ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୧୦.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ରାସ୍ତା ନିର୍ମାଣ, କାର୍ଯ୍ୟ ଶେଷ ହେଲେ…

କେସିଙ୍ଗା,୪ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ମଶାଣିବନ୍ଧ-ରେଙ୍ଗାଲିଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡିରାସ୍ତା ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା ପ୍ରକାଶ ପାଇଛି। ଫଳରେ ଜୋଲକୋ ଗ୍ରାମର ଜାତୀୟ ରାଜପଥ ୨୬ଠାରୁ ଲଇତରା, କାଣ୍ଡେଲ, ମଶାଣିବନ୍ଧ ଓ ରେଙ୍ଗାଲି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୪.୫ କିମି ରାସ୍ତା ନିର୍ମାଣ ପାଇଁ ୧୦.୫ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ରହିଛି। କିଛି ଦିନ ପରେ ରାସ୍ତା ନିର୍ମାଣ ଶେଷ ହୋଇଗଲେ ମଶାଣିବନ୍ଧ, ରେଙ୍ଗାଲି, ରୁପ୍ରା, ଧରାମାଲ,କାଣ୍ଡେଲ, ଲଇତରା ଆଦି ଗ୍ରାମର ହଜାର ହଜାର ଲୋକଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ପାଇବେ। ଏହି ରାସ୍ତା ଦୀର୍ଘ ଦିନରୁ ଖାଲ ଢ଼ିପ, ହୋଇ ରହିଥିଲା। ବର୍ଷା ଋତୁରେ ଲୋକମାନେ କେସିଙ୍ଗା, ଭବାନୀପାଟଣା ସହର କିମ୍ବା ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ହସ୍ପିଟାଲ ନେବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। କାଣ୍ଡେଲ ନିକଟରେ ଜମି ବିବାଦକୁ ନେଇ ପ୍ରାୟ ୨୦୦ ଫୁଟ ରାସ୍ତା ଅର୍ଦ୍ଧ ର୍ନିମିତ ଅବସ୍ଥାରେ ଦୀର୍ଘ ଦିନ ହେଲା ପଡ଼ିରହିଛି। ସେହି ରାସ୍ତାକୁ ସମାଧାନ କରି ନିର୍ମାଣ କରିବା ପାଇଁ ଗ୍ରାମବାସୀ ଆର୍‌ଡି ବିଭାଗର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ନିକଟରେ ଦାବି କରିଛନ୍ତି। ଜୋଲକୋ ଗ୍ରାମଠାରୁ ରେଙ୍ଗାଲି ବଜାର ଛକ ଯାଏ ରାସ୍ତା ସମ୍ପୂର୍ଣ୍ଣ ହେଲେ ଅଞ୍ଚଳବାସୀ ଗମନାଗମନ କ୍ଷେତ୍ରରେ ବହୁ ଉପକୃତ ହେବେ। ସେଥିପାଇଁ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଖାତିର ନ କରି ଜେସିବି, ଟ୍ରାକ୍ଟର ଦାରା ରାସ୍ତା କାମ ଜୋରସୋରରେ ନିର୍ମାଣାଧୀନ ରହିଛି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଖିଶ୍ୟାମ ନାଏକଙ୍କୁ ପଚାରିବାରୁ କେତେକ ରାସ୍ତାରେ ଜମି ବିବାଦକୁ ନେଇ ରାସ୍ତା କାମ ଅଟକି ରହିଥିଲା। ଏଣୁ ଏଣିକି ରାସ୍ତା କାମରେ ବ୍ୟାହତ ହେବ ନାହିଁ, ଯୁଦ୍ଧ କାଳୀନଭିତ୍ତିରେ ୧୮ ଫୁଟ ଓସାର ବିଶିଷ୍ଟ ରାସ୍ତା କାମ ଶେଷ ହେବ। ଅଞ୍ଚଳବାସୀ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?