ୍ଧନ ପୋଡ଼ି ହୋଇ ଯେଉଁ ବିଷାକ୍ତ ଧୂଅଁା ଯଥା ନାଇଟ୍ରୋଜେନ ଅକ୍ସାଇଡ଼, ସୂକ୍ଷ୍ମ ବିପଜ୍ଜନକ ଓ କ୍ଷତିକାରକ ଆଖିକୁ ଦିଶୁ ନ ଥିବା କଣିକାଗୁଡ଼ିକ ସେମାନଙ୍କ ଶ୍ୱାସପ୍ରଶ୍ୱାସ କ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ଏହା କେବଳ ଶ୍ୱାସପ୍ରଶ୍ୱାସ କ୍ରିୟା ନୁହେଁ ମସ୍ତିଷ୍କର ସ୍ୱାଭାବିକ ପ୍ରକ୍ରିୟାକୁ କ୍ରମଶଃ ପ୍ରଭାବିତ କରି ଏକ ପ୍ରକାର ଶିଥିଳ କରିବାକୁ ଲାଗିଥାନ୍ତି। ଯାହାଦ୍ୱାରା ସେମାନେ ବିଭିନ୍ନ ମାନସିକ ବିକୃତିର ଶିକାର ହୋଇଥାନ୍ତି। ମାନସିକ ଅବସାଦ, ବିକୃତି, ଡିମେନ୍‌ସିଆ ଏହାର କାରଣ ପାଲଟିଥାନ୍ତି। ଲୋକମାନେ ସଚେତନତାର ଅଭାବରୁ ଏ ଦିଗକୁ ପ୍ରଥମରୁ ଅଣଦେଖା କରିବା ଦ୍ୱାରା ପରବର୍ତ୍ତୀ ସମୟରେ ସେମାନେ ଉତ୍କଟ ମାନସିକ ରୋଗର ଶିକାର ହୋଇଥାନ୍ତି। ବର୍ଷ ବର୍ଷ ଧରି ବିପଜ୍ଜନକ ଧୂଅଁା ଓ ଉତ୍କଟ ଶବ୍ଦ ଦିନରାତି ଅହୋରାତ୍ର ସେମାନଙ୍କ ମାନସିକତାକୁ ବିଚଳିତ କରି ବିକୃତିର ଦିଗକୁ ନେଇଥାଏ। ଏପରି କିଛି ରୋଗୀଙ୍କୁ ଆମେ ନିତିଦିନ ସ୍ୱାସ୍ଥ୍ୟ ପରାମର୍ଶ କାର୍ଯ୍ୟକ୍ରମରେ ଭେଟିଥାଉ। ସେମାନଙ୍କୁ ଚିକିତ୍ସା କରୁ ଏବଂ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସେମାନଙ୍କୁ ଯଥାର୍ଥ ସଚେତନ ମଧ୍ୟ କରାଯାଇଥାଏ। କେବଳ ସହର ବିକାଶ ନୁହେଁ ଏକ ରାଷ୍ଟ୍ରର ଅଭିବୃଦ୍ଧି ବିକାଶରେ ଉତ୍ତମ ଓ ପର୍ଯ୍ୟାପ୍ତ ସଡ଼କର ଆବଶ୍ୟକତା ରହିଛି। କିନ୍ତୁ ଏ ନିହାତି ଭିତରେ ସ୍ୱାସ୍ଥ୍ୟଗତ କ୍ଷେତ୍ରକୁ କେହି ଅଣଦେଖା କରିବା ଅନୁଚିତ। ବର୍ଷ ବର୍ଷ ଧରି ଏହି ପ୍ରାଥମିକ ଅବସ୍ଥାର ବିକୃତି ପରେ ଯେଉଁ ମାନସିକ ରୋଗର ଭୟାନକ ରୂପ ଦେଖାଇଥାଏ ତାହା ଅତ୍ୟନ୍ତ ଦୁଃଖଦାୟକ। ଏ ନେଇ ସାଧାରଣରେ ସଚେତନତା ସୃଷ୍ଟି ହେବା ସହ ସରକାରୀ କ୍ଷେତ୍ରରେ ଏ ଦିଗକୁ ଅଣହେଳା କରିବା ଅନୁଚିତ ନଚେତ ଆଗାମୀ ଦିନରେ ଏ ସଂକ୍ରାନ୍ତୀୟ ମାନସିକ ରୋଗୀମାନଙ୍କ ସଂଖ୍ୟା ଯେଉଁପରି ଉଦ୍‌ବେଗଜନକ ଭାବେ ବଢ଼ିବ ତାହା ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ,
ପୁରୀଘାଟ ରୋଡ୍‌, କଟକ, ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?