ସଡ଼କ ସୁରକ୍ଷା ସଚେତନତା: ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ସଭାଗୃହଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ତହସିଲଦାର ନମିତା ପ୍ରଧାନ, ଏମ୍‌ଭିଆଇ ପ୍ରଶାନ୍ତ କୁମାର ଦାସଙ୍କ ସମେତ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ସରକାରୀ ଆଇଟିଆଇର ଶିକ୍ଷୟିତ୍ରୀ ସରୋଜିନୀ ଦାସ, ଡ. ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରତାପ ବେହେରା, ବାଲିଗୁଡ଼ା କଲେଜର ଅଧ୍ୟାପକ ଡଃ ବିଭୂତି ଭୂଷଣ ଆଚାର୍ଯ୍ୟ, ଏପିଓ କେଦାର ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ କଲେଜ ଛାତ୍ରୀଛାତ୍ରଙ୍କୁ ସଡ଼କ ସୁରକ୍ଷା ପ୍ରତି ସଚେତନ କରିଥିଲେ। ଦ୍ରୁତଗତିରେ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ହେଲମେଟ୍‌ ବ୍ୟବହାର କରିବା, ଡ୍ରାଇଭିଂ ଲାଇସେନ୍ସ କରିବା, ନାବାଳିକା ଓ ନାବାଳକ ଗାଡ଼ି ନ ଚଳାଇବା ଆଦି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଥିଲା। ଏବେ ଅନେକ ବୟସର ବାଇକ୍‌ ଚାଳକ ଦ୍ରୁତଗତିରେ ଚଳାଇବା, ଷ୍ଟଣ୍ଟ୍‌ ଦେଖାଇବା ଆଦି ବିଭିନ୍ନ କାରଣରୁ ଦୁର୍ଘଟଣା ଘଟୁଥିବା କୁହାଯାଇଥିଲା।

ଏକ ରିପୋର୍ଟରୁ ଜଣାଯାଇଛି ଯେ, ଗତ ଶେଷ ୨୮ଟି ଦୁର୍ଘଟଣା ମଧ୍ୟରୁ ୨୭ ଅନୁସୂଚିତ ଜନଜାତି ଓ ଜାତି ସମ୍ପ୍ରଦାୟର ଯୁବ ଗୋଷ୍ଠୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଟି ଗାଡ଼ି ଅନ୍ୟ ମଲିକଙ୍କଠାରୁ ମାଗିନେଇଛନ୍ତି, ମାତ୍ର ୪ ଜଣଙ୍କ ବ୍ୟକ୍ତିଗତ ବୀମା ରହିଥିବା ବେଳେ ଅନ୍ୟମାନଙ୍କ ବୀମା ନ ଥିବା ଜଣାପଡ଼ିଛି। ସେହିପରି ଏହି ୨୮ଟି ମୋଟର ସାଇକେଲ ଦୁର୍ଘଟଣାରୁ ଅଧିକାଂଶ ମଦ୍ୟପାନ କରି ଗାଡ଼ି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ...

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ...

ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାରର ଶିକାର! ଏଯାଏ ଧରାପଡିନାହାନ୍ତି ଅଭିଯୁକ୍ତ, ଉଦ୍‌ବେଗ ପ୍ରକାଶ କଲେ ମହିଳା ସମିତି

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ ଘଟଣାର ୪୮ଘଣ୍ଟା ପରେ ବରଗଡ଼ ସହର ଉପକଣ୍ଠ କୁର୍ଲା...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri