ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ଥିବା ଦୂରତା ଦିନକୁ ଦିନ କମିଯାଉଛି। ବର୍ଷ ବର୍ଷର ପାଦଚଲା ରାସ୍ତା ବର୍ତ୍ତମାନ କିଛି ଘଣ୍ଟାର ରାସ୍ତାକୁ ବଦଳି ଯାଇଛି। ଯେତେ ଦୂର ହେଉନା କାହିଁକି ସକାଳୁ ଯାଇ ସାରେ ଘରକୁ ଫେରିବା ପରେ ବି ବେଳ ବଳକା ହେଉଛି । ଏପରି ସୁବ୍ୟବସ୍ଥା ଏବଂ ସୁରକ୍ଷା, ସରଳ ହେବା ପଛରେ ଯାନବାହନ ସହିତ ଡ୍ରାଇଭରଙ୍କ ହାତ ଯଥେଷ୍ଟ ଅଧିକ ରହିଛି। ଅର୍ଥନୀତି କ୍ଷେତ୍ରରେ ଡ୍ରାଇଭରଙ୍କ ଭୂମିକା ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ଅନେକାଂଶରେ ନିର୍ଭର କରୁଛି। ଏହା ଭାରତୀୟ ଅର୍ଥ ଶାସ୍ତ୍ରବିତ୍‌ମାନେ ମାନିବାକୁ ବାଧ୍ୟ।
ଛୋଟ ଛୋଟ କାମଠାରୁ ଆରମ୍ଭ କରି ବଡ଼ ବଡ଼ କାମ ସବୁ ଡ୍ରାଇଭରଙ୍କ ହାତରେ କରାଯାଉଛି। ବସ୍‌ ହେଉ କି ଟ୍ରେନ୍‌, ଜଣେ ଡ୍ରାଇଭର ହାତରେ ଦେଇ ଆମେ ନିର୍ଭୟରେ ଘୁଙ୍ଗୁଡ଼ି ମାରି ଶୋଇ ଯାଉ। ସଡ଼କ ହେଉ ବା ଜଳ ପରିବହନ କ୍ଷେତ୍ରରେ ରାତି ରାତି ଡ୍ରାଇଭରଙ୍କୁ ଅନିଦ୍ରା ହେବାକୁ ପଡ଼େ। ଅନେକ ମାସ ଧରି ସେମାନେ ଘରଠୁ ଦୂରରେ ରହନ୍ତି। ହେଲେ ଦୁର୍ଘଟଣା ଘଟିଲେ ଆମେ ଡ୍ରାଇଭରମାନଙ୍କୁ ନିନ୍ଦା କରୁ ଏବଂ ଦରକାର ପଡ଼ିଲେ ମାରଧର କରିଥାଉ। ବାସ୍ତବରେ ଡ୍ରାଇଭରଙ୍କ ନିକଟରେ ଥିବା ମାନବିକତା ଆମ ପାଖରେ ନ ଥାଏ। ରାସ୍ତାରେ ଏଣ୍ଡୁଅଟିଏ ବା ସାପ ଟିଏ ଅତିକ୍ରମ କରୁଥିଲେ ମଧ୍ୟ ଜଣେ ଡ୍ରାଇଭର ଗାଡ଼ିର ବ୍ରେକ୍‌ ମାରିଥାଏ। ମଣିଷ ଛାଡ଼, କୁକୁର ବିଲେଇକୁ ମଧ୍ୟ ଗାଡ଼ି ମୁହଁରୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି। ବିଶେଷ କରି ରାତ୍ରିକାଳରେ ରାସ୍ତାରେ ଯିବା ଆସିବା କରୁଥିବା ବନ୍ୟଜନ୍ତୁକୁ ଡ୍ରାଇଭରମାନେ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରନ୍ତି । ଦୁର୍ଭାଗ୍ୟର କଥା ଡ୍ରାଇଭରଙ୍କ ଅଜାଣତରେ ବେଳେ ବେଳେ କିଛି ଅଘଟଣ ଘଟିଯାଏ। କିଛି ନ ବୁଝି ବିଚାରି ଆମେ ଡ୍ରାଇଭର କହି ମାଡ଼ ମାରି ଥାଉ।
ବିଗତ ଚାରି ପାଞ୍ଚ ବର୍ଷକୁ ଲକ୍ଷ୍ୟକଲେ ଭାରତରେ ରାସ୍ତା ଦୁର୍ଘଟଣା ଅତ୍ୟଧିକ ବଢ଼ିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଏହା ଯୋଗୁ ଭାରତରେ ଏବାର୍ଷିକ ହାରାହାରି ୧,୬୮,୪୯୧ ଲୋକଙ୍କ ଜୀବନ ହାନି ହେଉଛି। ଏତେ ଜୀବନ ଯିବା ପଛରେ କେବଳ ନିଶାସକ୍ତ ଡ୍ରାଇଭର ନୁହନ୍ତି ବରଂ ଅନେକ କାରଣ ରହିଛି। ଗାଡ଼ି ଦୁର୍ଘଟଣାକୁ ବିଶ୍ଳେଷଣ କଲେ ଜଣା ପଡେ ଯେ ଗାଡ଼ିର ଦ୍ରୁତଗତି ପାଇଁ ଜୀବନ ଯାଇଛି। ସେହିପରି ରଙ୍ଗ୍‌ ସାଇଡ ବା ଭୁଲ୍‌ ପଥରେ ଯିବା କିମ୍ବା ଗୋଟିଏ ଗାଡ଼ି ଅନ୍ୟ ଗାଡ଼ିକୁ ଅତିକ୍ରମ କରିବା କାରଣରୁ ଦୁର୍ଘଟଣା ଘଟି ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ତ୍ତମାନ ଭୟଙ୍କର ରାସ୍ତା ଦୁର୍ଘଟଣାର କାରଣ ହୋଇଯାଇଛି ମୋବାଇଲ। ଅନେକ ଲୋକ ସରକାରଙ୍କ ବାରମ୍ବାର ଅନୁରୋଧ ଏବଂ ସଚେତନ ବାର୍ତ୍ତା ପରେ ମଧ୍ୟ ଗାଡ଼ି ଚାଳନା କରୁଥିବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି। ପ୍ରତି ବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ପଥ ପ୍ରାନ୍ତ ନାଟକ ସହ ବିଭିନ୍ନ ସହରରେ ବଡ଼ ବଡ଼ ରାଲି ବାହାର କରି ସଚେତନ ବାର୍ତ୍ତା ଦିଆଯାଉଛି। ମୋଟର ସାଇକେଲବାଲାଙ୍କୁ ହେଲମେଟ୍‌ ପିନ୍ଧିବାକୁ କୁହାଯାଇଛି। ଡ୍ରାଇଭରଙ୍କୁ ସିଟ୍‌ ବେଲ୍ଟ ପିନ୍ଧିବାକୁ ଅନୁରୋଧ କରାଯାଉଛି। ଦ୍ରୁତ ଗତି ରୋଧ ପାଇଁ ରୋଡ୍‌ ଦୁଇ ପାଖରେ ହୋର୍ଡିଂ ଲଗାଯାଇଛି। ହେଲେ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟୁଛି ।
ବେଳେ ବେଳେ ନିଶାସକ୍ତ ଡ୍ରାଇଭରଙ୍କୁ ରାସ୍ତାର ନିୟମ ମାନି ନ ଚାଲିଲେ ଜରିମାନା ଦେବାକୁ ପଡ଼ୁଛି।
ଭିଏଟନାମ ପରି ଦେଶରେ ୩୦% ଲୋକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ଭାରତରେ ଏହା ୧୫.୬% । ବାଂଲାଦେଶରେ ଏହା ୧୬% ଏବଂ ପାକିସ୍ତାନରେ ୧୩% ରହିଛି। ଆଶ୍ଚର୍ଯ୍ୟର କଥା ବ୍ରାଜିଲରେ ଏହାର ସ୍ଥିତି ୧୬% ଏବଂ ଚାଇନାରେ ୧୭% ରହିଛି। ଦୁର୍ଘଟଣାରେ ଧନଜୀବନ କ୍ଷତି ସହିବାକୁ ପଡ଼େ। ବେଳେ ବେଳେ ଟ୍ରକ୍‌ ସହ ସବୁ ପାର୍ଶଲ ଜଳି ପୋଡି ପାଉଁଶ ହୋଇଯାଉଛି। ଟ୍ରେନ୍‌ ଦୁର୍ଘଟଣାରେ ଅନେକ ଜୀବଜନ୍ତୁଙ୍କ ଜୀବନ ଚାଲିଯାଉଛି। ସରୀସୃପ ଜାତୀୟ ପ୍ରାଣୀ ରାସ୍ତାଦୁର୍ଘଟଣା ଯୋଗୁ ଲୋପ ହେବାକୁ ବସିଲେଣି। ଏହି ସବୁ ହିସାବ କଲେ ଭାରତୀୟ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରୁଛି ବୋଲି ମନେହୁଏ।
ଯେ କୌଣସି ଦୁର୍ଘଟଣା କୌଣସି ଡ୍ରାଇଭର ଜାଣି ଜାଣି କରନ୍ତି ନାହିଁ କି କରିବାକୁ ଚାହାନ୍ତି ନାହିଁ। କିଛି ଅସାବଧାନତାରୁ ଦୁର୍ଘଟଣା ଘଟେ। ଯାହାକୁ ଆମେ ‘ପଥ ସମ୍ମୋହନ’ ବା ଇଂଲିଶରେ ‘ରୋଡ୍‌ ହିପ୍ନୋସିସ୍‌’ କହୁ । ଯେ କୌଣସି ବ୍ୟକ୍ତି ଆଖିରେ ଦେଖୁଥିଲେ ମଧ୍ୟ ମସ୍ତିଷ୍କ ଅବଚେତନକୁ ଚାଲିଯାଏ । ଆଖି ଠିକ୍‌ କାମ କରୁଥିବାର ଭାବୁଥିଲେ ମଧ୍ୟ ମସ୍ତିଷ୍କ ଶୋଇଯାଏ। କାରଣ ମଣିଷ ଆହାର, ନିଦ୍ରାକୁ କୌଣସି ମତେ ରକ୍ଷା କରିପାରିବ ନାହିଁ। ଏଭଳି ଅବସ୍ଥାରେ ଅନେକ ରୋଡ୍‌ ଦୁର୍ଘଟଣା ଘଟିଥାଏ। ଏହି ସମୟରେ ଡ୍ରାଇଭରମାନଙ୍କୁ ବାରମ୍ବାର ମୁହଁ ଧୋଇବା, ଚା ପିଇବା ପରି କାର୍ଯ୍ୟ କରିବାକୁ ପଡ଼ିବ। ଗାଡ଼ି ରଖି କିଛି ବାଟ ଚାଲିବାକୁ ପଡ଼ିବ ।

ଜଗନ୍ନାଥ ବେହେରା
ଗାୟତ୍ରୀ ନଗର, ନବରଙ୍ଗପୁର
ମୋ: ୯୪୩୭୭୮୫୧୫୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗା ଯୋଦ୍ଧା ଛାକେସାଙ୍କ ଜନଜାତି ଲୋକେ ଶିକାର ଛାଡ଼ିଦେଇ ପରିବେଶ ଓ ପ୍ରାଣୀଙ୍କ ସୁରକ୍ଷା ପାଇଁ ଏବେ କାମ କରୁଛନ୍ତି। ସେମାନେ ଇଣ୍ଡୋ-ବର୍ମା ବାୟୋଡାଇଭର୍ସିଟି ହଟ୍‌ସ୍ପଟରେ...

ଗଣତନ୍ତ୍ରରେ ନୈତିକ ମୂଲ୍ୟବୋଧ

ଗଣତନ୍ତ୍ର ଗଣଙ୍କର ଶାସନ। ଗଣତନ୍ତ୍ରରେ ସତ୍ତାଧାରୀଙ୍କର କାର୍ଯ୍ୟାବଳୀର ମୂଲ୍ୟାୟନ ଜନତାଙ୍କ ମାଧ୍ୟମରେ ପ୍ରତି ପାଞ୍ଚବର୍ଷରେ ଥରେ ହୁଏ। ତେଣୁ ଚଷା ହୁଡ଼ିଲେ ବରଷେ ପରି ଭୋଟର...

ପଣକିଆ ପାଠକର

ପିଲାମାନେ ଏବେ ନିଜ ଆଙ୍ଗୁଠି ସ୍ପର୍ଶରେ ପର୍ବତ, ସମୁଦ୍ର, ଯୁଦ୍ଧ, ମହାମାରୀ, ପର୍ବପର୍ବାଣି ଏବଂ ଯାନିଯାତ୍ରା ସବୁକିଛି ଦେଖିପାରୁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ସେମାନେ କ’ଣ...

ଆମେରିକାର ସାମ୍ରାଜ୍ୟବାଦ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରେ ଏବେ ବ୍ୟବସାୟିକ, ଭୂରାଜନୈତିକ ତଥା ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ପ୍ରଭୁତ୍ୱ ବିସ୍ତାର କରିବାର ପାଗଳାମି ପ୍ରକାଶ ପାଇଛି ଏବଂ ଏହା...

ପ୍ରାଥମିକ ଶିକ୍ଷାରେ ଭାଷା-ବାଧକ ନା ସମ୍ୱଳ

ଲପ ଗଛ ମୁଣ୍ଡ ଉପରକୁ ଚଢ଼ିଗଲାଣି ସୁଆଁଲ ନଟି। ଗଛରେ ଦି’କେନା ବାହୁଙ୍ଗା ଆଉ ଚାରି କାନ୍ଦି ବଉଳ। ଜାଡ଼ ପବନରେ ସଲପ ଗଛ ନିଜକୁ...

ଭ୍ରୂଣ ଶବ୍ଦ ଶୁଣିପାରେ

ମହାଭାରତର ଅଭିମନ୍ୟୁ କଥା ପ୍ରାୟ ସମସ୍ତେ ଜାଣନ୍ତି। ଚକ୍ରବୂ୍ୟହରେ ପ୍ରବେଶ କରି ଅଭିମନ୍ୟୁ କିପରି ବୀର ଦର୍ପରେ ଯୁଦ୍ଧ କରିଥିଲେ। କିନ୍ତୁ ବାହାରକୁ ବାହାରିବାର କୌଶଳ...

ଧର୍ମୀୟ ଧାରଣାରେ ଭିନ୍ନତା

ଅନେକେ ହିନ୍ଦୁ ସଭ୍ୟତାକୁ ଭାରତୀୟ ସଭ୍ୟତା ବୋଲି କହିବାକୁ ପସନ୍ଦ କରନ୍ତି ଏବଂ ଏହା ବିଷୟରେ ବି ବହୁତ କିଛି ଆଲୋଚନା କରନ୍ତି। ହେଲେ ବାସ୍ତବତା...

ବର୍ଦ୍ଧିତ ଆୟ ଓ ଅଭାବୀ ଜୀବନ

ଅଦ୍ଭୁତ ଏ ଦୁନିଆ I ଅଦ୍ଭୁତ ଆମ ବ୍ୟବହାର ଓ ମାନସିକତା। ଛୋଟ ବେଳେ ଦେଖିଛୁ, ଆମ ପିତାମାତା କିପରି ସେମାନଙ୍କର ଅର୍ଥ ପରିଚାଳନା କରୁଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri