ସଡ଼କ ଯାତ୍ରା ଓ ମାନସିକ ବିକୃତି

ସଡ଼କ ଦୁର୍ଘଟଣା ଓ ସଡ଼କରେ ଯାତ୍ରା ନେଇ ଗାଡ଼ି ଚାଳକଙ୍କଠାରୁ ପଦଚାଳକଙ୍କ ପର୍ଯ୍ୟନ୍ତ ସଚେତନତାର ବାର୍ତ୍ତା ଦେବା ପାଇଁ ପ୍ରତିବର୍ଷ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସଡ଼କରେ ଯାତ୍ରା ପାଇଁ ସମସ୍ତଙ୍କୁ ଆନନ୍ଦ ଲାଗେ। ଆକାଶ ପଥରେ ବିମାନ ଯାତ୍ରା ହେଉ ବା ଜଳଯାତ୍ରା ଭାବରେ ଡଙ୍ଗା ବା ବୋଟ୍‌ରେ ନଦୀ ବା ସମୁଦ୍ର ଯାତ୍ରା ଏ ସବୁଠାରୁ ସଡ଼କରେ ଯାତ୍ରା କରିବାର ଅନୁଭୂତି ଏକ ସ୍ୱତନ୍ତ୍ର ଥାଏ। କିନ୍ତୁ ଏହି ସୁଖଦ ଅନୁଭୂତିର ଯାତ୍ରା ଯେପରି ମର୍ମାନ୍ତିକ, ଦୁଃଖଦ ଓ ଅଭାବନୀୟ ନ ହୁଏ ଏ ପ୍ରତି ଆମେ ସମସ୍ତେ ସଚେତନ ରହିବା ଅତ୍ୟନ୍ତ ଜରୁରୀ।
ସଡ଼କ ଯାତ୍ରା ପାଇଁ ପ୍ରଥମ ବାଧକ ସଂପ୍ରତି ପାଲଟିଛି ବେପରୁଆ ଗାଡ଼ି ଚାଳନା, ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା ଆଉ ମୋବାଇଲ ଫୋନରେ ସଙ୍ଗୀତ ହେଉ ବା କଥାବାର୍ତ୍ତା ଏଥିରେ ବ୍ୟସ୍ତ ରହିବା ଦ୍ୱାରା ଦୁର୍ଘଟଣା ଭୟାନକ ଭାବେ ଯେଉଁପରି ଭାବେ ବୃଦ୍ଧି ପାଉଛି ତାହା ଏକ ଅତ୍ୟନ୍ତ ଦୁଃଖଦ ପ୍ରସଙ୍ଗ। ସହରୀକରଣକୁ ସଂପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ତଥାକଥିତ ସ୍ମାର୍ଟ ସିଟି ହେଉ ବା ରାଜଧାନୀ ଏପରି କି ବ୍ୟସ୍ତବହୁଳ ସଡ଼କ ପଥ ସହ ଯୋଗାଯୋଗ ରଖିବା ପାଇଁ ସରକାରୀ ମହଲରେ ବ୍ୟାପକ ଭାବରେ ସଡ଼କର ଦ୍ରୁତ ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନିକଟରେ କାନାଡ଼ାର ବୈଜ୍ଞାନିକମାନଙ୍କ ଏକ ରିପୋର୍ଟ ଆମ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ସହରୀକରଣ ବିଶ୍ୱବ୍ୟାପୀ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ନିଶ୍ଚୟ ଜାତୀୟ ପ୍ରଗତି ଓ ଅଭିବୃଦ୍ଧିର ଏକ ମାନଙ୍କ ଭାବରେ ସଡ଼କ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ତେବେ କାନାଡ଼ା ବୈଜ୍ଞାନିକମାନଙ୍କ ରିପୋର୍ଟ ଯେତିକି ଉଦ୍‌ବେଗଜନକ ତତୋଧିକ ଦୁଃଖଦାୟକ। ତାଙ୍କ ରିପୋର୍ଟର ତଥ୍ୟ ଅନୁଯାୟୀ ବ୍ୟସ୍ତବହୁଳ ସଡ଼କ ବା ମାତ୍ରାଧିକ ଯାନବାହନ ଗତାଗତ କରୁଥିବା ଏହି ବ୍ୟସ୍ତବହୁଳ ସଡ଼କରେ ଏହାର ନିକଟରେ ରହୁଥିବା ଲୋକମାନଙ୍କର ଅଧିକ ଭାବରେ ମାନସିକ ବିକୃତି ଘଟିବା ସହ ସ୍ମୃତି ଭ୍ରଂସ ବା ମନେ ନ ରହିବା ଭଳି ଶାରୀରିକ ବିକାର ଦେଖାଦେଉଛି। କାନାଡ଼ାର ଓଣ୍ଟାରିଓ ସହରରେ ଦଶ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଅଧ୍ୟୟନରତ ଏକ ରିସର୍ଚ୍ଚ ଗ୍ରୁପ୍‌ ଅନୂ୍ୟନ କୋଡ଼ିଏ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଶୈଳୀ ଉପରେ ଅନୁଧ୍ୟାନ କରି ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି ତାଙ୍କ ମତରେ ବର୍ଷ ବର୍ଷ ଧରି ସଡ଼କ ନିକଟରେ ବସବାସ କରୁଥିବା ବାସିନ୍ଦାମାନେ ଯେତିକି ପରିମାଣର ଶବ୍ଦ ପ୍ରଦୂଷଣର ଶିକାର ହୁଅନ୍ତି ଏହା ତାଙ୍କ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ସେ ଜଣାଇଛନ୍ତି ଯେ ବସବାସ କରୁଥିବା ଲୋକଙ୍କଠାରେ ମାନସିକ ବିକୃତିର ମାତ୍ରା ୮%ରୁ ଊର୍ଦ୍ଧ୍ୱ। ଯଦିଓ ଶହେ ମିଟର ଦୂରତା ଭିତରେ ରହୁଥିବା ଏହି ଲୋକମାନଙ୍କର ମାତ୍ରା ୪%ରୁ କମ୍‌।
ସଡ଼କ ସନ୍ନିକଟରେ ବର୍ଷ ବର୍ଷ ଧରି ଜନ୍ମ ଭିଟାମାଟିରେ ରହୁଥିବା ଲୋକମାନେ ବେଳେବେଳେ ସରକାର ଅଧିଗ୍ରହଣ କରୁଥିବା ଜମି ପାଇଁ ନିଜ ଜମି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି, ଯାହାଦ୍ୱାରା ସେମାନେ କିଛି ଦୂରରେ ନିଜ ବସତି ସ୍ଥାପନ କରିଥାନ୍ତି। ତେବେ ଯେଉଁମାନେ ସଡ଼କ ନିକଟରେ ରହୁଥାନ୍ତି ସେମାନେ ମାତ୍ରାଧିକ ଚଳାଚଳ କରୁଥିବା ଯାନବାହନର ଶବ୍ଦ ଓ ଉତ୍କଟ ଚିତ୍କାର ସୃଷ୍ଟି କରୁଥିବା ହର୍ଣ୍ଣ। ପ୍ରେଟୋଲ, ଡିଜେଲ ଓ ବିଭିନ୍ନ ଇନ୍ଧନ ପୋଡ଼ି ହୋଇ ଯେଉଁ ବିଷାକ୍ତ ଧୂଅଁା ଯଥା ନାଇଟ୍ରୋଜେନ ଅକ୍ସାଇଡ଼, ସୂକ୍ଷ୍ମ ବିପଜ୍ଜନକ ଓ କ୍ଷତିକାରକ ଆଖିକୁ ଦିଶୁ ନ ଥିବା କଣିକାଗୁଡ଼ିକ ସେମାନଙ୍କ ଶ୍ୱାସପ୍ରଶ୍ୱାସ କ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ଏହା କେବଳ ଶ୍ୱାସପ୍ରଶ୍ୱାସ କ୍ରିୟା ନୁହେଁ ମସ୍ତିଷ୍କର ସ୍ୱାଭାବିକ ପ୍ରକ୍ରିୟାକୁ କ୍ରମଶଃ ପ୍ରଭାବିତ କରି ଏକ ପ୍ରକାର ଶିଥିଳ କରିବାକୁ ଲାଗିଥାନ୍ତି। ଯାହାଦ୍ୱାରା ସେମାନେ ବିଭିନ୍ନ ମାନସିକ ବିକୃତିର ଶିକାର ହୋଇଥାନ୍ତି। ମାନସିକ ଅବସାଦ, ବିକୃତି, ଡିମେନ୍‌ସିଆ ଏହାର କାରଣ ପାଲଟିଥାନ୍ତି। ଲୋକମାନେ ସଚେତନତାର ଅଭାବରୁ ଏ ଦିଗକୁ ପ୍ରଥମରୁ ଅଣଦେଖା କରିବା ଦ୍ୱାରା ପରବର୍ତ୍ତୀ ସମୟରେ ସେମାନେ ଉତ୍କଟ ମାନସିକ ରୋଗର ଶିକାର ହୋଇଥାନ୍ତି। ବର୍ଷ ବର୍ଷ ଧରି ବିପଜ୍ଜନକ ଧୂଅଁା ଓ ଉତ୍କଟ ଶବ୍ଦ ଦିନରାତି ଅହୋରାତ୍ର ସେମାନଙ୍କ ମାନସିକତାକୁ ବିଚଳିତ କରି ବିକୃତିର ଦିଗକୁ ନେଇଥାଏ। ଏପରି କିଛି ରୋଗୀଙ୍କୁ ଆମେ ନିତିଦିନ ସ୍ୱାସ୍ଥ୍ୟ ପରାମର୍ଶ କାର୍ଯ୍ୟକ୍ରମରେ ଭେଟିଥାଉ। ସେମାନଙ୍କୁ ଚିକିତ୍ସା କରୁ ଏବଂ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସେମାନଙ୍କୁ ଯଥାର୍ଥ ସଚେତନ ମଧ୍ୟ କରାଯାଇଥାଏ। କେବଳ ସହର ବିକାଶ ନୁହେଁ ଏକ ରାଷ୍ଟ୍ରର ଅଭିବୃଦ୍ଧି ବିକାଶରେ ଉତ୍ତମ ଓ ପର୍ଯ୍ୟାପ୍ତ ସଡ଼କର ଆବଶ୍ୟକତା ରହିଛି। କିନ୍ତୁ ଏ ନିହାତି ଭିତରେ ସ୍ୱାସ୍ଥ୍ୟଗତ କ୍ଷେତ୍ରକୁ କେହି ଅଣଦେଖା କରିବା ଅନୁଚିତ। ବର୍ଷ ବର୍ଷ ଧରି ଏହି ପ୍ରାଥମିକ ଅବସ୍ଥାର ବିକୃତି ପରେ ଯେଉଁ ମାନସିକ ରୋଗର ଭୟାନକ ରୂପ ଦେଖାଇଥାଏ ତାହା ଅତ୍ୟନ୍ତ ଦୁଃଖଦାୟକ। ଏ ନେଇ ସାଧାରଣରେ ସଚେତନତା ସୃଷ୍ଟି ହେବା ସହ ସରକାରୀ କ୍ଷେତ୍ରରେ ଏ ଦିଗକୁ ଅଣହେଳା କରିବା ଅନୁଚିତ ନଚେତ ଆଗାମୀ ଦିନରେ ଏ ସଂକ୍ରାନ୍ତୀୟ ମାନସିକ ରୋଗୀମାନଙ୍କ ସଂଖ୍ୟା ଯେଉଁପରି ଉଦ୍‌ବେଗଜନକ ଭାବେ ବଢ଼ିବ ତାହା ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ,
ପୁରୀଘାଟ ରୋଡ୍‌, କଟକ, ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri