ଜବରଦଖଲ ଉଚ୍ଛେଦ ନ କରି ରାସ୍ତା ଉନ୍ନତୀକରଣ: ରାସ୍ତାରୋକୋ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୧୮।୭-ବାଲେଶ୍ୱର ସଦର ବ୍ଲକ ରସାଳପୁର ଅଞ୍ଚଳର ସଲ୍ଟରୋଡ୍‌ ସୀମା ରସାଳପୁର କଲେଜଠାରୁ ବେହେରା ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ ଏବଂ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ସରକାରୀ ଜମିକୁ ମାପଚୁପ କରାଯାଇ ବ୍ୟକ୍ତିଗତ ଓ ସରକାରୀ ଜମିର ସୀମା ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଇନାହିଁ। ଏଭଳି ସ୍ଥିତିରେ ରାସ୍ତା କାମ ଚାଲିଥିବାରୁ ଉକ୍ତ ଗ୍ରାମର ଲୋକେ ବିରୋଧ କରିଛନ୍ତି। ପ୍ରଥମେ ଜବରଦଖଲ ଉଚ୍ଛେଦ ଓ ପରେ ରାସ୍ତାର ଉନ୍ନତିକରଣ ଦାବିରେ ଶୁକ୍ରବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଫିସ୍‌ ସମ୍ମୁଖରେ ଥିବା ଅଭିଯୋଗପତ୍ର ବାକ୍ସରେ ଦିଆଯାଇଛି।
ସଲ୍ଟ ରୋଡ୍‌ ବାଲେଶ୍ୱର ମ୍ୟୁନିସିପାଲିଟି ବଙ୍କାଖେଜୁର ଛକଠାରୁ ଭଦ୍ରକ ଜିଲା ଧାମରା ପର୍ଯ୍ୟନ୍ତ ଲମ୍ବିଛି। ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଚାରିଚକିଆ ଯାନ ସହ ଡମ୍ପର, ଟ୍ରକ୍‌, ଟ୍ରାକ୍ଟର ଓ ଯାତ୍ରୀବାହୀ ବସ୍‌ ବିଭିନ୍ନ ସ୍ଥାନକୁ ଯା’ଆସ କରୁଛି। ଉକ୍ତ ଅଞ୍ଚଳରେ ରସାଳପୁର ପଞ୍ଚାୟତ ଛକ ପ୍ରମୁଖ ବଜାର ଅଟେ। ଏହି ଛକ ଉପରେ ବରୁଣସିଂ ଓ ବର୍ଦ୍ଧନପୁର ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ଦୁଇଟି ଜାତୀୟକରଣ ବ୍ୟାଙ୍କ, ପ୍ରାଣୀ ଡାକ୍ତରଖାନା, ସ୍କୁଲ, କଲେଜ, ପଞ୍ଚାୟତ କାର୍ଯ୍ୟାଳୟ ତଥା କୋ-ଅପରେଟିଭ୍‌ ସୋସାଇଟି ଅଫିସ୍‌ ଥିବା କାରଣରୁ ପ୍ରତ୍ୟହ ଛକଟି ଗହଳି ହୋଇଥାଏ। ସମ୍ପ୍ରସାରଣ କରା ନ ଯାଇ ରାସ୍ତାକାମ କରାଯାଉଥିବାରୁ ଅଣଓସାରିଆ ହେବା ସହିତ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟି ବିପଜ୍ଜନକ ସାଜୁଛି। ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ତ୍ତବିଭାଗ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ତଥା ସଦର ତହସିଲଦାର ପଞ୍ଚାନନ ପାତ୍ର ସରକାରୀ ଅମିନମାନଙ୍କ ଦ୍ୱାରା ମାପ କରାଇ ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇଥିଲା। ସରକାରୀ ଜମି ଉପରେ ଜବରଦଖଲକାରୀଙ୍କୁ ‘କ’ ଓ ‘ଖ’ ଫର୍ମ ନୋଟିସ୍‌ ଜାରି କରାଯିବା ସତ୍ତ୍ୱେ ଉକ୍ତ ସ୍ଥାନ ଖାଲି କରାଯାଇନାହିଁ। ଫଳରେ ଅଧାପନ୍ତରିଆ ଭାବେ କାର୍ଯ୍ୟ ଚାଲିଛି। ଠିକ୍‌ ଭାବେ କାର୍ଯ୍ୟ କରା ନ ଗଲେ ଆଗାମୀ ଦିନରେ କାର୍ଯ୍ୟକୁ ବନ୍ଦ କରାଯିବା ସହ ରାସ୍ତାରୋକୋ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ରବୀନ୍ଦ୍ର ନାୟକ, ଗୌରହରି ବେହେରା, ରାମଚନ୍ଦ୍ର ଦାସ, ରମାକାନ୍ତ ଜୀ, ବିନୋଦ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାପାତ୍ର କୁହନ୍ତି, ଦୁଇବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ୭୦ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ରାସ୍ତା ପାର୍ଶ୍ୱ ବିଦ୍ୟୁତ୍‌ଖୁଣ୍ଟ ସମସ୍ୟା ସହ ଗଛ କଟା ଏବଂ ଜବରଦଖଲ ଉଚ୍ଛେଦ ସମସ୍ୟା କାରଣରୁ କାର୍ଯ୍ୟ ବନ୍ଦ ଥିଲା। ଗତ ମାର୍ଚ୍ଚରେ ଗଛ କଟା ଓ ଜବରଦଖଲ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବାର ସ୍ଥିର ହୋଇଥିଲା। ମାତ୍ର କୋଭିଡ୍‌-୧୯ ପାଇଁ ବନ୍ଦ ରହିଥିବା କାର୍ଯ୍ୟ କିଛିଦିନ ପୂର୍ବରୁ ଆରମ୍ଭ ହୋଇଛି। ସମୟାନୁସାରେ ଜବରଦଖଲ ଉଚ୍ଛେଦ ସହ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri