ଗାଁ ପରିଦର୍ଶନ ପୂର୍ବରୁ ହୋଇଥିଲା ରାସ୍ତା ଅବରୋଧ: କାର୍ଯ୍ୟକ୍ରମ ଜାରି ରଖିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୧।୫(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅନୁପ୍ରବେଶ କରି ତାଙ୍କ ରାଜ୍ୟ ସରକାରୀ ଯୋଜନାକୁ ନେଇ ଘରେ ଘରେ ବୁଲି ସଚେତନତା କରୁଥିବା ବେଳେ ଓଡ଼ିଶା ଜିଲା ପ୍ରଶାସନ ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରି ଜଗିଥିଲା। ସୂଚନା ଅନୁଯାୟୀ,କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ଫାଟୁସିନେରି, ସଲପଗୁଡା, କଣାଦୋରା, ଫଗୁଣସିନେରି ପ୍ରଭୃତି ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରା ପହଞ୍ଚି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା ଆମ୍ମାବାଡି, ସରକାରୀ ଭତ୍ତା ରଇତୁ ଭରସା, ଓ୍ବାଇଏସ୍‌ଆର ସହାୟତା, ଚେଉତା, ଦିବାନା ପରି ୨୪ଟି ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆଲୋଚନା କରିଥିଲେ । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦୋରା ଓଡ଼ିଶା-ଆନ୍ଧ୍ର ଭାଇ ଭାଇ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ବାପତୁଲ୍ୟ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛୁ କହି ସୀମାନ୍ତ ଗ୍ରାମମାନଙ୍କରେ ଓଡ଼ିଶା ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇ ରହିଯାଇଥିବା ଅନେକ ହିତାଧିକାରୀଙ୍କୁ ଆନ୍ଧ୍ର ସରକାର ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେଇଥିବା କହିଥିଲେ ା ଉପସ୍ଥିତ ଗଣମାଧ୍ୟମ ଆଗରେ ସେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଆନ୍ଧ୍ର ରାଜ୍ୟରେ ରହିଥିବା ଆଦିବାସୀମାନଙ୍କ ନିମନ୍ତେ ପ୍ରସ୍ତୁତ ଯୋଜନା ଗୁଡ଼ିକ କିପରି ପହଞ୍ଚିବ ସେନେଇ ପଦକ୍ଷେପ ନେବି ଏହା ସହ ଗ୍ରାମକୁ ସିସି ରାସ୍ତା, ପାନୀୟଜଳ, ଆଧାର କାର୍ଡ ପରି ସମସ୍ତ ଲୋକାଭିମୁଖୀ ଯୋଜନା ପାଇଁ ପଦକ୍ଷେପ ନେବି ବୋଲି କହିଥିଲେ। ଯେଉଁଥିରେ ସୀମାନ୍ତ ଗ୍ରାମବାସୀ ଅନେକ ଉପକୃତ ହୋଇପାରିବେ ଓ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୨୭୫୦ ଟଙ୍କା ଭତ୍ତାକୁ ଆସନ୍ତା ଜାନୁୟାରୀ ମାସଠାରୁ ୩୦୦୦ ଟଙ୍କା କରାଯିବ ବୋଲି ସୂଚନା ଦେଇଥିଲେ। ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଠିକ୍‌ ନୁହେଁ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇ କୈାଣସି ରାଜ୍ୟ ପ୍ରତି ଆକ୍ଷେପ ନ କରି ସବୁ ରାଜ୍ୟକୁ ସମାନ ଭାବେ ଦେଖିବା ଉଚିତ ା ତେଣୁ କୈାଣସି ରାଜ୍ୟ ସପକ୍ଷରେ ମନ୍ତବ୍ୟ ଦେବା ଠିକ୍‌ ନ ଥିଲା ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଦୋରାଙ୍କ ଗସ୍ତ ସମୟରେ ଉପସ୍ଥିତ ଗ୍ରାମବାସୀ ଓଡ଼ିଶାର ବ୍ଲକ ଓ ଜିଲା ପ୍ରଶାସନ ଅଧିକାରୀ ଓ ବିଧାୟକ ଆସିଲେ ଆମମାନଙ୍କ ସହ ଠିକ୍‌ ଭାବେ ବ୍ୟବହାର କରନ୍ତି ନାହିଁ, କିନ୍ତୁ ଆନ୍ଧ୍ରର ଯେକୌଣସି ଅଧିକାରୀ ହୁଅନ୍ତୁ ବା ରାଜନେତା ଆମମାନଙ୍କ ନିକଟରେ ପହଞ୍ଚି ଅତି ସୁନ୍ଦର ବ୍ୟବହାର କରିଥାନ୍ତି ା ଫଳରେ ଆମେ ଆମମାନଙ୍କ ଆଞ୍ଚଳିକ ଭାଷାରେ ଗୀତ ଗାଇ, ବାଜା ବଜାଇ ପାଛୋଟି ନେଇଥାଉ ବୋଲି ସେମାନେ କହିଥିଲେ ।
ସେହିପରି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଦୋରା ଉପରୋକ୍ତ ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ନିଜ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ କୋରାପୁଟ ଜିଲା ପ୍ରଶାସନ କୋଟିଆ ଫଗୁଣସିନେରି ଓ ଫାଟୁସିନେରି ପ୍ରଭୃତି ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଯଥା ମାଡକାର ବ୍ରିଜ୍‌ ନିକଟରେ ଦୁଇଟି ସ୍ଥାନରେ ମାଟି ପକାଇ ରାସ୍ତା ଅବରୋଧ କରି ଜାନିଗୁଡା ଗ୍ରାମ ନିକଟରେ ଜଗି ରହିଥିଲା ।
ସୂଚନାମୁତାବକ, କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ରାସ୍ତା ଅବରୋଧକୁ ଭଣ୍ଡୁର କରି ନିଜ କାର୍ଯ୍ୟକ୍ରମ ସାରି ଆନ୍ଧ୍ର ଫେରି ଯାଇଥିବା ବେଳେ ପାର୍ବତୀପୁରମ
ଜିଲାର ସାଲୁର ବିଡିଓ ପାର୍ବତୀ, ସରପଞ୍ଚ ବେତ୍ରୁ ଗେମେଲ, ମଣ୍ଡଳ ପରିଷଦ ସଦସ୍ୟ ତଥା ସମିତିସଭ୍ୟ ବିଶୁ, ଡିଡିଓ ଶ୍ରୀନୁ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ। ସିଆଇ ରୋହିନି ପତି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri