ଧରିତ୍ରୀ ପ୍ରଭାବ: ଦୀର୍ଘଦିନ ପରେ ନିର୍ମାଣ ହେଲା ରାସ୍ତା, ଭିତ୍ତିପ୍ରସ୍ତର ସ୍ଥାପନ କରି ଏମ୍‌ପି କହିଲେ…

ଜି.ଉଦୟଗିରି,୧୪ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ବୁଧବାର ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଦୁଇଟି ପିଚୁ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିବା ଦେଖିବାକୁ ମିଳିଛି। ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାହାଡ଼ ସାହି ଏବଂ ବାଲୁପାଙ୍ଗା ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ ପାଇଁ କରାଯାଇଥିବା ଦୀର୍ଘଦିନର ଦାବି ନେଇ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ,ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନ୍‌ସିଲର ଜାକେଶ କୁମାର ପ୍ରଧାନ, ଦୀପକ କୁମାର ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ ଓ ଏମଇ ଅସିତ୍‌ କୁମାର ସେଠୀଙ୍କ ବିକାଶମୂଳକ କାର୍ଯ୍ୟ କରିବା ତତ୍ପରତା ଯୋଗୁ ଉକ୍ତ ରାସ୍ତାଗୁଡ଼ିକ ନିର୍ମାଣ ହେବାକୁ ଯାଉଛି।

ସୂଚନାନୁସାରେ, ୮ ନମ୍ବର ଓ୍ବାର୍ଡ ପାହାଡ଼ ସାହି ରାସ୍ତା ବ୍ଲକ ଛକଠାରୁ ନୂଆସାହି ଚର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ୧୪ ଲକ୍ଷ ଟଙ୍କା ଓ ୧୩ ନମ୍ବର ଓ୍ବାର୍ଡ ବାଲୁପାଙ୍ଗା ରାସ୍ତା ପୂର୍ତ୍ତ ବିଭାଗ ମୁଖ୍ୟ ସଡ଼କଠାରୁ ଗ୍ରାମ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ପାଇଁ ପ୍ରାୟ ୫୨ ଲକ୍ଷ ବ୍ୟୟରେ ପିଚୁ ରାସ୍ତା ନିର୍ମାଣ ପାଇଁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା ସହ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଭିତ୍ତିପ୍ରସ୍ତର ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କୌଣସି କାରଣ ବଶତଃ ଆସିପାରି ନ ଥିବା ବେଳେ ସ୍ଥାନୀୟ କାଉନସିଲର ସିଦ୍ଧେଶ୍ୱରୀ ନାୟକ, ନନ୍ଦିତା ପ୍ରଧାନ, ମୋନାଲିସା ଦଳବେହେରା, କୁନ୍ତିମା ମଲ୍ଲିକ,ପରିଷଦର କର୍ମଚାରୀ, ଏମ୍‌ପି ପ୍ରତିନିଧି ଦେବବ୍ରତ ସାହୁ, ଉଦ୍ଦେଶନ ପ୍ରଧାନ, ରସାନନ୍ଦ ନାୟକଙ୍କ ସମେତ ସାହିବାସିନ୍ଦା ଉପସ୍ଥିତ ଥିଲେ। ଏହି ଅବସରରେ ଏମ୍‌ପି, ଅଧ୍ୟକ୍ଷା, ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପରିଷଦର ସମସ୍ତଙ୍କୁ କାଉନସିଲର ଓ ସାହି ବାସିନ୍ଦା ଧନ୍ୟବାଦ ଜଣାଇଛନ୍ତି।

 Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୬: ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ…

ସୁଜାତା ଆର୍. ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନକୁ ନେଇ ଜୋର ଧରିଛି ଚର୍ଚ୍ଚା : ଏପଟେ ବୁଲେଇ ବଙ୍କେଇ ଏମିତି କିଛି କହିଦେଲେ ଭୂପିନ୍ଦର

ଭୁବନେଶ୍ୱର, ୯।୬: ବିଜୁ ଜନତା ଦଳ (ବିଜେଡି)ରେ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ବରିଷ୍ଠ ନେତା ଭୂପିନ୍ଦର…

ନିଜ ଜ୍ୱାଇଁକୁ ବାହାହେଲେ ଶାଶୁ, ସ୍ତ୍ରୀ ଦେଖି କହିଲେ…

କାନପୁର,୯।୬: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଶାଶୁଙ୍କୁ କୋର୍ଟରେ ବାହା ହେଇଛନ୍ତି। ବିବାହ…

କମିବାର ନାଁ ନେଉନାହିଁ ମମତାଙ୍କ ସମସ୍ୟା; ହଠାତ୍‌ କାର୍ଯ୍ୟାଳୟରେ ପହଞ୍ଚିଲା CID ଟିମ୍‌, ଜାଣନ୍ତୁ କାହିଁକିି…

କୋଲକାତା,୯।୬: ଟିଏମସି ସତ୍ତା ହରାଇବା ପରେ ପଶ୍ଚିମବଙ୍ଗ ରାଜନୀତିରେ କୋଣଠେସା ହୋଇପଡ଼ିଥିବା ମମତା ବାନାର୍ଜୀଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ମଙ୍ଗଳବାର କୋଲକାତାସ୍ଥିତ ତାଙ୍କ କାଳୀଘାଟ କାର୍ଯ୍ୟାଳୟ…

TMC ମୁଖ୍ୟରୁ ହଟିବେ ମମତା? ବିଦ୍ରୋହୀ ଦଳ ଖେଳିବେ ବଡ଼ ଗେମ୍‌!

ନୂଆଦିଲ୍ଳୀ,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC) ଏବେ ଏକ ବଡ଼ ଧରଣର ବିଦ୍ରୋହ ଓ ବିଭାଜନର ସାମ୍ନା କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ଏବେ…

FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ…

ଟାଣ ଖରାରେ ଚାଲି ଚାଲି ଯାଉଥିବା ବୃଦ୍ଧାଙ୍କୁ ନିଜ ଗାଡିରେ ବସାଇଲେ ବିଡିଓ, ସୁରକ୍ଷିତ ଭାବେ ଛାଡିଲେ ଘରେ; ଚାରିଆଡେ ପ୍ରଶଂସା

ନବରଙ୍ଗପୁର,୯।୬(ସଦାଶିବ ପ୍ରହରାଜ): ପ୍ରଶାସନିକ ଅଧିକାରୀଙ୍କ ମାନବିକତାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟିରେ । ପ୍ରଚଣ୍ଡ ଖରା ଓ ଗରମ ମଧ୍ୟରେ ସ୍ବାସ୍ଥ୍ୟ…

ଭାରତ ପାଖରେ ଅଛି କେତେ ପରମାଣୁ ଅସ୍ତ୍ର, ଆସିଲା ନୂଆ ରିପୋର୍ଟ: ଚାଇନା-ପାକିସ୍ତାନକୁ ଲାଗିପାରେ ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୯।୬: ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଏକ ବିଶ୍ୱସ୍ତରୀୟ ସଂସ୍ଥା SIPRIର ଭାରତକୁ ନେଇ ଏଲକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଭାରତ ଅତିକମ୍‌ରେ ବ୍ୟବହାର ପାଇଁ ୧୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri