ଜବରଦଖଲ ଉଚ୍ଛେଦ ନ କରି ରାସ୍ତା ଉନ୍ନତୀକରଣ: ରାସ୍ତାରୋକୋ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୧୮।୭-ବାଲେଶ୍ୱର ସଦର ବ୍ଲକ ରସାଳପୁର ଅଞ୍ଚଳର ସଲ୍ଟରୋଡ୍‌ ସୀମା ରସାଳପୁର କଲେଜଠାରୁ ବେହେରା ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ ଏବଂ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ସରକାରୀ ଜମିକୁ ମାପଚୁପ କରାଯାଇ ବ୍ୟକ୍ତିଗତ ଓ ସରକାରୀ ଜମିର ସୀମା ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଇନାହିଁ। ଏଭଳି ସ୍ଥିତିରେ ରାସ୍ତା କାମ ଚାଲିଥିବାରୁ ଉକ୍ତ ଗ୍ରାମର ଲୋକେ ବିରୋଧ କରିଛନ୍ତି। ପ୍ରଥମେ ଜବରଦଖଲ ଉଚ୍ଛେଦ ଓ ପରେ ରାସ୍ତାର ଉନ୍ନତିକରଣ ଦାବିରେ ଶୁକ୍ରବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଫିସ୍‌ ସମ୍ମୁଖରେ ଥିବା ଅଭିଯୋଗପତ୍ର ବାକ୍ସରେ ଦିଆଯାଇଛି।
ସଲ୍ଟ ରୋଡ୍‌ ବାଲେଶ୍ୱର ମ୍ୟୁନିସିପାଲିଟି ବଙ୍କାଖେଜୁର ଛକଠାରୁ ଭଦ୍ରକ ଜିଲା ଧାମରା ପର୍ଯ୍ୟନ୍ତ ଲମ୍ବିଛି। ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଚାରିଚକିଆ ଯାନ ସହ ଡମ୍ପର, ଟ୍ରକ୍‌, ଟ୍ରାକ୍ଟର ଓ ଯାତ୍ରୀବାହୀ ବସ୍‌ ବିଭିନ୍ନ ସ୍ଥାନକୁ ଯା’ଆସ କରୁଛି। ଉକ୍ତ ଅଞ୍ଚଳରେ ରସାଳପୁର ପଞ୍ଚାୟତ ଛକ ପ୍ରମୁଖ ବଜାର ଅଟେ। ଏହି ଛକ ଉପରେ ବରୁଣସିଂ ଓ ବର୍ଦ୍ଧନପୁର ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ଦୁଇଟି ଜାତୀୟକରଣ ବ୍ୟାଙ୍କ, ପ୍ରାଣୀ ଡାକ୍ତରଖାନା, ସ୍କୁଲ, କଲେଜ, ପଞ୍ଚାୟତ କାର୍ଯ୍ୟାଳୟ ତଥା କୋ-ଅପରେଟିଭ୍‌ ସୋସାଇଟି ଅଫିସ୍‌ ଥିବା କାରଣରୁ ପ୍ରତ୍ୟହ ଛକଟି ଗହଳି ହୋଇଥାଏ। ସମ୍ପ୍ରସାରଣ କରା ନ ଯାଇ ରାସ୍ତାକାମ କରାଯାଉଥିବାରୁ ଅଣଓସାରିଆ ହେବା ସହିତ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟି ବିପଜ୍ଜନକ ସାଜୁଛି। ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ତ୍ତବିଭାଗ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ତଥା ସଦର ତହସିଲଦାର ପଞ୍ଚାନନ ପାତ୍ର ସରକାରୀ ଅମିନମାନଙ୍କ ଦ୍ୱାରା ମାପ କରାଇ ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇଥିଲା। ସରକାରୀ ଜମି ଉପରେ ଜବରଦଖଲକାରୀଙ୍କୁ ‘କ’ ଓ ‘ଖ’ ଫର୍ମ ନୋଟିସ୍‌ ଜାରି କରାଯିବା ସତ୍ତ୍ୱେ ଉକ୍ତ ସ୍ଥାନ ଖାଲି କରାଯାଇନାହିଁ। ଫଳରେ ଅଧାପନ୍ତରିଆ ଭାବେ କାର୍ଯ୍ୟ ଚାଲିଛି। ଠିକ୍‌ ଭାବେ କାର୍ଯ୍ୟ କରା ନ ଗଲେ ଆଗାମୀ ଦିନରେ କାର୍ଯ୍ୟକୁ ବନ୍ଦ କରାଯିବା ସହ ରାସ୍ତାରୋକୋ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ରବୀନ୍ଦ୍ର ନାୟକ, ଗୌରହରି ବେହେରା, ରାମଚନ୍ଦ୍ର ଦାସ, ରମାକାନ୍ତ ଜୀ, ବିନୋଦ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାପାତ୍ର କୁହନ୍ତି, ଦୁଇବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ୭୦ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ରାସ୍ତା ପାର୍ଶ୍ୱ ବିଦ୍ୟୁତ୍‌ଖୁଣ୍ଟ ସମସ୍ୟା ସହ ଗଛ କଟା ଏବଂ ଜବରଦଖଲ ଉଚ୍ଛେଦ ସମସ୍ୟା କାରଣରୁ କାର୍ଯ୍ୟ ବନ୍ଦ ଥିଲା। ଗତ ମାର୍ଚ୍ଚରେ ଗଛ କଟା ଓ ଜବରଦଖଲ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବାର ସ୍ଥିର ହୋଇଥିଲା। ମାତ୍ର କୋଭିଡ୍‌-୧୯ ପାଇଁ ବନ୍ଦ ରହିଥିବା କାର୍ଯ୍ୟ କିଛିଦିନ ପୂର୍ବରୁ ଆରମ୍ଭ ହୋଇଛି। ସମୟାନୁସାରେ ଜବରଦଖଲ ଉଚ୍ଛେଦ ସହ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri