ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ ଅଭିଯୋଗକରି ଆସୁଛନ୍ତି। ବିଭାଗ କିନ୍ତୁ ଅନେକ ବାହାନା ଦେଖାଇ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ଚାଲିଛି। ନବରଙ୍ଗପୁର ବ୍ଲକ୍‌ ବଗଦରି ଗାଁରୁ ଶିରିଶି ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଓ ପୋଲ ନିର୍ମାଣ ହୋଇଥିବାବେଳେ ଏହାର ରକ୍ଷାଣାବେକ୍ଷଣ ହେଉନାହିଁ। ରାସ୍ତାବସ୍ଥା ଏତେ ଶୋଚନୀୟ ଯେ ବାଇକ୍‌ ଯିବା ମଧ୍ୟ କଷ୍ଟକର। ଏ ଦିଗରେ ଜିଲା ପ୍ରଶାସନ ଓ ସରକାର ମଧ୍ୟ ଗୁରୁତ୍ୱ ଦିଅନ୍ତୁ ବୋଲି ଲୋକେ ଅଭିଯୋଗ କରିଛନ୍ତି।
ନବରଙ୍ଗପୁର ବ୍ଲକ୍‌ ବଗଦରି ଗାଁରୁ ଶିରିଶି ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଓ ପୋଲ ନିର୍ମାଣ ହୋଇଛି। ଭତରାସିୟୁନିରୁ ବସିନୀ ପଞ୍ଚାୟତକୁ ଯାତାୟାତ ପାଇଁ ଏହି ରାସ୍ତା ଦୂରତା କମ୍‌। ଏହି ରାସ୍ତା ଉପରେ ବସିନୀ ପଞ୍ଚାୟତର ବଗଦରି, ଭୁରୁଭୂଷି, ଦୁମରମୁଣ୍ଡା ଭଳି ବିଭିନ୍ନ ଗାଁ ଲୋକ ନିର୍ଭର କରିଥାନ୍ତି। ଏହା ଟୁରି ଗୁଣିଥାଟ ନଦୀର ସଙ୍ଗମ ଅଞ୍ଚଳ। ଚାଷୀମାନେ ଧାନ, ମକା, ଆଖୁ, ପନିପରିବା ଆଦି ଚାଷ କରିଥାନ୍ତି। କୃଷିଜାତ ଦ୍ରବ୍ୟ ପରିବହନ ପାଇଁ ଏହି ରାସ୍ତା ଏକ ବଡ଼ ମାଧ୍ୟମ। ତେବେ ଏହି ରାସ୍ତାରେ ଖାଲଖମା ହେବା ସହିତ ପିଚୁ ଓ ମେଟାଲ ଉଠିଗଲାଣି। ରାସ୍ତା ନିର୍ମାଣ ପରେ ୫ବର୍ଷ ରକ୍ଷଣାବେକ୍ଷଣ କରାଗଲା ନାହିଁ। କାମ ନିମ୍ନମାନର ହୋଇଥିବା ଯୋଗୁ ରାସ୍ତାବସ୍ଥା ଶୋଚନୀୟ ହୋଇପଡ଼ିଛି। ନିର୍ମାଣ ହୋଇଥିବା ପୋଲର ତଳ ପଟୁ ଲୁହା ଛଡ଼ ଦେଖାଗଲାଣି। ଏନେଇ ନବରଙ୍ଗପୁର ଗ୍ରାମ ନିର୍ମାଣ ବିଭାଜନ(୧) କାର୍ଯ୍ୟାଳୟରେ ପଚାରିବା ପରେ ଜଣା ପଡିଛି, ୧ କୋଟି ୮୮ ଲକ୍ଷ ୩୮ ଲକ୍ଷ ଟଙ୍କାରେ ଅଢ଼େଇ କି.ମି. ସଡ଼କ ନିର୍ମାଣ ହୋଇଛି। ୨୦୨୯ ଏପ୍ରିଲ ୧୭ରେ କାମ ଆରମ୍ଭ ହୋଇ ୨୦୨୪ ଏପ୍ରିଲରେ ସରିଛି। ବର୍ଷାଋତୁରେ ରାସ୍ତାକଡ଼ର ଘାସ, ଡାଳପତ୍ର ସଫାକରିବା ସହିତ ପାଣି ଧାର ମରାମତି, ରାସ୍ତାରେ ଗାତ ଓ ଫାଟର ମରାମତି, କଲଭର୍ଟ ଓ ଫଳକର ମରାମତି ସହିତ କଲ୍‌ଭର୍ଟ ଓ ପୋଲ ଉପରେ ଧଳା ରଙ୍ଗ ଦେବା ଆଦି ସୂଚନା ଫଳକରେ ରହିଛି। ତେବେ ଠିକାଦାର ଏସବୁ କରି ନ ଥିବାରୁ ତିଆରିକୁ ବର୍ଷେ ବିତୁଣୁ ପିଚୁ, ମେଟାଲ ଉଠି ରାସ୍ତା ଦବିଗଲାଣି। କାମ ସାରିବା ପରେ ଠିକାଦାର ମରାମତିର ନାଁ ଧରୁନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଏନେଇ ନିର୍ବାହୀ ଅଧିକାରୀ ଦେବର୍ଷି ନାୟକଙ୍କୁ ପଚାରିବାରୁ ଉକ୍ତ ରାସ୍ତା କେବେ ସମ୍ପୂର୍ଣ୍ଣ ହୋଇଛି ଓ ତାହାର ମରାମତି ସମୟ ରହିଛିକି ନାହିଁ କ୍ଷେତ୍ର ପରିଦର୍ଶନକରି ଯାଞ୍ଚ କରିବେ। କିଭଳି ରାସ୍ତା ମରାମତି ହୋଇପାରିବ ସେ ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?