ଅଜଣାଗାଡ଼ି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର

ବାଲିଗୁଡ଼ା,୨୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁରଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦାଦାଙ୍କ ମୃତ୍ୟୁ ଘଟିଥିବାବେଳେପୁତୁରା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି l
ଘଟଣାରୁ ପ୍ରକାଶ ଯେ, ଦାଦା ପୁତୁରା ଦୁହେଁ ମିଶି ଓଡି ୧୨ ଏ ୮୩୬୭ ନଂ ବାଇକ୍‌ ଯୋଗେ ଶ୍ୱଶୁର ଘରୁ ନିଜ ଗାଁକୁ ସନ୍ଧ୍ୟାରେ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦାଦା ମୃତ ପୁତୁରା ଆହତ ହୋଇଥିବା ଜଣାପଡ଼ିଛି। ମୃତକ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଆଡ଼ିମାହା ପଞ୍ଚାୟତ ଶାଙ୍କୁଶବାଲି ଗାଁର ଜୀବନ ବନ୍ଧୁ ଦିଗାଲ (୨୪) ହୋଇଥିବା ବେଳେ ଆହତ ଯୁବକ ଜଣକ ପିଣ୍ଟୁ ଦିଗାଲ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଜୀବନ ବନ୍ଧୁ ଦିଗାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ଆହତ ପୁତୁରା ପିଣ୍ଟୁ ଦିଗାଲ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ମୃତଦେହକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଥାନା କେସ୍‌ ନଂ ୪୦/୨୫ରେ ଏକ ମାମଲା ଋଜୁକରି ଏସ୍‌ଆଇ ଅଶୋକ କୁମାର ତ୍ରିପାଠୀ ଅଧିକ ତଦନ୍ତ କରୁଥିବା ବିଷୟ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

ବାରିପଦାର ନିଖୋଜ ଶିକ୍ଷୟିତ୍ରୀ ବାଲେଶ୍ବରରୁ ଉଦ୍ଧାର, ଜନଗଣନା କାର୍ଯ୍ୟ ଚାପରେ…

ବାରିପଦା,୨୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳ ଢେଙ୍କିନେଞ୍ଜିଆ ୟୁପିଟିଓ ସ୍କୁଲର ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ ନିଖୋଜ ଘଟଣା ।…

‘ପୁରୁଷଙ୍କ କୋଠରୀରୁ ଆରମ୍ଭ ହୁଏ ମହିଳାଙ୍କ ରାଜନୀତି’ ପପୁ ଯାଦବଙ୍କ ବୟାନକୁ ନେଇ ହଙ୍ଗାମା

ପାଟନା,୨୧।୪: ଏମପି ପପୁ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି। ମହିଳା କମିଶନ ଏହି ମନ୍ତବ୍ୟ ଉପରେ ଆକ୍ସନ ମୋଡକୁ…

ରଣବୀରଙ୍କ ଭଉଣୀ ରିଦ୍ଧିମାଙ୍କ ଅଭିନୟରେ ଡେବ୍ୟୁ, ଟ୍ରେଲର ରିଲିଜ ପରେ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଅଭିନୟ ଜଗତରେ ପାଦ ଥାପିଛନ୍ତି ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର। ତାଙ୍କର ପ୍ରଥମ ଫିଲ୍ମ ‘ଦାଦି କି ଶାଦୀ’ର ଟ୍ରେଲର ଆଜି ରିଲିଜ ହୋଇଯାଇଛି।…

ଫସିଲେ Prakash Raj, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ହାଇଦ୍ରାବାଦ,୨୧।୪: ପୁଣି ଥରେ ବିବାଦରେ ପ୍ରକାଶ ରାଜ (Prakash Raj) । ନିଜର ସ୍ପଷ୍ଟବାଦୀ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦକ୍ଷିଣ ଭାରତୀୟ ଅଭିନେତାଙ୍କ…

ବିଜିଲି ବଗର୍ତ୍ତିଙ୍କ ଘରକୁ ନାହିଁ ବିଜୁଳି, ବରଗଡ଼ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ପୂର୍ବତନ ବିଧାୟକ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜମୁର୍ଡା ଟାଙ୍ଗରପଡା ନିବାସୀ ବିଜିଲି ବଗର୍ତ୍ତିଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ନାହିଁ। ଘର ମଧ୍ୟ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି।…

୪ ଦିନ ରହିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ମଝିରେ ଆଉ ୪ ଦିନ ରହିଥିବା ବେଳେ ପ୍ରସ୍ତୁତି ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri